ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ଶ୍ରୀରାମ ନବମୀ ମହୋତ୍ସବ ନିମନ୍ତେ ଭଦ୍ରକ କଚେରୀ ବଜାରସ୍ଥିତ ଯଶୋଦା ହୋଟେଲ ସମ୍ମିଳନୀ କକ୍ଷରେ ଶ୍ରୀରାମ ମହାଯଜ୍ଞ ସମିତି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରୀରାମ ନବମୀ ମହୋତ୍ସବକୁ ଭବ୍ୟ, ସରସ, ସୁନ୍ଦର ଓ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେବ। ପ୍ରଥମ କାର୍ଯ୍ୟକ୍ରମ ସ୍ୱରୂପ ୧୧ତାରିଖରେ ମାତୃଭୂମି ପାଇଁ ଗଣଦୌଡ ଅନୁଷ୍ଠିତ ହେବ। ମାତୃଭୂମିର ସୁରକ୍ଷା. ଅଖଣ୍ଡତା ରାଷ୍ଟ୍ରର ସ୍ୱଭିମାନ ପାଇଁ ଉକ୍ତ ଗଣଦୌଡ ଆୟୋଜନ ହେବାକୁ ଯାଉଛି। ୧୮ତାରିଖରେ ଗୋ-ପୂଜନ, ପୂଜ୍ୟ ସାଧୁସନ୍ଥମାନଙ୍କ ପୂଜନ ସହିତ ବିଶାଳ ମଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ। ୨୩ ତାରିଖ ଦିନ ୫୦୦୮ ସଂଖ୍ୟାରେ ମାତୃମଣ୍ଡଳୀଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଏବଂ ଉକ୍ତ ଦିନ ୪ଟି ଆଧ୍ୟାତ୍ମିକ ପୀଠରୁ ଯଥା ବାବ ଅଖଣ୍ଡଳମଣୀ, ମା ବିରଜା, ମା’ ଭଦ୍ରକାଳୀ ଓ ଆର୍. ଏନ୍ ବେତରାରୁ ଆଜ୍ଞାମାଳ ଆସିବ ବୋଲି ଖବରଦାତା ସମ୍ମିଳନୀରେ ସମିତିର ସଭାପତି ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର ପ୍ରକାଶ କରିଛନ୍ତି। ଏଥି ସହିତ ଗାନ୍ଧିପଡିଆ ଠାରେ ୭ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମୀନାବଜାର ଆୟୋଜନ କରାଯିବ ୨୫ ତାରିଖ ଶ୍ରୀରାମ ନବମୀ ଦିନ ନେହେରୁ ଷ୍ଟାଡିୟମରୁ ଅପରାହ୍ଣ ୩ଘଟିକା ସମୟରେ ସଂକୀର୍ତ୍ତନ ଶୋଭାଯାତ୍ରା ମେଢ ବାହାରି ସମଗ୍ର ଭଦ୍ରକ ସହର ପରିକ୍ରମା କରି ଗାନ୍ଧିପଡିଆରେ ସମାପନ ହେବ ବୋଲି ସୂଚନା ଦିଆଯାଇଛି ସମସ୍ତ କାର୍ଯ୍ୟକ୍ରମ ଗୁଡିକ ବିଭିନ୍ନ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ। ଏଥିପ୍ରତି ଜିଲ୍ଲା ପ୍ରଶାସନ ସହଯୋଗ କରିବାକୁ ଅନୁରୋଧ କରାଯାଇ ଅଛି। ତତ୍ସହିତ ଗଣଦୌଡ ଏବଂ ମଟରସାଇକେଲ ଶୋଭାଯାତ୍ରାକୁ ସଫଳ କରିବାକୁ ସମସ୍ତ ଯୁବବନ୍ଧୁମାନଙ୍କୁ ôନିବେଦନ କରାଯାଇଅଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମହାଯଜ୍ଞ ସମିତିର କାର୍ଯକାରୀ ସଭାପତି ବ୍ୟେମକେଶ ସେନାପତି ସମ୍ପାଦକ ମାନସ ରଞ୍ଜନ ମହାନ୍ତି ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ପ୍ରଦୀପ କୁମ୍ବାର ବିଶ୍ୱାଳ, ଦୁର୍ଗା ଶଙ୍କର ଯେନା, ସିପ୍ରା ରାଉତ, ସ୍ୱାଧୀନ ସୁନ୍ଦର ଦାସ ପ୍ରମୂଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *