ଜିଲ୍ଲା ପରିକ୍ରମା

ଶ୍ରୀରାମ ମହାଯଜ୍ଞ ସମିତି ତରଫରୁ ଭୂମି ପୂଜନ, ଗୋମାତା ପୂଜନ, ସାଧୁ ସନ୍ଥ ପୂଜନ

ଭଦ୍ରକ,୧୮ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି ତରଫରୁ  ପ୍ରସିଦ୍ଧ ଶ୍ରୀରାମ ନବମୀ ଉପଲକ୍ଷେ ଆଜି ଭୂମିପୂଜନ, ଗୋମାତା ପୂଜନ ଏବଂ ସାଧୁସନ୍ଥ ପୂଜନ ସହିତ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ସକାଳ ୧୦ଟାରେ ଗାନ୍ଧିପଡିଆ ମଣ୍ଡପରେ ୫୦ରୁ ଉଦ୍ଧ୍ୱର୍ ସାଧୁ ସନ୍ୟାସୀଙ୍କ ଉପସ୍ଥିତିରେ ସିମତିର ସଂପାଦକ ମାନସ ରଞ୍ଜନ ମହାନ୍ତିଙ୍କ କର କମଳରେ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା । ଉକ୍ତ ଭୂମିପୂଜନ କାର୍ଯ୍ୟକ୍ରମକୁ ସମିତିର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ସାହୁ, ବିଜୟ ଦାଶ, ସ୍ୱାଧୀନ ସୁନ୍ଦର ଦାସ ପରିଚାଳନା କରିଥିଲେ । ଗାନ୍ଧି ପଡିଆ ଠାରେ ପବିତ୍ର ଶ୍ରୀରାମ ନବମୀ ମହାଯଜ୍ଞ ଅନୁଷ୍ଠିତ ହେଉଥିବା କାରଣରୁ ଏହାର ୭ ଦିନ ପୂର୍ବରୁ ଭୂମିପୂଜନ ଉତ୍ସବ ପ୍ରତିବର୍ଷ ପାଳିତ ହୋଇଥାଏ । ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ୱରୂପ ବରପଦା ସ୍ଥିତ ଦୋଳଗୋବିନ୍ଦ ପଡିଆ ପରିସରରେ ଗୋମାତାଙ୍କୁ ପୂଜନ ଉତ୍ସବ ଏକ ଭବ୍ୟ ପରିବେଶରେ କରାଯାଇଥିଲା । ଆମ ପରମ୍ପରା, ଆମ ସଂସ୍କୃତି ଗୋମାତାଙ୍କୁ ରାଷ୍ଟ୍ରମାତା ଭାବରେ ସ୍ଥାନ ଦେଇ ଆସିଛି । ଗୋମାତାଙ୍କ ପୂଜନ ଅର୍ଥାତ ଭାରତର ୩୩ କୋଟି ଦେବତାଙ୍କ ପୂଜନରେ ବିଶ୍ୱାସ ରହି ଆସିଛି । ତେଣୁ ପ୍ରତିବର୍ଷ ରାମ ନବମୀ ଅବସରରେ ଗୋମାତାଙ୍କର ପୂଜନ କାର୍ଯ୍ୟକ୍ରମ ହୋଇଆସୁଛି । ଗୋମାତା ପୂଜନରେ ସାମିଲ ହୋଇଥିବା ୩୦ରୁ ଉଦ୍ଧ୍ୱର୍ ଗୋମାତାଙ୍କ ମଧ୍ୟରେ ଶ୍ରେଷ୍ଠ ୩ଟି ଗୋମାତାଙ୍କ ସେବକଙ୍କୁ ପୁରସ୍କୃତ  ଓ ସମ୍ମାନିତ କରାଯାଇଥିଲା । ଏହି ଗୋମାତା ପୂଜନ କାର୍ଯ୍ୟକ୍ରମକୁ ଶ୍ରୀଧର ନାୟକ, ଭରତ ଭାଇ, ରଘୁନାଥ ସାହୁ, ଡଃ ଦେବରାଜ ପାତ୍ର, ସସ୍ମିତା ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ଆମ ସମାଜର ଧର୍ମ ସଂସ୍କାରକ ତଥା ମାର୍ଗ ଦର୍ଶକ ପୂଜ୍ୟ ସାଧୁସନ୍ଥ ମାନଙ୍କର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଜିଲ୍ଳାରୁ ଆସିଥିବା ୭୦ରୁ ଉଦ୍ଧ୍ୱର୍ ସାଧୁ ସନ୍ଥ, ସନ୍ୟାସୀମାନଙ୍କୁ ରାନ୍ଦିଆରୁ ଏକ ଭବ୍ୟ ସ୍ୱାଗତ କରାଯାଇ ଶୋଭାଯାତ୍ରାରେ ସଭା ସ୍ଥଳକୁ ନିଆଯାଇଥିଲା । ସେଠାରେ ଆୟୋଜିତ ସଭାରେ ସମିତିର ବରିଷ୍ଠ ଉପଦେଷ୍ଟା ବିଷ୍ଣୁ ସେଠୀ ନିଜର ବକ୍ତବ୍ୟରେ କହିଥିଲେ ଯେ, ଶ୍ରୀରାମ ନବମୀ ଉତ୍ସବ ପାଳନ କରିବା ହିନ୍ଦୁ ମାନଙ୍କର ଏକ ନୈତିକ, ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ଅଧିକାର । ଜିଲ୍ଳା ପ୍ରଶାସନ ଲଗାଇଥିବା ୧୪୪ ଧାରାକୁ ଶ୍ରୀ ସେଠୀ କଟୁ ସମାଲୋଚନା କରିବା ସହିତ ପ୍ରଶାସନ ଏହାର ପୁନର୍ବିଚାର କରୁ ବୋଲି ଅନୁରୋଧ କରିଥିଲେ । ସାଧୁମାନଙ୍କ ମଧ୍ୟରେ ଉପସ୍ଥିତ ମହାରାଜ ପଦ୍ମଲୋଚନ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତର ଅଖଣ୍ଡତା ଏବଂ ରାଷ୍ଟ୍ରୀୟତାରେ ସାଧୁସନ୍ଥମାନଙ୍କର ତପସ୍ୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭାରତ ବର୍ଷ ସାଧୁସନ୍ଥମାନଙ୍କ ପବିତ୍ର ଭୂମି । ପ୍ରଭୁ ଶ୍ରୀରାମ ହେଉଛନ୍ତି ସାଧୁସନ୍ଥମାନଙ୍କର ଆରାଧ୍ୟ ଦେବତା । ତାଙ୍କର ପବିତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଲଗେଇଥିବା କଟକଣା ଅତ୍ୟନ୍ତ ନିନ୍ଦନୀୟ । ଏହି କଟକଣା ଯୋଗୁଁ ବହୁ ସାଧୁସନ୍ଥ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ନ ପାରିବା ଦୁର୍ଭାଗ୍ୟ ଜନକ । ଏହି କାର୍ଯ୍ୟକ୍ରମକୁ ସମିତିର ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ ପରିଚାଳନା କରିଥିବା ବେଳେ ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସମିତିର ସଭାପତି ରାୟ ରାମାନନ୍ଦ ମହାପାତ୍ର, ଅନ୍ୟତମ ଉପଦେଷ୍ଟା ସମାଜସେବୀ ଡଃ ପ୍ରଦିପ ନାୟକ, ଦୀନବନ୍ଧୁ ପତି, ପ୍ରଭାତ ଜେନା, ପ୍ରଦିପ୍ତ ବିଶ୍ୱାଳ, ବଦ୍ରି ଧଳ, ଅମ୍ବିକା ଦାସ, ଶରତ ପଢିଆରୀ, ତପନ ମହାନ୍ତି, ସୁବ୍ରତ ନାୟକ, ତୁଷାର ଦାସ, ବାପୁଲା ମହାପାତ୍ର, ଜଗନ୍ନାଥ ଦାଶ, ଭଗବାନ ପଣ୍ଡା, ବିଜୟ ସିନ୍ହା ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top