ଶ୍ରୀ ଦୁର୍ଗା କମିଟି ର ପାର୍ବଣ ପୂଜା ପ୍ରସ୍ତୁତି ବୈଠକ

ଢେଙ୍କିକୋଟ,ତା୩୦/୦୭(ଓଡିଆ ପୁଅ/ବିରେନ୍ଦ୍ର କୁମାର) ସ୍ଥାନୀୟ ଟିକିରା- ଢେଙ୍କିକୋଟ ସ୍ଥିତ ସାର୍ବଜନୀନ ମାତୃପୀଠ ମୃଣ୍ମୟୀ ଦେବୀ ଶ୍ରୀଦୂର୍ଗା ଙ୍କର ଆଗାମି ଶାରଦୀୟ ପାର୍ବଣ ମହୋତ୍ସବ ଓ ପୂଜା ଅର୍ଚ୍ଚନା ର ସମସ୍ତ ବିଧିବିଧାନ କୁ ଶୃଙ୍ଖଳା ର ସହ ଆୟୋଜନ କରାଯିବା ଲାଗି ଶ୍ରୀ ଦୁର୍ଗା ମଣ୍ଡପ ରେ ସଭାପତି ସନ୍ତୋଷ କୁମାର ଶତପଥୀ ଙ୍କ ସଭାପତିତ୍ବରେ ଶ୍ରୀଦୂର୍ଗା କମିଟି ର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଏକ ଚୁଡ଼ାନ୍ତ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସଭାରେ ଚଳିତ ବର୍ଷ ର ପାର୍ବଣ ପୂଜା ନିମନ୍ତେ ଆସନ୍ତା ଜନ୍ମାଷ୍ଟମୀ ଅବସରରେ ମାଆ ଙ୍କ ମୁଣ୍ମମୟ ମୁର୍ତ୍ତି ଲାଗି ମାଟିପୂଜା ହୋଇ ମଣ୍ଡପ କୁ ଅଣାଯିବା, ମହାଷ୍ଟମୀ, ମହାନବମୀ ବିଜୟାଦଶମୀ ର ପୂଜା ସମାରୋହ କୁ ସୂଚାରୁ ସମ୍ପାଦନ କରାଯିବା ନିମନ୍ତେ ସବିଶେଷ ମତାମତ ଓ ଆଲୋଚନା ସ୍ଥିର କରାଯାଇଥିଲା । ବୈଠକ ରେ କମିଟି ର ସଂପାଦକ ଅମର ସିଂ, କର୍ତ୍ତା ହଳଧର ବେହେରା, ଦିପକ କୁମାର ବେହେରା, ଅଭିମନ୍ୟୁ ରାଉତ, ଅଜୟକୁମାର ସାହୁ, ଗୋଲଖ ଚନ୍ଦ୍ର ବେହେରା, ବିରେନ୍ଦ୍ର କୁମାର, ଅଭିମନ୍ୟୁ ଦାସ,ଶୈଳେନ୍ଦ୍ର ନାଏକ,ପୂର୍ଣ୍ଣଚନ୍ଦ୍ର ବେହେରା, ଡମ୍ବରୁଧର ବେହେରା, ମିନକେତନ ସାହୁ,ପିତବାସ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *