ଜିଲ୍ଲା ପରିକ୍ରମା

ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗତକାଲି ଶ୍ରୀରାମ ନବମୀର ନଗର ସଂକୀର୍ତ୍ତନ ପରେ ସହର ତମାମ୍ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରାକାରୀଙ୍କୁ ଯେଉଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା, ତାହାର ଆବର୍ଜନାଗୁଡିକୁ ଆଜି ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ “ସ୍ୱଚ୍ଛ ଭାରତ ଅଭିଯାନ” ଲକ୍ଷ୍ୟରେ ସଫେଇ କରାଯାଇଛି। ଆଜି ପ୍ରାତଃରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଏହାର ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, ବଦ୍ରୀ ନାରାୟଣ ଧଳ, କାଉନ୍ସିଲର ଶରତ କୁମାର ପଢିଆରୀ, ସ୍ୱାଧୀନ ସୁନ୍ଦର ଦାସ, ସୁରେଶ ସାମଲ, ପ୍ରଦୀପ୍ତ ବିଶ୍ୱାଳ, ସତ୍ୟେନ୍ଦୁ ରାୟମହାପାତ୍ର, ବାବା ଅଗ୍ନିହୋତ୍ରୀ ପ୍ରମୁଖ ଉପସ୍ଥିତ ରହି କଚେରୀ ବଜାରରୁ ରାଜଘାଟ ଛକ ପର୍ଯ୍ୟନ୍ତ ସମସ୍ତ ଆବର୍ଜନାଗୁଡିକୁ ସଫା କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମରେ ଭଦ୍ରକ ପୌରପାଳିକାର କର୍ମଚାରୀମାନେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top