ଓଡ଼ିଶା

ଶ୍ରୀ ମନ୍ଦିରରେ ଅଗ୍ନିଉତ୍ସବ ଓ ମେଣ୍ଡାପୋଡି

ପୁରୀ, ୨୮/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥୀରେ ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ଓ ମେଣ୍ଡା ପୋଡି ନୀତି ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଶ୍ରୀମନ୍ଦିରରେ ମଧ୍ୟାନ ଧୂପ ପରେ ପୁଷ୍ପାଜଂଳୀ ସେବକ ମହପ୍ରଭୁଙ୍କୁ ଚନ୍ଦନ ଲାଗି କରିଥିଲେ। ଚାଚରୀ ବେଶ ନିମନ୍ତେ ଦକ୍ଷିଣ ଘରେ ପଡିଥିବା ଖଟ ଶେଜ ଉପରେ ଲକ୍ଷ୍ମୀ ସରସ୍ୱତୀଙ୍କୁ ବିଜେ କରାଯାଇଥିଲା। ଦୋଳଗୋବିନ୍ଦଙ୍କୁ ବେଶ କରାଯିବା ପରେ ତିନିବାଡରେ ଚାଉରୀ ବେଶ ସହ ଫୁଲ ମାଳ ଓ କର୍ପୁର ଲାଗି କରାଯାଇଥିଲା। ପରେ ଠାକୁର ମାନେ ଭିତରକୁ ବିଜେ କରିଥିଲେ। ମୁଦୁରସ୍ତ ଶ୍ରୀ ଜିଉଙ୍କ ଶ୍ରୀ ଅଙ୍ଗରେ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ପଚୋଂପଚାରରେ ଭୋଗ କରିଥିଲେ। ଏହାପରେ ତିନିବାଡରେ ବନ୍ଦପନା କରାଯାଇଥିଲା। ସିଂହାସନ ତଳେ ମନ୍ଦିରସ୍ତ ଝିମିରି ଫଗୁ ଅଂଜଳି ପ୍ରଦାନ କରିଥିଲେ। ପରେ ମହାଜଳେ ଠାକୁରଙ୍କୁ ସେଠାରୁ ନେଇ ବିମାନରେ ବିଜେ କରାଇଥିଲେ। ବିମାନରେ ମହାପ୍ରଭୁ ଲଙ୍ଗୁଳ ମଠ ଦେଇ ଦୋଳବେଦୀକୁ ବିଜେ କରିଥିଲେ। ଦୋଳବେଦୀ କୋଠାରେ ଅଗ୍ନିଉତ୍ସବ ନୀତି ପାଳନ କରାଯାଇଥିଲା। ଅଗ୍ନିଘରେ ହୋମ କରାଯିବା ସହ ପ୍ରସାଦ ଲାଗି ଶୀତଳ ଭୋଗ ଓ ଚାମର ଆଲଟ କରାଯାଇଥିଲା। ଏହି ଅଗ୍ନିଘର ଚତଃୁପାର୍ଶ୍ୱରେ ଠାକୁର ସାତଘେରା ପରିକ୍ରମା କରି ବାହୁଡା ବିଜେ କରିଥିଲେ। ମାରୱାଡି ସଂପ୍ରଦାୟର ମହିଳା ମାନେ ଦୋଳବେଦୀରେ ମହାପ୍ରଭୁଙ୍କ ଏହି ମେଣ୍ଡା ପୋଡି ଉତ୍ସବରେ ସାମିଲ ହୋଇଥିଲେ। ଅଗ୍ନିଘରକୁ ଘସି ଦିଆଯାଇ ସଜିତ କରାଯାଇଥିଲା। ଅଗ୍ନିସଂଯୋଗ ପରେ ମହିଳାମାନେ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଶ୍ରୀମନ୍ଦିର ସଂସ୍କୃତିରେ ମେଣ୍ଡାପୋଡି ଏବଂ ଅନନ୍ୟ ନୀତି ବୋଲି ମତ ଦିଅନ୍ତି ଗବେଷକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top