ଶ୍ରୀ ମନ୍ଦିରରେ ଋକ୍ମିଣୀ ହରଣନୀତି

ପୁରୀ:୨୩/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶନିବାର ଦିନ ଶ୍ରୀମନ୍ଦିରରେ ଋକ୍ମିଣୀ ହରର ଉତ୍ସବ ପାରମ୍ପାରିକ ବିଧି ଅନୁଯାୟୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସକାଳଧୂପ ପୂଜା ବସିଥିବା ବେଳେ ମଦନମୋହନଙ୍କର ବେଶ ଆରମ୍ଭ ହୋଇଥିଲା। ସକାଳଧୂପ ପରେ ଶ୍ରୀଦେବୀ ଶ୍ରୀଜୀଉଙ୍କ ଆଗାମାଳ ପାଇଁ ପାଲିଙ୍କିରେ ବସି ଲକ୍ଷ୍ମୀ ମନ୍ଦିରର ଜୀମୋହନରେ ଥିବା ଖର୍ଟ ଉପରେ ବିଜେ କରିଥିଲେ। ସେଠାରେ ମହାସ୍ନାନ ଓ ବନକଲାଗି ସରି ବେଶ ଓ ଅଳଙ୍କାର ଲାଗି ହୋଇଥିଲା। ତଢାଉକରଣ ମହାଲକ୍ଷ୍ମୀଙ୍କ ବିଶ୍ୱସ୍ତ ରୂପେ ତାଳପତ୍ର ଓ ଲେଖିନୀ ନେଇ ଉପସ୍ଥିତ ହୋଇଥିଲେ। ଭିତରକୁ ମହାପାତ୍ର ଶ୍ରୀହସ୍ତ ଛୁଆଁ କରାଇ ତଢାଉକରଣଙ୍କୁ ଦେଇଥିଲେ। ତଢାଉକରଣ ଋକ୍ମିଣୀଙ୍କ ମନୋଭାବ ତାଳପତ୍ର ଚିଟାଉରେ ଲେଖିଥିଲେ। ପରେ ଭିତର ଚ ଚିଟାଉ ନେଇ ଚନ୍ଦନରେ ଶ୍ରୀଦେବୀଙ୍କ ଶ୍ରୀହସ୍ତ ମୁଦକରାଇବା ପରେ ଜୟବିଜୟ ଦ୍ୱାର ନିକଟକୁ ଯାଇଥିଲେ। ସେଠାରେ ପୁରାଣ ପଣ୍ଡା, ପୂଜାପଣ୍ଡା ଓ ପାଳିଆ ଖୁଟିଆଙ୍କ ମଧ୍ୟରେ ବଚନିକା ହୋଇଥିଲା। ଏହାପରେ ମଦନମୋହନଙ୍କୁ ରଥରେ ବସାଇ ବିମାନବଢୁ ମାନେ ବିମଳୀଙ୍କ ମନ୍ଦିର ନିକଟକୁ ଯାଇଥିଲେ। ସେଠାରେ ମଦନମୋହନ ରଥରେ ଅପେକ୍ଷା କରିଥିବା ବେଳେ ଶ୍ରୀଦେବୀ ବିମଳୀଙ୍କ ଆଗାମାଳ ପାଇଁ ବାହାରି ଆସିବା ବେଳେ ମଦନମୋହନ ଶ୍ରୀଦେବୀଙ୍କୁ ହରଣ କରିଥିଲେ।ଭିତରଙ୍କ ଦ୍ୱାରା ଏହି ବିଧି ସଂପାଦିତ ହୋଇଥିଲା। ଏହାପରେ ସରସ୍ୱତୀ ମନ୍ଦିର ସମ୍ମୁଖରେ ଶିଶୁପାଳଙ୍କ ସହ ଯୁଦ୍ଧ ହୋଇଥିଲା। ଠାକୁର ଶିଶୁପାଳକୁ ପରାସ୍ତ କରି ରଥରେ ବାନ୍ଧି ଦେଇଥିଲେ। ଏହାପରେ ବଳଦେବ ବିମାନରେ ଆସି ଶିଶୁପାଳଙ୍କୁ ବନ୍ଧନରୁ ମୁକ୍ତ କରାଇ ଦକ୍ଷିଣ ଘରକୁ ବାହୁଡ଼ି ଯାଇଥିଲେ। ଶ୍ରୀଦେବୀ ଓ ମଦନମୋହନ ବାଟରେ ଫନ୍ତି ମଣୋହି ହୋଇ ବିବାହ ନିମନ୍ତେ ମଣ୍ଡପକୁ ବିଜେ କରିଥିଲେ। ସଂଧ୍ୟାଧୂପ ପୂଜାବସିବା ସମୟରେ ବିବାହ ନୀତି ସଂପୂର୍ଣ୍ଣ ହୋଇଥିଲା। ଋକ୍ମିଣୀ ହରଣ ନୀତିଥିବାରୁ ଏହି ଦିନ ଯାତଭୋଗ ପରେ ଜଳକ୍ରୀଡ଼ା ପାଇଁ ଏକା ଶ୍ରୀଦୋଳ ଗୋବିନ୍ଦ ମହାପ୍ରଭୁଙ୍କ ଠାରୁ ଆଗାମାଳ ପାଇଁ ଜଳକ୍ରୀନା ମଣ୍ଡପକୁ ବିଜେ କରିଥିଲେ। ସେଠାରେ ପାରମ୍ପାରିକ ମତେ ଜଳକ୍ରୀଡ଼ା ନୀତି ପରେ ଶ୍ରୀଦୋଳ ଗୋବିନ୍ଦ ଦକ୍ଷିଣ ଘରକୁ ବିଜେ କରିଥିଲେ।

Leave a Reply

Your email address will not be published. Required fields are marked *