ଶ୍ରୀରାମ ମହାଯଜ୍ଞ ସମିତିର ନୂତନ କାର୍ଯ୍ୟକାରିଣୀ ସମିତି ଗଠନ

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡ଼ିଶା ପ୍ରସିଦ୍ଧ ଭଦ୍ରକ ଶ୍ରୀରାମ ନବମୀ ମହୋସ୍ôବକୁ ଦୀର୍ଘ ୨୭ ବର୍ଷ ଧରି ସଫଳତାର ସହ କାର୍ଯ୍ୟପରିଚାଳନା କରିଆସୁଥିବା ଶ୍ରୀରାମ ମହାଯଜ୍ଞ ସମିତି ଭଦ୍ରକ ତାହାର ନୂତନ କାର୍ଯ୍ୟକାରିଣୀ ସମିତି ଗଠନ କରିଛି। ନୂଆ ବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ସଭାରେ ସଭାପତି ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର ସଭାପତିତ୍ୱ କରିଥିଲେ। ଏହି ସଭାରେ କାର୍ଯ୍ୟକାରି ପରିଚାଳନା ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ଚଳିତ ବର୍ଷ ଶ୍ରୀରାମ ନବମୀ ମହୋସ୍ôବକୁ ଅଧିକ ସରସ, ସୁନ୍ଦର, ଶୃଙ୍ଗଳିତ ଓ ଆଡ଼ମ୍ବର ପୁର୍ଣ୍ଣ କରିବା ପାଇଁ ଶ୍ରୀରାମ ମହାଯଜ୍ଞ ସମିତିର ଏକ ନୂତନ ସମିତି ଗଠନ କରାଯାଇଛି। ଉକ୍ତ ସମିତିରେ ସଭାପତି ଭାବେ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର, କାର୍ଯ୍ୟକାରି ସଭାପତି ବ୍ୟୋମକେଶ ସେନାପତି, ଉପସଭାପତି ଭାବେ ଅମ୍ବିକା ପ୍ରସନ୍ନ ଦାସ ଓ ପ୍ରଦୀପ୍ତ କୁମାର ବିଶ୍ୱାଳ, ସମ୍ପାଦକ ଭାବେ ମାନସ ମହାନ୍ତି, ଯୁଗ୍ମ ସମ୍ପାଦକ ତପନ ମହାନ୍ତି ଓ ଶରତ ପଢିଆରୀ, କୋଷାଧ୍ୟକ୍ଷ ଭାବେ ନିରଂଜନ ସାହୁ, ଯୁଗ୍ମକୋଷାଧ୍ୟକ୍ଷ ଭଗବାନ ପଣ୍ଡା, କୋଷ ସଂଗ୍ରାହକ ଅଧ୍ୟକ୍ଷ ଭାବରେ ଜଗନ୍ନାଥ ଦାଶ, ଉପାଧ୍ୟକ୍ଷ ପ୍ରଭାତ ମହାନ୍ତି, ସମିତିର ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ ଏବଂ ଗଣମାଧ୍ୟମ ସଂଯୋଜକ ଭାବେ ସ୍ୱାଧିନ ସୁନ୍ଦର ଦାସଙ୍କୁ ମନୋନିତ କରାଯାଇଥିବା ବେଳେ ଉପଦେଷ୍ଟା ମଣ୍ଡଳିର ସଦସ୍ୟ ଭାବରେ ପ୍ରାକ୍ତନ ମନ୍ତ୍ରୀ ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା ମନମୋହନ ସାମଲ, ପୁର୍ବତନ ବିଧାୟକ ବିଷ୍ଣୁ ସେଠୀ ଓ ସମାଜସେବୀ ଦୀନବନ୍ଧୁ ପତିଙ୍କୁ ଗ୍ରହଣ କରାଯାଇଥିଲା। ମହୋସ୍ôବକୁ ପରିଚାଳନା କରିବା ପାଇଁ ସମିତି ପକ୍ଷରୁ ୨୩ ଜଣିଆ କାର୍ଯ୍ୟକାରିଣୀ ସମିତି ଗଠିତ ହେବା ସହ ଆଗାମୀ ଦିନରେ ଏହି କାର୍ଯ୍ୟକାରି ସମିତିକୁ ବୃଦ୍ଧି କରାଯିବାର ନିଷ୍ପତି ନିଆଯାଇଛି।

Leave a Reply

Your email address will not be published. Required fields are marked *