ଜିଲ୍ଲା ପରିକ୍ରମା

ଶ୍ରୀରାମ ନବମୀ ଉପଲକ୍ଷେ ମହିଳାମାନଙ୍କର ବିଶାଳ କଳସ ଶୋଭାଯାତ୍ରା ହାଇକୋର୍ଟଙ୍କ ରାୟ ଫଳରେ ପ୍ରଶାସନର ୧୪୪ ଧାରା କଟକଣା କୋହଳ, ରାମନବମୀ ମେଢ ଶୋଭାଯାତ୍ରା ପାଳିତ ହେବ

ଭଦ୍ରକ,୨୩ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ)  : ଶ୍ରୀରାମ ମହାଯଜ୍ଞ ସମିତି ଭଦ୍ରକ ତରଫରୁ ଶ୍ରୀରାମ ନବମୀ ଉପଲକ୍ଷେ ହଜାର ହଜାର ମହିଳାମାନଙ୍କ ଦ୍ୱାରା ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଅଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ସହରରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ୧୪୪ ଧାରାର କଟକଣାକୁ ଚ୍ୟାଲେଞ୍ଜ କରି ମହାଯଜ୍ଞ ସମିତି ପକ୍ଷରୁ ହାଇକୋର୍ଟରେ କରାଯାଇଥିବା ରିଟ୍ ପିଟିସନ ଖାରଜ ହେବା ପରେ ଏହାକୁ ଡିଭିଜନ ବେଞ୍ଚରେ ଅପିଲ କରାଯାଇଥିଲା । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବେଞ୍ଚ ଏହାର ତକ୍ରାଳ ବିଚାର କରି ଶ୍ରୀରାମ ମହାନବମୀ ମହୋତ୍ସବ ପୂର୍ବ ବର୍ଷମାନଙ୍କ ପରି ପାଳନ କରାଯିବାର ରାୟ ଆଜି ଦେଇଛନ୍ତି ।  ଏହି ଖବର ଭଦ୍ରକରେ ପହଞ୍ଚôବା ପରେ କଳସ ଶୋଭାଯାତ୍ରାରେ ଆଶାତୀତ ମହିଳାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା । ଏହି କ୍ରମରେ ଆଜି ଅପରାହ୍ନ ୨ ଘଟିକା ସମୟରେ ତିନୋଟି ଆଧ୍ୟାତ୍ମିକ ପୀଠ, ଯଥାକ୍ରମେ ମା’ ବିରଜା, ବାବା ଆଖଣ୍ଡଳମଣି ଏବଂ ଭଦ୍ରକାଳୀଙ୍କ ପୀଠରୁ ଆଜ୍ଞାମାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଆସି ଗାନ୍ଧିପଡିଆ ଠାରେ ପହଞ୍ଚô ଥିଲା । ଆରଡି ପୀଠରୁ ଆସିଥିବା ଆଜ୍ଞାମାଳର ନେତୃତ୍ୱ ମହାଯଜ୍ଞ ସମିତିର ସଦସ୍ୟ ଗଦାଧର ପାଢୀ ନେଇଥିବା ବେଳେ ବିରଜାଙ୍କ ପୀଠରୁ ବଦ୍ରିନାରାୟଣ ଧଳ ଏବଂ ମା’ ଭଦ୍ରକାଳୀଙ୍କ ପୀଠରୁ ଆସିଥିବା ଆଜ୍ଞାମାଳର ନେତୃତ୍ୱ ଡ. ପ୍ରଦିପ ନାୟକ ନେଇଥିଲେ । ଆଜ୍ଞାମାଳ ଗୁଡିକ ଗାନ୍ଧିପଡିଆରେ ପହଞ୍ଚôବା ପରେ ସେଠାରେ ଶ୍ରୀରାମ ନବମୀ ଯଜ୍ଞ ଆରମ୍ଭ ହୋଇଥିଲା । ଏହା ୩ ଦିନ ଧରି ଚାଲିବ । ଏହି ଯଜ୍ଞରେ ସନାତନ ସାହୁ, ଅମ୍ବିକା ଦାସ, ପହଲି ନାୟକ ସପତ୍ନୀକ ଯଜ୍ଞ କର୍ତ୍ତା ଭାବେ ନିୟୋଜିତ ହୋଇଛନ୍ତି । ଏହି ଯଜ୍ଞକାର୍ଯ୍ୟକୁ ନିରଞ୍ଜନ ସାହୁ ଓ ବିଜୟ ସିନ୍ହା ପରିଚାଳନା କରୁଛନ୍ତି । ଅପରାହ୍ନ ୩ଟାରେ ଗାନ୍ଧି ପଡିଆରୁ ଜିଲ୍ଳାର ବିଭିନ୍ନ ଅଞ୍ଚଳରୁ ୫ ହଜାରରୁ ଉଦ୍ଧ୍ୱର୍ ମହିଳାମାନଙ୍କ ଦ୍ୱାରା ଏକ ବିଶାଳ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏହି ଶୋଭାଯାତ୍ରାଟି ନରିପୁର, ଅସ୍ତଳ, ସାହାପୁର ଦେଇ ସାଳନ୍ଦୀ ନଦୀର ପଞ୍ଚମୁଖି ହନୁମାନ ଘାଟରୁ କଳସ ବୁଡାଇ ବନ୍ତ ଛକ, ଅପର୍ତ୍ତିବିନ୍ଧା ଛକ, କଚେରୀ ବଜାର, ନୂଆବଜାର ହୋଇ ସମଗ୍ର ସହର ପରିକ୍ରମା କରିବା ପରେ ଗାନ୍ଧିପଡିଆ ଠାରେ ପହଞ୍ଚô ଥିଲା । ଜୟ ଶ୍ରୀରାମ ଧ୍ୱନୀ ଓ ମହିଳାମାନଙ୍କ ଦ୍ୱାରା ହୁଳହୁଳି ଧ୍ୱନିରେ ସମଗ୍ର ସହର ପ୍ରକମ୍ପିତ ହୋଇଥିଲା । ଏହି କଳସ ଶୋଭାଯାତ୍ରାରେ ମହାଯଜ୍ଞ ସମିତିର ସଭାପତି ରାମାନନ୍ଦ ମହାପାତ୍ର, ବରିଷ୍ଠ ଉପଦେଷ୍ଟା ମନମୋହନ ସାମଲ, ବିଷ୍ଣୁ ସେଠୀ, ଗୋବିନ୍ଦ ରାଉତ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ବରିଷ୍ଠ ସଦସ୍ୟ ଦୀନବନ୍ଧୁ ପତି, ତପନ ମହାନ୍ତି, ଶରତ ପଢିଆରୀ, ମନସ୍ମିତା ଖୁଣ୍ଟିଆ, ପଙ୍କଜିନୀ ଲେଙ୍କା, ଉର୍ମିଳା ସାହୁ, ସ୍ୱର୍ଣ୍ଣଲତା ନାୟକ, ଜ୍ୟୋତିର୍ମୟୀ ଖୁଣ୍ଟିଆ, ଅନ୍ନପୂର୍ଣ୍ଣା ମହାରଣା, ବିଦ୍ୟାଧର ସାହୁ, ସୁବ୍ରତ ନାୟକ, ସରୋଜିନୀ ଦାସ, କଳ୍ପନା ଜେନା, ଗୀତା ପଢିଆରୀ, ସୀପ୍ରା ରାଉତ, ବୁଲୁ ରାଉତ, ନିଲୁ ସେନାପତି, ସୁରେଶ ସାମଲ, ଜଗନ୍ନାଥ ଦାଶ, ବିଜୟ ଦାଶ, ଅଶୋକ ପୁହାଣ, ପ୍ରଭାତ ଜେନା, ପୂର୍ଣ୍ଣ ପାଣି, ରଶ୍ମିରଞ୍ଜନ ବିଶ୍ୱାଳ, ସ୍ୱାଧୀନ ସୁନ୍ଦର ଦାସଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଏହାର ନେତୃତ୍ୱ ନେଇଥିଲେ । ମାନ୍ୟବର ହାଇକୋର୍ଟଙ୍କ ରାୟ ଦ୍ୱାରା ପ୍ରଶାସନର କଟକଣା କୋହଳ ହେବା ପରେ ରାମନବମୀ ମେଢ ଶୋଭାଯାତ୍ରା ମଧ୍ୟ ପୂର୍ବ ବର୍ଷମାନଙ୍କ ପରି ମହା ସମାରୋହରେ ହେବ ବୋଲି ସମିତି ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top