ଜିଲ୍ଲା ପରିକ୍ରମା

ଶ୍ରୀ ଦୁର୍ଗା ଫିଲ୍ମର ଏକ ଭିନ୍ନ ଧର୍ମୀ ଚଳଚ୍ଚିତ୍ର ନିର୍ମିତ

ପୁରୀ:୩୦/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପଶ୍ଚମବଙ୍ଗ ଶ୍ରୀ ଦୁର୍ଗା ଫିଲ୍ମ କବିତା ପ୍ରଡକ୍ ସନ ପକ୍ଷରୁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନୋ ହାଉସ୍ ଆଣ୍ଡ ଅନ୍ କ୍ନୋନ୍ ସେଲ୍ ଟର୍ ର ଅଗଷ୍ଟ ୧୪ରେ ପଶ୍ଚିମବଙ୍ଗର ବିଭିନ୍ନ ପ୍ରେକ୍ଷାଳୟରେ ଶୁଭମୁକ୍ତି ହେବ। ଶୁଭମୁକ୍ତିର ଅବ୍ୟବହେିତ ପୂର୍ବରୁ ଏହି ଚଳଚ୍ଚିତ୍ରର କଳାକାରଙ୍କ ସମେତ ନିର୍ଦ୍ଦେଶକ, ପ୍ରଯୋଜକ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ନେଇଛନ୍ତି। ଏକ ଘରର ବିଭିନ୍ନ ସମସ୍ୟାକୁ ନେଇ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି। ଶୁବର ଶଙ୍ଖ ଦାୱା ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ଶଙ୍ଖନାଥ ଦୁଆ। ସଙ୍ଗୀତ ରଚନା କରିଛନ୍ତି କବିତା ଦାସ। ଏଥିରେ ମୁଖ୍ୟ ଭୂମିକାରେ ସୌରଭ ଘୋଷ, ମିନୀଶ୍ରୀ ସରକାର, ଦେବବ୍ରତ ମଜୁ୍ ମଦନାର ଓ ସଜନ୍ ଅଲ୍ଲୀ ଅଭିନୟ କରିଛନ୍ତି। ଏସମ୍ପର୍କରେ ଗତକାଲି ପ୍ରଯୋଜକ ଓ ନିର୍ଦ୍ଦେଶକ ଏକ ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର ନିର୍ମାଣ ସମ୍ପର୍କରେ ସୂଚନା ଦେବା ସହ ଏହିଚଳଚ୍ଚିତ୍ରଟି ଏକ ଭିନ୍ନ ଧର୍ମୀ ହୋଇଥିବା ଯୋଗୁ ଦର୍ଶକମାନଙ୍କ ମହଲରେ ଆଦୃତ ହୋଇପାରିବ ବୋଲି ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top