ଶ୍ରୀ ମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି

ପୁରୀ:୨୨/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେଇଛି। ସନ୍ଧ୍ୟାଧୂପ ବଢିବାପରେ ମଦନ ମୋହନ ଆଜ୍ଞାମାଳ ପାଇଁ ଖଟ ଉପରେ ବିଜେ ହୋଇଥିଲେ। ଇତି ମଧ୍ୟରେ ମହାପ୍ରଭୁଙ୍କ ଆଲେଟ ଲାଗି ନୀତି ବଢିବା ପରେ ଡ଼ଗର ଆସି ମଦନମୋହନଙ୍କ ଠାରେ ରୁକ୍ମୁଣୀଙ୍କ ବିବାହ ପ୍ରସ୍ତାବ ଜଣାଇଥିଲେ। ସ୍ୱାଇଁ ପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ପାଇଁ ପ୍ରସ୍ତାବ ରହିଥିବା। ମହାଜନଙ୍କ ହସ୍ତରେ ବିଜେ ହୋଇ ମଦନମୋହନ ମହାପ୍ରଭୁ ରଥାରୃଢ ହେବେ ଘଂଟ, ଛତା, କାହାଳୀର ପଟୁଆରେ ବିମାନବତ ସେବାୟତ ମାନେ ବଡ଼ ଦେଉଳରବେଢା ପରିକ୍ରମା କରିଥିଲେ। ଏହା ପରେ ଯଥା ବିଧି ଦେବ ନୀତି ସମ୍ପନ୍ନ ହୋଇଥିଲା। ମଦନମୋହନ ବିଜେ ପ୍ରତିମାଙ୍କର ପଂଚାମୃତ ସ୍ନାନ ହୋଇଥିଲା। ଫୁଲ, ଚନ୍ଦନ ଲାଗିକରି ବେଶ ଅନୁଷ୍ଠିତ ହେବା ପରେ ଶୀତଳ ଭୋଗ ଅର୍ପଣ କରାଯିବ। ବନ୍ଦାପନା ନୀତି ବଢି ଦକ୍ଷିଣି ଘରସ୍ଥିତ ଆସ୍ଥାନକୁ ଠାକୁରେ ବିଜେ ହୋଇଥିଲେ। ଅଭିଷେକ ସମୟରେ ଟେକା ଯିବାର ବିଧି ରହିଛି।

Leave a Reply

Your email address will not be published. Required fields are marked *