ad
ଜିଲ୍ଲା ପରିକ୍ରମା

ଶ୍ରୀଲୋକନାଥଙ୍କ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ ହରିହର ଭେଟପରେ ରାତି ୨ ଟାରେ ଉଠିଲା ମହାଦୀପ

ପୁରୀ ୧୪-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲୋକନାଥଦେବଙ୍କ ପବିତ୍ର ପୀଠରେ ଶ୍ରଦ୍ଧା ଓ ଭକ୍ତିର ସହପାଳିତ ହୋଇଯାଇଛି ମହାଶିବ ରାତ୍ରୀ। ରାଜ୍ୟ ଓ ରାଜ୍ୟବାହରର ଲକ୍ଷାଧିକ ଭକ୍ତ ଶ୍ରୀଲୋକନାଥଙ୍କ ଦର୍ଶନ ପାଇଁ ପୁରୀରେ ଭିଡ଼ ଜମାଇଥିଲେ। ଗତକାଲି ରାତି ୧୧ଟା ୧୫ରେ ଶ୍ରୀଲୋକନାଥଙ୍କ ଦେବଙ୍କ ମନ୍ଦିର ଦ୍ୱାର ଫିଟିବାପରେ ମଙ୍ଗଳଆଳତୀ ଓ ପାରମ୍ପରିକ ରୀତି ନୀତି ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଯାଇଥିଲା। ଚଳିତ ବର୍ଷ ଦର୍ଶନ ନିମନ୍ତେ ପୃଥକ ପୃଥକଭାବେ ସେବାୟତ ଓ ସାଧାରଣଭକ୍ତ ଧାଡ଼ିରେ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ ନିର୍ମାଣ କରାଯାଇଥିଲା। ବ୍ୟାରିକେଡ଼ ମଧ୍ୟରେ ଲମ୍ବା ଧାଡ଼ିରେ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରି ଶ୍ରୀଲୋକନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ମାନସିକଧାରୀମାନେ ମହାପ୍ରଭୁଙ୍କ ଉଦେ୍ଦ୍ୟଶରେ ରୂପ ଦାନ କରିଥିଲେ। ଜାଗରପଦାରେ ଉଜାଗର ରହି ହଜାର ହଜାର ଭକ୍ତ ଦୀପ ଜାଳିଥିଲେ। ଦର୍ଶନାର୍ଥୀଙ୍କ ଆଗମନକୁ ଲକ୍ଷ୍ୟକରି ବହୁ ବ୍ୟବସାୟୀ ଜାଗରପଦାରେ ଭୋଗ, ଦୀପ, ନଡ଼ିଆ, ଜାଗର ଚଣା, ଆଖୁ ଓ ବିଭିନ୍ନ ଫଳମୂଳର ଅସ୍ଥାୟୀ ଦୋକାନ ଖୋଲିଥିଲେ। ସେହିପରି ଅନେକ ଜଳଖିଆ ଦୋକାନ, ପ୍ରସାଧନ ସାମଗ୍ରୀ ଓ ଘର ଉପକରଣ ଉପଲବ୍ଧ ହେଉଥିବା ଦେକାନ ଖୋଲିଥିବା ଲକ୍ଷ୍ୟ କରାଯାଇଥିଲା। ଭକ୍ତଙ୍କ ଆଗମନକୁ ଅଖିଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଜାଗରପଦାରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଥିବାବେଳେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା। ଅଗ୍ନିଶମ ବାହିନୀକୁ ଜାଗତିଆର ରଖାଯାଇଥିବାବେଳେ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା। ଯାତ୍ରୀଙ୍କୁ ସହାୟତାଯୋଗାଇଦେବାଲାଗି ବିଭିନ୍ନ ସରାକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଯାଗାଆଖଡ଼ା ପକ୍ଷରୁ ଅସ୍ଥାୟୀ ଶିବିର ଖୋଲାଯାଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୁରକ୍ଷାବ୍ୟବସ୍ଥାର ତଦାରଖଲାଗି ବହୁ ସଂଖ୍ୟକ ଅଫିସରଙ୍କ ସହିତ ୧୦ ପ୍ଳାଟୁନ୍ ସଶସ୍ତ୍ର ପୁଲିସ ମୁତୟନ କରାଯାଇଥିଲା। ସହରର ନିଳକଣ୍ଠେଶ୍ୱର, ଆଖଣ୍ଡଳମଣୀ, ଜମ୍ବେଶ୍ୱର, କପାଳମୋଚନ ଓ ଅଷ୍ଟ ଶମ୍ଭୁ ଆଦି ପୀଠରେ ବହୁସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା। ସେହିପରି ଜିଲ୍ଲାର ଅନ୍ୟ ପ୍ରସିଦ୍ଧ ଶୈବ ପୀଠ ଯୋଡ଼ାଲିଙ୍ଗ, ବାଲି କପିଳେଶ୍ୱର ଓ ବେଲେଶ୍ୱର ଆଦି ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଜାଳିଥିଲେ। ବିଭିନ୍ନ ଶୈବପୀଠ ଗୁଡ଼ିକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜ୍ିତ କରାଯାଇଥିବାବେଳ ଅନେକ ସ୍ଥାନରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top