ଶ୍ରୀ ଜଗନ୍ନାଥଙ୍କ ଘୋଷଣା ଯାତ୍ରାରେ ପ୍ର•ର ସମିତିର ସଂପାଦିତ କାର୍ଯ୍ୟକ୍ରମ

ଭଦ୍ରକ, ୫ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଶ୍ରୀ ଜଗନ୍ନାଥ ସଂସ୍କୃତି, ଆ·ର, ବି·ର ଓ ପରମ୍ପରାରେ ଜନ ସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ଶ୍ରୀ ଜଗନ୍ନାଥ ଦର୍ଶନ ପ୍ର·ର ସମିତି, ଭଦ୍ରକ ପକ୍ଷରୁ ନବଦିନ ବ୍ୟାପି ନିମ୍ନ ସୂଚିତ ମତେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଗୁଣ୍ଡି· ଦିନ କେଶପୁର, ହରିବୋଲ କ୍ଷେତ୍ରସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପହଣ୍ଡି ବିଜେ ଠାରୁ ଗୁଆମାଳସ୍ଥ ଶ୍ରୀ ଗୁଣ୍ଡି· ମନ୍ଦିର ପର୍ଯ୍ୟନ୍ତ ଧାରାବିବରଣୀ ପ୍ର·ର କରାଯାଉଥିଲା । ଏଥିରେ ସମିତିର ମୁଖ୍ୟ ପରି·ଳକ ପା. ଭାଗୀରଥି ନନ୍ଦଶର୍ମା, ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ, ପ୍ରବଚକ ସୁଧାକର ଧନୀ, ପୂର୍ଣ୍ଣଚନ୍ଦ୍ର ନାୟକ, ବିଶ୍ୱମୈତ୍ର ନାୟକ, ତପସ୍ୱିନୀ ପାଢ଼ୀ, ହରିହର ଦାଶ, ସବିତା ପରିଡା ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ଗତ ଜୁନ୍ ମାସ ୨୭ ରେ  ପୁରୀ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀଙ୍କ ଆହ୍ୱାନ କ୍ରମେ ଶ୍ରୀ ଗୁଣ୍ଡି· ମନ୍ଦିର ନିକଟସ୍ଥ ପଲ୍ଲୀଶ୍ରୀ ମେଳାରେ “ମହାସଂସ୍କୃତିର ଚିନ୍ତା ଓ ସାମାଜିକ ଚେତନା” ଶୀର୍ଷକ ପ୍ରବଚନ ମଞ୍ଚରେ ପ: ଭାଗୀରଥି ନନ୍ଦଶର୍ମା, ସନେଇଶିଅଳ, ବିଶ୍ୱମୈତ୍ରୀ ନାୟକ, ତପସ୍ୱିନୀ ପାଢ଼ୀ, କମଳାକାନ୍ତ ବେହେରା, ସମିତିର ମୁଖ୍ୟ ଆବାହକ ସେବକ ସୁକାର କୁମାର ସାହୁଙ୍କ ଚତ୍ତ୍ୱାବଧାନ ପ୍ରବଚନ ଅନୁଷ୍ଠିତ ହୋଇଥିଲା । ଗତ ଜୁନ୍ ମାସ ୨୮ ରେ  ·ନ୍ଦବାଲି ବ୍ଲକସ୍ଥ ବିନତରା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସ୍ଥାନୀୟ ଅଂଚଳରୁ ଆସିଥିବା ଆଠଟି ମନ୍ଦିରରେ ସେବକ ମିଳନ ସମନ୍ୱୟ ମଞ୍ଚରେ ସୁଧିର କୁମାର ବେହେରା ଓ ଅଭିମନୁ୍ୟ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତ ଜୁନ୍ ୩୦ ତାରିଖରେ  ପାଳିଆବିନ୍ଧାସ୍ଥ ଶ୍ରୀ ବିରଞ୍ଚô ନାରାୟଣ ମନ୍ଦିରସ୍ଥ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡି· ମନ୍ଦିର ଠାରେ ଧନେଶ୍ୱର ବିଶ୍ୱାଳ, ରଙ୍ଗାଧର ମହାରଣା, ନବକିଶୋର ଦାଶଙ୍କ ତତ୍ତ୍ୱାବଧାନରେ ଶ୍ରୀ ଜଗନ୍ନାଥଙ୍କ ତଥ୍ୟ, ତତ୍ତ୍ୱ ସଂବଳିତ ସଂପର୍କ ଓ ସଂଘତି ସୂଚକ ପ୍ରବଚନ ପ୍ରଦାନ କରାଯାଇଥିଲା । ଗତ ୧ ତାରିଖରେ  ଗୁଆମାଳ ଶ୍ରୀ ଗୁଣ୍ଡି· ମନ୍ଦିର ପରିସରରେ ପ୍ର·ର ସମିତି ପକ୍ଷରୁ “ମହାସଂସ୍କୃତିର ଜାଗରଣ ଯାତ୍ରା” ସଂପର୍କୀୟ ପ୍ରବଚନ ପ୍ରଦାନ କରାଯାଇଥିଲା । ଏବଂ ଗତ ୩ ତାରିଖରେ ବାହୁଡା ଯାତ୍ରାରେ ପ୍ରଚାର ସମିତି ପକ୍ଷରୁ ଧାରା ବିବରଣୀ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *