ଶ୍ରୀୟା ନୂଆ ପରିବାର ପାଇବ

କୋରାପୁଟ ; ତା୨୮-୧୨-୧୭(ଓଡିଆପୁଅ/ରଂଜନ କୁମାର ଦାସ) ଗତ ଜୁଲାଇମାସ ୧୧ ତାରିଖରେ ବୋରିଗୁମ୍ମା ନିଳିଗିରି ଜଂଗଳରୁ ଜଣେ ମହିଳାର ମୃତ୍ୟୁଦେହ ପାଖରେ ଶିଶୁକନ୍ୟାକୁ ପୋଲିସ ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀକୁଂ ହସ୍ତାନ୍ତର କରିଥିଲା ।କୋରାପୁଟ ହସପିଟାଲରେ କିଛି ଦିନ ଚିକିସôିତ ହେବାପରେ କଟକ ମେଡିକାଲରେ ଚିକିସôିତ ହୋଇ ଶ୍ରୀୟା ନାମ ଶିଶୁ କନ୍ୟା ଦଶମନ୍ତପୁରଠାରେ ରହିଛି ।
ଗତ ୧୧ ତାରିଖରେ ଜିଲ୍ଲା ମଂଗଳ କମିଟି ଦ୍ୱାରା ଆଇନ ଅନୁଯାୟୀ ପୋଷ୍ୟ ସନ୍ତାନ ପାଇଁ ଅନୁମୋଦିତ ହେବାପରେ େଓବସାଇଟରେ ଲିଂକ କରାଯାଇଥିଲା ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ସୂଚନା ଦେଇଛନ୍ତି । ଶ୍ରୀୟା ଜଣେ ଭାରତୀୟ ପରିବାର ସହ ଲିଂକ ହୋଇଥିବା ଖବର ପାଇଥିବା ସେ ସୂଚନା ଦେଇଥିଲେ ।ଉକ୍ତ ପରିବାର ଆସନ୍ତା ସପ୍ତାହରେ ଶ୍ରୀୟାକୁ ଦେଖିବାକୁ ଆସିବେ ଓ ଭଲ ଲାଗିଲେ କୋର୍ଟରେ ଆବେଦନ କରାଯିବ ବୋଲି ସେ ସୂଚନା ଦେଇଥିଲେ ।ଶ୍ରୀୟାକୁ ଉକ୍ତ ପରିବାର ନିଶ୍ଚୟ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ଓ ଶ୍ରୀୟା ନୂଆ ପରିବାର ପାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *