ଜିଲ୍ଲା ପରିକ୍ରମା

ଶ୍ରୀରାମ ନବମୀ ମହୋତ୍ସବର ସଫଳତା ପାଇଁ ମହାଯଜ୍ଞ ସମିତି ପକ୍ଷରୁ କୃତଜ୍ଞତା

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବହୁ ଆଡମ୍ବରରେ ଶେଷ ହୋଇଛି ଓଡିଶା ପ୍ରସିଦ୍ଧ ତଥା ଭଦ୍ରକ ଜିଲ୍ଲାର ଗଣପର୍ବ ଶ୍ରୀରାମ ନବମୀ ମହାଯଜ୍ଞ ଓ ମହୋତ୍ସବ। ଏହି ମହାନ ଗଣପର୍ବର ସମସ୍ତ କାର୍ଯ୍ୟକ୍ରମକୁ ନେଇ ସହର ଉତ୍ସବ ମୁଖରିତ ହୋଇଥିଲା। ଯୁବ ଓ ଛାତ୍ରମାନଙ୍କୁ ନେଇ ଚଳିତ ମାସ ୧୧ ତାରିଖରେ ମାତୃଭୂମି ପାଇଁ ଗଣଦୌଡ ଅନୁଷ୍ଠିତ ହୋଇଥିଲା। ୧୮ ତାରିିଖରେ ସାଧୁସନ୍ଥ ଓ ଗୋମାତା ପୂଜନ ଏବଂ ଯଜ୍ଞ ମଣ୍ଡପରେ ଭୂମି ପୂଜନ କରାଯାଇଥିଲା। ସେହି ଦିନରୁ ଗାନ୍ଧି ପଡିଆରେ ସପ୍ତାହବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ୨୩ ତାରିଖରେ ୩ଟି ପ୍ରମୁଖ ଆଧ୍ୟାତ୍ମିକ ପୀଠରୁ ଆଜ୍ଞାମାଳ ଅଣାଯାଇଥିବା ବେଳେ ସେହିଦିନ ଅପରାହ୍ନରେ ମାତୃମଣ୍ଡଳୀ ଦ୍ୱାରା ୫୦୦୮ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସେହି ଦିନଠାରୁ ୩ ଦିନ ବ୍ୟାପୀ ଯଜ୍ଞ ମଣ୍ଡପରେ ରାମନବମୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ମଣ୍ଡପ ପରିସରରେ ଅଖଣ୍ଡ ହନୁମାନ ଚାଳିଶା ଏବଂ ସୁନ୍ଦରାକାଣ୍ଡ ଅନୁଷ୍ଠିତ ହୋଇଥିଲା। ପରେ ଶେଷ କାର୍ଯ୍ୟକ୍ରମ ଭାବେ ବିରାଟ ନଗର ସଂକୀର୍ତ୍ତନ ଓ ମେଢ ଶୋଭାଯାତ୍ରା ନେହେରୁ ଷ୍ଟାଡିୟମରୁ ବାହାରି ସମଗ୍ର ସହର ପରିକ୍ରମା କରି ଗାନ୍ଧି ପଡିଆରେ ସମାପନ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହିତ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବା ଯୋଗୁ ଜିଲ୍ଳାର ସମସ୍ତ ପ୍ରଶାସନିକ ଅଧିକାରୀ, ପୁଲିସ କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି, ଭଦ୍ରକର ଜନସାଧାରଣ, ବୁଦ୍ଧିଜୀବୀ, ସମିତିର କର୍ମକର୍ତ୍ତା, ଯଜ୍ଞ କର୍ମରେ ଯୋଗ ଦେଇଥିବା ସାଧୁସନ୍ଥ, ଜିଲ୍ଳା ତଥା ଜିଲ୍ଲା ବାହାରର ସମସ୍ତ ଶୁଭେଚ୍ଛୁ, ପୃଷ୍ଠପୋଷକଙ୍କୁ ସମିତି ପକ୍ଷରୁ ସମିତିର ସଂପାଦକ ମାନସ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତି ଯୋଗେ କୃତଜ୍ଞତା ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top