ଜିଲ୍ଲା ପରିକ୍ରମା

ଶ୍ରୀ ଜଗନ୍ନାଥ ମନ୍ଦିରରେ ଭଜନ ଆଲବମ୍ ର ମହୁରତ

ରାଉରକେଲା ୮-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଚଳିତ ବର୍ଷ ପବିତ୍ର ରଥଯାତ୍ରାକୁ ଦୃଷ୍ଟିରେ ରଖି ସାରନଗରୀର ଜଣାଶୁଣା ଭଜନ ଗାୟକ ରାଜା ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସୁମଧୁର ଭକ୍ତିପୂର୍ଣ୍ଣ ଭଜନ ଆଲବମର ପରିକଳ୍ପନା କରାଯାଇଛି। ଉକ୍ତ ଭଜନ ଆଲବମରେରେ ରାଉରକେଲାର ବହୁ କଳାକାର ନିଜର ଅଭିନୟର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ଶୁଭ ମହୁରତ ସାରନଗରୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଯାଇଛି। ବର୍ତମାନ ୨ଟି ଭଜନର ସୁଟିଂ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦୁଇଟି ଭଜନ ଯଥା ଫକାଳିଆ ମୋ ଘର କୁଣିଆଁ’, ଫମୁଁ କଂଟା ବାଉଁଶ’ର ସୁଟିଂ ଶେଷ ହୋଇଛି। ଭଜନ ଆଲବମରେ ଭଜନ ରଚନା କରିଛନ୍ତି ମାନସ ସାସ୍ମଲ, ସଙ୍ଗୀତ ରଚନା ବସନ୍ତ ମିଶ୍ର କରିଥିବା ବେଳେ, ବାଦ୍ୟଯନ୍ତ୍ର ପରିଚାଳନା କରିଛନ୍ତି କାଳୀଚରଣ ବାଗ। କଟକର ବିଭୁ ପ୍ରସାଦ ତ୍ରିପାଠୀ ଏହି ଭଜନର ସଂଚାଳକ ଭାବେ ଦାୟିତ୍ୱ ପ୍ରତିପାଦନ କରୁଥିବା ଜଣାପଡ଼ିଛି। ଭଜନ ଆଲବମର ଗୀତ ଗୁଡ଼ିକ ହୃଦୟସ୍ପର୍ଶୀ ହୋଇଥିବା ବେଳେ, ଏଗୁଡ଼ିକ ଦର୍ଶକଙ୍କ ମନକୁ ଛୁଇଁ ପାରିବ ବୋଲି ଆଶା କରାଯାଉଛି। ସାରନଗରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭଜନ ସୁଟିଂ ସମୟରେ ବହୁ ଦର୍ଶକ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top