ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ଲାଗିଲା ଦୁର୍ମୂଲ୍ୟ ହୀରାଚିତା

ପୁରୀ ୨୩/୭ (ଓଡ଼ିଆ ପୁଅ/ ବିଜୟ ପଟ୍ଟନାୟକ) ଶ୍ରାବଣମାସର ଅମାବାସ୍ୟା ତୀଥିରେ ପାରମ୍ପରିକ ରୀତି ଅନୁଯାୟୀ ରତ୍ନସିଂହାଶନସରେ ଆଜି ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଳଭଦ୍ରଙ୍କ ମସ୍ତକରେ ହୀରା ମୋତି ମାଣିକ ଖଚିତ ଚିତାଲାଗି କରାଯାଇଛି। ଏଠାରେ ସ୍ମରଣଯୋଗ୍ୟ ଯେ, ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜିଉ ମାନେ ଅନବସର ପିଣ୍ଡିକୁ ଆସିବା ପରେ ଏହି ଚିତା କାଢ଼ିଦିଆଯାଇଥାଏ ଓ ତା ବଦଳରେ ସୋଲ ଚିତା ଲଗାଯାଇଥାଏ ଘୋଷ ଯାତ୍ରାରେ ଯାଇ ପୁନରାୟ ଶ୍ରୀଜିଉ ମାନେ ଶ୍ରୀମନ୍ଦିରକୁ ଫେରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ମାନଙ୍କୁ ଏହି ଚିତା ପୁନରାୟ ଲାଗି କରାଯାଇଥାଏ। ଆଜି ଶ୍ରୀମନ୍ଦିରର ଭୋଗମଣ୍ଡପ ନୀତି ପରେ ଦଇତା ସେବାୟତ ଓ ପତିମହାପାତ୍ର ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ରତ୍ନସିଂହାଶନ ଉପରେ ଶ୍ରୀଜିଉ ମାନଙ୍କୁ ଚିତା ଲଗାଇଥିଲେ। ପାଟରା ସେବାୟତ ବାସୁଙ୍ଗା ପାଟରେ ଶ୍ରୀଜିଉ ମାନଙ୍କ ପାଇଁ ତିନୋଟି ପଟ୍ଟି ପ୍ରସ୍ତୁତ କରି ଯୋଗାଇଥିଲେ। ଚିତାଲାଗି ପାଇଁ ଆଜି ଶ୍ରୀଜିଉ ମାନଙ୍କର ସାଧାରଣ ଦର୍ଶନ ୪ଘଣ୍ଟା ପାଇଁ ବନ୍ଦ ରହିଥିଲା। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରୁ ଝୋବାକଣ୍ଠି ମଇଲମ କରାଯିବ।

Leave a Reply

Your email address will not be published. Required fields are marked *