ପୁରୀ, ୧/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଗୁରୁବାର ଶ୍ରୀମନ୍ଦିରରେ ବନକଲାଗି ରୀତି ନୀତି ମତେ ସଂପନ୍ନ ହୋଇଛି। ଅପରାହ୍ନରେ ମହାପ୍ରଭୁଙ୍କୁ ଏହି ବନˆଲାଗି କରାଯାଇଥିଲା। ଏଥିପାଇଁ ପ୍ରାୟ କ୍ଷ ଘଂଟା ଧରି ଶ୍ରୀଜିଉ ମାନଙ୍କର ଦର୍ଶନ ବନ୍ଦ ରହିଥଇଲେ। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ବଢିବା ପରେ ଦତ୍ତ ମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ବନକ ଲାଗି ନୀତି ସଂପାଦନ କରିଥିଲେ। ଦତ୍ତ ମହାପାତ୍ର ସେବକମାନେହରିତାଳ, ହିଙ୍ଗୁଳ, ସମେତ ଅନ୍ୟାନ୍ୟ ପ୍ରାକୃତିକ ରଂଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶ୍ରାଙ୍ଗାର କରିଥିଲେ। ଏଥିପାଇଁ ଅପରାହ୍ନ ସାଢେ ୩ ଟାରୁ ରାତ୍ରୀ ପ୍ରାୟ ୮ ପର୍ଯ୍ୟନ୍ତ ଶଅ୍ରୀମନ୍ଦିରରେ ଶ୍ରୀଜିୁଙ୍କ ଦର୍ଶନ ଲାଗି ବନ୍ଦ ରହିଥିଲା। ପାଳିଆ ଖୁଟିଂଆ, ଗରାବଡୁ, ପାଳିଆ ପୁଷ୍ପାଳକ, ଚାଙ୍ଗୁଡା ମେକାପ, ମୁଦୁଲି ଓ ପୂଜାପଣ୍ଡା ସେବକ ଏହି ନୀତି ସଂପାଦନରେ ସହ ଯୋଗାଣ କରିଥିଲେ।