ଶ୍ରୀମନ୍ଦିର ସେବକ ଓ ସେବାୟତଙ୍କ ସେବାନୀତି…

– ଦେବପ୍ରସାଦ ମିଶ୍ର
ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ତିଆରି ପରଠାରୁ ଚତୁର୍ଦ୍ଧା ମୁର୍ତ୍ତିର ସେବା ପୂଜା ନୀତି ପର୍ବ ପର୍ବାଣୀ, ଯାନି ଜାତ ପାଇଁ ଠାକୁର ରାଜା ଗଜପତିଙ୍କ ସମେତ ସେବକ ଓ ସେବାୟତ ମାନଙ୍କର ସେବାନୀତି ଓ ସେମାନଙ୍କ ସ୍ୱତ୍ୱ ବିଷୟରେ ନିୟମାବଳୀ ମାଦଳା ପାଞ୍ଜିରେ ବିଭିନ୍ନ ତଥ୍ୟ ଲିପିବଦ୍ଧ ହୋଇଥିଲା, ସେହି ଅନୁସାରେ ସେବା ପୂଜାନୀତି ରୀତି ସବୁ ·ଲୁଥିଲା ତେବେ ଦେଶ ସ୍ୱାଧୀନ ହେବା ପରେ ମନ୍ଦିର ସରକାରଙ୍କ ହାତକୁ ଆସିବା ପରେ ଓଡିଶା ସରକାର ୧୯୫୪ ମସିହାରୁ ଯେଉଁ ଶ୍ରୀଜଗନ୍ନାଥ ମନ୍ଦିର ପରି·ଳନା ଆଇନ ପ୍ରବର୍ତ୍ତନ କରିଛନ୍ତି, ଉକ୍ତ ଆଇନ ଅନୁସାରେ ସରକାରଙ୍କ ନିଯୁକ୍ତ ସ୍ୱତନ୍ତ୍ର ଅଫିସର ଜଣେ ଜିଲ୍ଲା ଜଜ୍ ଶ୍ରୀ ଲକ୍ଷ୍ମଣ ପଣ୍ଡାଙ୍କର ୧୯୫୪ ମାର୍ଚ୍ଚ ୧୫ ତାରିଖ ରିପୋର୍ଟ ଅନୁସାରେ ପୁରୀର ଠାକୁର ରାଜାଙ୍କ ସମେତ ସେବକ ଓ ସେବାୟତମାନଙ୍କର ସେବାନୀତି ଓ ସେମାନଙ୍କ ସ୍ୱତ୍ୱ ବିଷୟରେ ନିୟମାବଳୀ ପ୍ରଣୟନ କରାଯାଇ ତାହା ରେକର୍ଡ ଭୁକ୍ତ ହୋଇଛି। ଶ୍ରୀଯୁକ୍ତ ପଣ୍ଡା ତାଙ୍କ ରିପୋର୍ଟରେ ଲେଖିଥିଲେ – ସେବକ ଓ ସେବାୟତମାନଙ୍କର ସ୍ୱତ୍ୱ ୧୯୧୦ ସୁଦ୍ଧା ଯାହା ପ୍ରଚଳିତ ଥିଲା ତାହାକୁ ଭିତ୍ତ୍ି କରି ଏହା କରାଯାଇଛି। କିନ୍ତୁ ଅନ୍ୟାନ୍ୟ ଶାସ୍ତ୍ର ପୁରାଣ ଓ ମାଦଳା ପାଞ୍ଜିରେ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ଏବଂ ବିଭିନ୍ନ ରାଜାମାନଙ୍କ ସମୟରେ ଖଞ୍ଜା ଯାଇଥିବା ଜମି, ବୃତ୍ତି ଏବଂ ସେବକ, ସେବାୟତମାନଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ୱ ବିଷୟରେ ଯେଉଁ ତଥ୍ୟ ଲିପିବଦ୍ଧ ଥିଲା ସେ ବିଷୟରେ ଓଡିଶାର ପ୍ରଖ୍ୟାତ ଐତିହାସିକ ଓ ଗବେଷକ ସ୍ୱର୍ଗୀୟ ଜଗବନ୍ଧୁ ସିଂହ ୧୯୨୯ ରେ ତାଙ୍କର ପ୍ରାଚୀନ ଉତ୍କଳ ପୁସ୍ତକରେ ଯାହା ପ୍ରକାଶ କରିଛନ୍ତି ତଦନୁଯାୟୀ ଅଦ୍ୟାବଧି ଏହା ଚାଲୁ ରହିଛି –

(୨) ୫୨ ମଠ ସନ୍ନ୍ୟାସୀ ଏମାନେ ପ୍ରତିଦିନ ଦେଉଳରୁ ମହାପ୍ରସାଦ ପାଇବେ। ଏମାନଙ୍କ ସେବା କାର୍ଯ୍ୟ ଲାଗି ବ୍ରହ୍ମଚାରୀ ୧ ଜଣ ଲେଖାଏଁ ଏପରି ୧ ମଠର ବ୧ର୍ଷର ଖର୍ଚ୍ଚ ଲାଗି ସୁନା ୨୦ ମାଡ଼କୁ ମା ୧୦୪୦

(୧) ମୁଦ୍ରାହସ୍ତ ମଠ ୨ ମା ୪୫୦

(୨) ଅଠର ବ୍ରହ୍ମପୁର ମହାଜନ ୧୩୧୩ ଜଣ ମା ୨୬୨୬

(୪) ତୀର୍ଥବାକ୍ୟ କର୍ତ୍ତା ଜ ୨୦ ମା ୨୫୮୬

(୫) ମହାପୁରୁଷ ପାଣିଗ୍ରାହୀ କର୍ତ୍ତା ଜ ୨ ଣ ମା ୪୦

(୬) ଦଇତା ପଶୁପାଳକ ମା ୩୦୦

(୭) ପାଣିଛଡ଼ା ପଣ୍ଡା ମା ୨୦୦

(୮) ସିଂହାରୀ ପଶୁପାଳକ ମା ୧୦୦

(୯) ଛାମୁ ଖୁଣ୍ଟିଆ ମା ୮୦

(୧୦) ଶ୍ରୀମୁଖ ସିଂହାରୀ ମା ୬୦

(୧୧) ଚାଙ୍ଗଡ଼ା ମେକାପ ମା ୧୩୦୦

(୧୨) ଅଖଣ୍ଡ ମେକାପ ମା ୩୦

(୧୩) ସୁଆର ବଡ଼ୁ ମା ୩୦

ପତ୍ରୀବଡ଼ୁ ୨୦୦, ଶେଜଘର ମେକାପ ୨୦, ପାହାଡ଼ା ଘର ମେକାପ ୧୦, ଆୟା ମହାଜନ ୫୦, ସୁଦୁସୁଆର ୪୦, ଭିତର ଗରାବଡ଼ୁ ୩୦, ବାହାର ଗରାବଡ଼ୁ ୪୦, ହଡ଼ପ ନାୟକ ୨୦, କଉଟିଆ ମୁଦୁଲି ୪୦, କର୍ପୂର ଚନ୍ଦନ ଘଟୁଆରି ୩୦, ରୋସେ ୟା ସେବକ, ଭାତ ସୁଆର ଓଗେର ଛତିଶା ନିଯୋଗ ୩୬୩ ଜଣକୁ ସେବା ୩୬, ରୋସକୂଅରୁ ପାଣି କାଢ଼ି ବହି ଆଣିବାକୁ ବଇଠା ପାଳଆ ୧୨୩ ଜଣକୁ ସେବା ୧୨, ଚାଉଳଧୁଆ ୪ ଜଣକୁ ସେବା ୪ ହାଣ୍ଡିରେ ଚାଉଳ ଭରା ୪ ଜଣକୁ ସେବା ୪, ଝୋଲାଲଗାଇ କାଠ ଜାଳିବାକୁ ୪ ଜଣକୁ ସେବା ୪, କାଠଚଟୁ ଘେନି ହାଣ୍ଡିରେ ଭାତ ଚଲାଇବାକୁ ଚଲଣିଆ ୪ ଜଣକୁ ସେବା ୪, ଏପରି ନାୟକ ସେବକ ୩୬, ଏମାନେ ପୁଅ ଭାଇ ଘେନି ଖଟଣି ବୋରୁଣା କରିବେ ଏବଂ ୧୫୦ ମାଢ଼ ସୁନା ବର୍ତ୍ତନ ପାଇବେ। ତୀଅଣ ସୁଆର ବର୍ତ୍ତନ ୬୦, ମାଡ଼ ଦେରି ସୁଆର ୪୦, ସାରେଖାୟା ପିଠା ସୁଆର ୧୦, ମହାସୁଆର ୫୦, ବ୍ରାହ୍ମଣ ସମର୍ଥା ୨୦, ଶୁଦ୍ର ସମର୍ଥା ୨୦, ତୋଳାବଡ଼ୁ ୪୦, ତଳିବଡ଼ୁ ୨୦, ପନ୍ତୀବଡ଼ୁ ୩୦, ଭିତର ବଢ଼ା ୨୦, ଘିଅ ପରସା ୫, ତୋଳାବଡ଼ି ସେବକ ରୋଷରୁ ଭୋଗ ବହି ଆଣିବାକୁ ଶିକାଡାଙ୍ଗି ଝାଡ଼ିବା ସେବକ ୧୦, ରୋସ ସରଘର ମେକାପ ୧୦, ରୋସ ବ୍ରାହ୍ମଣ ୧୦, ଅଙ୍ଗାର ପାଉଁଶ କଢ଼ା ସେବକ ୫, ରୋସ ଧୋପଖାଳ ସେବକ ୫, ଦ୍ୱାରନାୟକ ୧୦, ଫାରକ ମୁଦୁଲି ୫୦, ପ୍ରସାଦ ବଡ଼ୁ ୪୦, ଫୁଲ ବଡ଼ୁ ୨୦, ସିଂହଦ୍ୱାର ପ୍ରତିହାରୀ ୩୦, ଆସ୍ଥାନ ପଢ଼ିଆରୀ ୧୦, ପର୍ବଯାତ୍ରା ପଢ଼ିଆରୀ ୧୦, ଛତି ସେବକ ୫, ତ୍ରାସ ସେବକ ୫, ଚଅାଁ ର ସେବକ ୨୦, ରତ୍ନ ଆଲଟ ସେବକ ୨୦, ଖଦୀ ସେବକ ୧୦, ଧ୍ୱଜାଧରା ସେବକ ୧୫, ସୁନାବେତ ସେବକ ୧୦, ସୁନା ଦୀହୁଡ଼ି ସେବକ ୨୦, ପୁରାଣ ପଣ୍ଡା ସେବକ ୧୦, ମଣ୍ଡଣୀ ବୃନ୍ଦାବନ ନାୟକ ସେବକ ୧୦, ମଣ୍ଡଣୀ ଖୁଣ୍ଟିଆ ୬, ଦରପଣିଆ ୬, ବିମାନବଡ଼ୁ ୨୦, ହାନ୍ଦୋଳା ଆପଟ ୨୦, ବିମଳା ଖଟଣୀ ୨୦, ଦୁଧଘର ସେବକ ମହାଭୋଇ ୩୦, ଆଳତୀ ସେବକ ୨୦, ଦୁଧଘର ପାଇକ ୫, ସୁନା ରୂପା କଂସା ତମ୍ବା ଯୋଗାଡ଼ ମଜା ସେବକ ୧୦, ଚିତା ବିନ୍ଧାଣୀ ୧୦, ରତ୍ନକାମ ବିନ୍ଧାଣୀ୨୫, ମାଠ କମ ବିନ୍ଧାଣୀ ୩୦, ଚିନରା ସେବକ ୨୦, ସିପୁଟୀ ମହାରଣା ୩୦, ଘଣ୍ଟୁଆ ସେବକ ୪୦, ବୀରକାହାଳିଆ ୧୦, ପାଟରା ବିନ୍ଧାଣି ୧୦, ବେଣ୍ଟାପିନ୍ଧା ରାଉତ ୬, ପାହାନ୍ତି ପାଣି ସଙ୍ଖୁଆ ୧୦, ମାହେଳିଆ ୧୦, ଶଙ୍ଖ ମହୁରିଆ ୧୦, ଉପାଂଘିଆ ୫, ଯୋଗ କାହାଳିଆ ୬, ବୀଣାକାର ୧୦, ଗୀତ ଗାୟାଣୀ ୧୦, ଚଉଷଠୀ ସମ୍ପ୍ରଦାୟ ୧୮୦, ମୀନା ନାୟକ ୫, ବାହାର ପହରା ୫, ଜ୍ୟୋତିଷ ମହାରଣା ୧୦, ଖୁରୀ ଯଗାସେବକ ୧୦, ଦୟଣାମାଳୀ ୪, ପଣ୍ଡା ପଶୁପାଳକମାନଙ୍କ ଓ ରୋସ ସୁଆର ସେବକମାନଙ୍କ ଗୋଡ଼ଧୁଆ ପାଣି ଖଟିବା ସେବକ ୫, ବଢ଼େଇ ମହାରଣା ୪୦, କମାର ମହାରଣା ୩୦, ପଥୁରିଆ ମହାରଣା ୩୦, ରୂପାକାର ମହାରଣା ୩୦, ଚିତ୍ରକାର ମହାରଣା ୧୨, ଚୂନରାମୁଦୁଲି ଦେଉଳ ଉପରୁ ଗଛ କାଟିବା ଆଦି କରି ୫୦, ତାମରା ମହାରଣା ୩୦, କଂସାର ମହାରଣା ୧୦, ଅଶ୍ୱାରୋହି ମହାରଣା ୧୦, କାଚରା ମହାରଣା ୬, ଓତରା ୮, ମାଢ଼ିଆଳ ମହାସେଠୀ ୫୦, ବାରଗୋଠ ଗାଈ ରକ୍ଷକ ୨୫୦, ସୁଅାଁସିଆ ୮୦, ରଥ କତାଦଉଡ଼ି ବଳା ସେବକ ୧୦, ଚାପଦଳାଇ ୩୦, ଯବନ ଉପଦ୍ରବ ନିମିତ୍ତ ମାଣିକପାଟଣା ଖାଲକଟାପାଟଣା ମୁହାଣ ମୁହଁରେ ଡଙ୍ଗା ଘେନି ଜଗିଥିବା ଆରିଆ ୪୦, ଭାଟ ସେବକ ୧୦, ଭଣ୍ଡାର କରଣ ୫୦, ଦେଉଳ କରଣ ୫୦, କ୍ଷେତ୍ରବୈଦ୍ୟ ୫୦, ଶସ୍ତ୍ରବୈଦ୍ୟ ୫୦, ଗୁହାରୀ ପଧାନ ୨୦, ଚକରିଆ ଲେଙ୍କା ୪୦, ଚୂହାଣ ୧୦, ଢ଼ୋଲଦମା ସେବକ ୧୦, ଦିହୁଡ଼ିଆ ୩୦, ଧାନଘର ପାଇକ ୧୦, ଧାନମାପ ମୁଦୁଲି ୧୦, ଦୁଆର ଦଳେଇ ୨୦୦, ଦଣ୍ଡୁୁଆ ଡଗର ୧୦, ମାଝି ପାଇକ ୮୦, ଗୁଣ୍ଡିଚା ନଗର ଜରିଆ ୮, ବାହାର ଦେଉଳ ମହାଲକ୍ଷ୍ମୀ ଦେଉଳ ସେବକ ୧୦୦, ସରସ୍ୱତୀ ଦେଉଳ ସେବକ ୬୦, ଅଗୁରୁ ବୃକ୍ଷ ନୃସିଂହନାଥ ସେବକ ୩୦, ଅଷ୍ଟଶମ୍ଭୁ ଦେଉଳ ସେବକ ୧୧୦, ସଂକଳ୍ପପୁର ଲାଉକେଶ୍ୱର ସେବକ ୨୦, ଅଷ୍ଟଦଣ୍ଡୀ ସେବକ ୫୫, ଗୁଣ୍ଡିଚା ନବର ପଟୀ ସେବକ ୫, କ୍ଷେତ୍ରର ଅନ୍ୟାନ୍ୟ ଦେବତାମାନଙ୍କ ସେବକ ୫୦, ତୀର୍ଥ ପୁଷ୍କରିଣୀମାନଙ୍କରୁ ବର୍ଷକୁ ବର୍ଷ ପଙ୍କକଢ଼ା ସେବକ ୨୦, ତୋଟାଗଛ ତଳି ସେବକ ୩୦୦, ପଦ୍ମକଦଳୀ ତୋଟା ସେବକ ୭୦, ଜଗମୋହନ ବଇଠା ହୁଳାରେ ତେଲପକା ସେବକ ୧୦, ବାଦ୍ୟକାର ୨୦, ପରୀଖା ୩୦୦, ପଟ୍ଟନାୟକ ୮୦, ବେହରଣ ଡଗରା ୬୦, ସୁଅାଁସିଆ ଆଡ଼ତି ୭୦୦, କର ଆଦାଏ ୧୦୦୦।

ଯେତେପ୍ରକାର ସେବକ ଓ ଯାହାଙ୍କର ଯାହା ବର୍ତ୍ତନ ଖଞ୍ଜା ହୋଇଥିଲା, ତାହା ଉପରେ ଦିଆଗଲା। ନାମରୁ ସେବକର କର୍ତ୍ତବ୍ୟ କାର୍ଯ୍ୟ କେତେକ ଜଣାପଡ଼ୁଅଛି। ମାତ୍ର କେତେକ ସ୍ଥଳ ସୁବୋଧ୍ୟ ନୁହେଁ। ସୁତରାଂ ସେମାନଙ୍କ କାର୍ଯ୍ୟର ବିବରଣ ନିମ୍ନରେ ସଂକ୍ଷେପରେ ଦିଆଗଲା। ପ୍ରାଚୀନ ପ୍ରଚଳିତ ଶବ୍ଦମାନ ଅବିକଳ ଲେଖାଯାଇଛି। କାରଣ ଏଥିରୁ ପ୍ରାଚୀନ ଭାଷାର ପରିଚୟ ମିଳେ।

୨୬– ଦଇତା ପଶୁପାଳକ– ନୀଳମାଧବ ଅବତାର ସମୟରେ ବିଶ୍ୱାବସୁ ଶବର ସେବା କରୁଥିଲେ। ଏମାନେ ଦାରୁବ୍ରହ୍ମ ଅବତାରରେ ଶୂଦ୍ର ଦଇତା ସେବକ ହେଲେ। ବିଦ୍ୟାପତି ବ୍ରାହ୍ମଣ ନୀଳମାଧବଙ୍କୁ ଦେଖିଯାଇ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ସମ୍ବାଦ ଦେଇଥିବାରୁ ସେ ବ୍ରାହ୍ମଣ ସେବକ ହେଲେ। ସୁତରାଂ ଏ ଦୁଇ ସେବାର ନାୟକ ଅର୍ଥାତ୍ ଯେ ବୟସରେ ବଡ଼, ସେ ତା’ର ପୁଅ ଭାଇମାନଙ୍କୁ ଘେନି ସେବା ଖଟେ, ଶ୍ରୀମୁଣ୍ଡିଠାରୁ ଶ୍ରୀପୟର ପର୍ଯ୍ୟନ୍ତ ବାମାର୍ଦ୍ଧ ଦଇତାମାନେ ସେବା କରନ୍ତି ଏବଂ ଦକ୍ଷିଣାର୍ଦ୍ଧପତିମାନେ ସେବା କରନ୍ତି। ଦଇତାମାନେ ବନରୁ ଦାରୁ ଆଣିବେ, ଠାକୁରମାନଙ୍କ ଶ୍ରୀଅଙ୍ଗ ବେତମ ହେଲେ ସେମାନଙ୍କୁ କର୍ମକୁଟି ଘରକୁ ବିଜେ କରାଇବେ। ଅନବସର ତାଟି ଭିତରେ ୧୫ ଦିନ ସେବା କରିବେ। ଦେବସ୍ନାନଠାରୁ ବାହୁଡ଼ା ପର୍ଯ୍ୟନ୍ତ ସେବା କରିବେ, ସ୍ନେହାଲାଗି କରିବେ।

୨୭– ପାଣିଛଡ଼ା ପଣ୍ଡା ସେବକ– ଏ ୧୩ ଜଣ, ଏମାନଙ୍କ ମଧ୍ୟରୁ ଜଣେ ମାସେ ପର୍ଯ୍ୟନ୍ତ ସମୁଦ୍ର ତୀରରେ ଜପ କରିବା ପରେ ଆସି ପୂଜା କରିବ। ଏମାନେ ଶ୍ରୀମୁଖ ପଖଳା ସେବା କରିବେ।

୨୮– ପଶୁପାଳକ ସେବକ– ଏମାନେ ଦର୍ପଣ ଦେଖାଇ ଶ୍ରୀମୁଖ ପ୍ରକ୍ଷାଳନ, ଦାନ୍ତକାଠି ଲାଗି, ଆଚମନ, ଧୂପଦୀପ ସହିତ ଶ୍ରୀମୁଣ୍ଡିରେ ପଞ୍ଚାମୃତ ସ୍ନାନ, ସୁଗନ୍ଧି ଅଏଁଳା ଲାଗି ଇତ୍ୟାଦି କରାଇବେ।

୨୯– ଛାମୁ ଖୁଣ୍ଟିଆ ସେବକ– ସିଂହାସନ ଜଟିବ, ଫୁଲତୋଟା ମାଳିମାନଙ୍କଠାରୁ ପ୍ରତ୍ୟହ ଫୁଲ, ଚୂଳ, ମାଙ୍ଗ, କରପଲ୍ଲବ ଇତ୍ୟାଦି ଆଣି ସରଘରେ ସାଇତି ରଖିବ। ଅବକାଶ ବେଳକୁ ସିଂହାରୀମାନଙ୍କୁ ହକାରି ଆଣିବ, ଅବକାଶ ବେଳେ ଫୁଲମାନ ବଢ଼ାଇ ଦେବ, ଭଣ୍ଡାର ମେକାପଠାରୁ କର୍ପୂର ମାଗି ଆଣି ଦେବ ଇତ୍ୟାଦି ଡକରା ହକରା କାର୍ଯ୍ୟ କରିବ। ଅଣସରଦ୍ୱାରେ ଜଗିବ ଇତ୍ୟାଦି।

୩୦– ଶ୍ରୀମୁଖ ସିଂହାରୀ ସେବକ– ଏ ସେବା ଦଇତାପତିଙ୍କର, ଏ ଶ୍ରୀମୁଖ ପୋଛିବ, ଖଡ଼ିଲାଗି କରାଇବ, ବନକ ଲାଗି କରାଇବ, ନେତ୍ରୋତ୍ସବ ଯାତ୍ରାବେଳେ କଳାଡୋଳା ଦେବ, ଇତ୍ୟାଦି।

୩୧– ଚାଙ୍ଗଡ଼ା ମେକାପ– ଏ ବେଶ ମଢ଼ିଆଳମାନ ପଶୁପାଳକ ହାତକୁ ବଢ଼ାଇଦେବ। ଗନ୍ତାକୁ ଗନ୍ତା ଉଲାଗି ହେଲେ ବାହୁଡ଼ା କରି ପାଞ୍ଜି ପ୍ରମାଣେ ଗଣାଣ କରି ଭଣ୍ଡାର ମେକାପ ତଳେ ଦେବେ।

୩୨– ଭିତର ଭଣ୍ଡାର ମେକାପ– ଏ ସମସ୍ତ ଆୟ ଅଳଙ୍କାର ଆଦି ଭଣ୍ଡାରରେ ସାଇତିବ।

୩୩– ଅଖଣ୍ଡ ମେକାପ– ଏ ବଇଠା ବସାଇବ।

୩୪– ସୁଆରବଡ଼ୁ ସେବକ– ମଇଲମ ବେଳେ କାଠଘୋଡ଼ା ବଢ଼ାଇଦେବ, ଭୋଗପରେ ପାଣି ପକାଇ ଧୋଇବ, ପାହାଡ଼ା ପକାଇବ, ଆଳତୀ ସକାଶେ ରୋସରୁ ନିଅାଁ ଆଣିଦେବ, ପଣ୍ଡାମାନଙ୍କୁ ଆଳତୀ ବଢ଼ାଇ ଦେବ, ଇତ୍ୟାଦି।

୩୫– ପତ୍ରୀବଡ଼ୁ ସେବକ– ପୂଜାର ସମସ୍ତ ଉପକରଣ ପଣ୍ଡାମାନଙ୍କୁ ବଢ଼ାଇ ଦେବ।

୩୬– ଭିତର ଗରାବଡ଼ୁ– ଏ ଆବଶ୍ୟକ ବେଳେ ପାଣି ଧରି ଖଟିବ।

୩୭– ବାହାର ଗରାବଡ଼ୁ– ଏ ଭୋଗକୁ ପାଣି ଦେବ।

୩୮– ହଡ଼ପ ନାୟକୁ– ଏ ବିଡ଼ିଆ ପଣ୍ଡା ହାତକୁ ବଢ଼ାଇଦେବ।

୩୯– ବିଡ଼ିଆ ଯୋଗାଣ ସେବକ– ଏ ପାନ ସଂଗ୍ରହ କରି ଆଣିବ ଏବଂ ହଡ଼ପ ନାୟକକୁ ଦେବ।

୪୦– ସୁଦୁସୁଆର ସେବକ– ମୁଣୋହୀ କୋଠାଠାରୁ ଜଗମୋହନ ପର୍ଯ୍ୟନ୍ତ ପରିଷ୍କାର କରିବ, ପଞ୍ଚାମୃତ ଖଟିବ, ମୁଗ ଭାଙ୍ଗିବ, ପରିବା କାଟିବ, ମୁଣୋହୀ ପାଚିଲା କଦଳୀ ପ୍ରଭୃତି ଦେବ, ଦୁବ ବରକୋଳି ପତ୍ର, ହଳଦିଆ ଚାଉଳ ପ୍ରଭୃତି ଦେବ, ପୂର୍ଣ୍ଣକୁମ୍ଭ ବସାଇବ, ଇତ୍ୟାଦି।

୪୧– ବ୍ରାହ୍ମଣ କରଟିଆ ମୁଦୁଲି ସେବକ ବା ଘଟୁଆରି– ଚନ୍ଦନ ଘୋରିବ।

୪୨– ଜୟମଙ୍ଗଳ ଆଳତୀ ସେବକ– ଆଳତୀ କରିବ।

୪୩– ପ୍ରସାଦବଡ଼ୁ ସେବକ– ଏ ପ୍ରସାଦ ନେଇ ରାଜାଙ୍କ ଉଆସରେ ଦେବ।

୪୪– ଫୁଲବଡ଼ୁ ସେବକ– ଏ ଫୁଲ ପ୍ରସାଦ ନେଇରାଜ କଟକ ନଅରରେ ପହଞ୍ଚାଇବ।

୪୫– ବିମାନବଡ଼ୁ ସେବକ– ଏମାନେ ବିମାନ କାନେ୍ଧଇବେ।

୪୬– ହାନ୍ଦୋଳାବଡ଼ୁ ସେବକ– ଠାକୁରାଣୀଙ୍କ ହାନ୍ଦୋଳା କାନେ୍ଧଇବେ।

୪୭– ବରପଣିଆ ସେବକ– ଏ ଦର୍ପଣ ଦେଖାଇବ।

୪୮– ପୁରାଣପଣ୍ଡା ସେବକ– ପୁରାଣ ପାଠ କରିବ।

୪୯– ଧ୍ୱଜଧରା ସେବକ– ଗରୁଡ଼ଧ୍ୱଜ, ତାଳଧ୍ୱଜ, ପଦ୍ମଧ୍ୱଜ ମାନ ମୁଣୋହୀ ବେଳେ ଧରିବ।

୫୦– ତ୍ରାସ ସେବକ– ତ୍ରାସ ଧରିବ।

୫୧– ଚାମର ସେବକ– ଚାମର ଧରିବ।

୫୨– ଆଲଟ ସେବକ– ଆଲଟ ଧରିବ।

୫୩– ସୁନାବେତ ସେବକ– ବେତ ଧରିବ।

୫୪– ଖଦୀ ବିଞ୍ଚା ସେବକ– ଖଦୀ ବିଞ୍ଚିବ।

୫୫– ପାହାନ୍ତି କବାଟ ଫେଡ଼ା ସେବକ– କବାଟ ଫିଟାଇବ।

୫୬– ଦୟଣା ମାଳିଗୋଛାୟତ ସେବକ– ଦୟଣା ତୋଟା ଆରାଧିବ ଏବଂ ଦୟଣା ମାଳ ଯୋଗାଇବ।

୫୭– ଯୋଗାଣ ମଜା ସେବକ– ଏ ବାସନ ମାଜିବ।

୫୮– ପାଣିଆପଟ ସେବକ– ଏ ପାଣି ଆଣିଦେବ।

୫୯– ରତ୍ନକାମ ବିନ୍ଧାଣୀ– ଏ ରତ୍ନକାମମାନ କରିବ।

୬୦– ଅନ୍ୟାନ୍ୟ ସେବକମାନଙ୍କ କାର୍ଯ୍ୟ ସେମାନଙ୍କ ନାମରୁ ଜଣାଯିବ, ବିଶେଷ ବିବରଣ ଅନାବଶ୍ୟକ। ଚିହ୍ନରା ମହାରଣା, ସିପୁଟି ମହାରଣା (ଏ ଚିହ୍ନ ଦେଖି ଲୁଗାମାନ ଗଣାମଣା କରିଦେବ), ଘଣ୍ଟା ବାଜଣା ସେବକ, ବୀର କାହାଳିଆ ସେବକ, ପାହାନ୍ତିଆ ଅବକାଶ ନିଦ୍ରା ଆଳସ୍ୟ ଭାଙ୍ଗିବାକୁ ପାଣିସଙ୍ଖୁଆ ସେବକ, ଧୂପଶଙ୍ଖ ମହୁରିଆ ସେବକ, ମାଦଳ ମୃଦଙ୍ଗ ସେବକ, ଯୋଡ଼ା କାହାଳି ସେବକ, ଉପାଙ୍ଗିଆ ସେବକ (ଏକ ପ୍ରକାର ବାଜା) ୬୪ ସମ୍ପ୍ରଦାୟ ମଧ୍ୟରେ ୨୦ ନାଚୁଣି, ମୀନ ନାୟକ (ଏ ନାଚୁଣିମାନଙ୍କୁ ଘରୁ ଡାକି ଆଣିବ), ଗୀତ ଗାଆଣ ସେବକ, ଯନ୍ତ୍ରକାର ସେବକ, ରବାଜି ସେବକ (ଏକ ପ୍ରକାର ବାଜା), ବଢ଼ାଇ ମହାରଣା ସେବକ, କରତୀ ମହାରଣା, ଦିହୁଡ଼ି ସେବକ, ତାମରା ମହାରଣା, କଂସାରି ମହାରଣା, ପାଟରା, ବିନ୍ଧାଣି, ସୁଗନ୍ଧ ଘଟୁଆରି, ରୋଷ ଛତିଶା ନିଯୋଗ, ପିଠାସୁଆର, ବଗଡ଼ା ପିଠା ସୁଆର, ମହାସୁଆର(ରାନ୍ଧିବ), ଖିରୀ ସୁଆର, ତିଉଣ ସୁଆର, ପଣା ସୁଆର, ପାତେଲି ସୁଆର, ତୋଳାବଡ଼ୁ (ମୁହଁରେ ଲୁଗା ବାନ୍ଧି ଅନ୍ନ ପ୍ରଭୃତି ବୋହି ଆଣିବ), ପନ୍ତିବଢ଼ା (ଅନ୍ନ ପ୍ରଭୃତି ବାଢ଼ିବ), ଭିତର ବଢ଼ା ସେବକ, ଘିଅପରସା ସେବକ, ବ୍ରାହ୍ମଣ ସମର୍ଥା (ବଟାଘସା କରିବ), ଶୁଦ୍ର ସମର୍ଥା (ଚୂନା କୁଟି, ବିରି ମୁଗ ରଗଡ଼ିବ, ହଳଦୀ ବେସର ବାଟିବ), ରୋଷସରଘର ମେକାପ, କୁଆଅଡ଼ା ସେବକ (ଭୋଗ ଆସିବାବେଳେ କାଉ ତଡ଼ାଇବ), ତୋଳାବତୀ ସେବକ, ରୋଷଦ୍ୱାର ଜରିଆ ବ୍ରାହ୍ମଣ ପାଇକ ଓ ଶୂଦ୍ର ପାଇକ, ରୋଷଧୋପଖାଳି ସେବକ, ରୋଷ ଅଙ୍ଗାରିଆ ସେବକ (ଅଙ୍ଗାର ବାହାର କରିବ), ବାହାର ଭଣ୍ଡାର ମେକାପ (ଏ ପିତ୍ତଳ ଗରିଆ, ନାଳୁଆବଟଲେହି, ପଲମ, କୁଣ୍ଡ, କୁଡ଼କା ଇତ୍ୟାଦି ସାଇତିବ), ପାହାଡ଼ା ଘର ମେକାପ ସେବକ, ଦ୍ୱାରନାୟକ, ଛତା ସେବକ ନିଯୋଗ ସୁଅାଁସିଆ ସେବକ, ସୁଅାଁସ ସରଘର ମେକାପ, ବେଣ୍ଟବିନ୍ଧା ଗଉତ ସେବକ (ମାଘ ଶୁକ୍ଳ ପଞ୍ଚମୀ ୧ ବେଣ୍ଟ, ଫାଲ୍ଗୁନ କୃଷ୍ଣ ଅମାବାସ୍ୟା ଶିବରାତ୍ରି ୧ବେଣ୍ଟ, ଶୁକ୍ଳ ୪ର୍ଥୀ ବ ଅଷ୍ଟମୀ ୧, ଦ୍ୱାଦଶୀ ୧, ଦୋଳଯାତ୍ରା ବାସି ୧, ହଳଦୀପାଣି ୧, ଏତେ ବେଣ୍ଟ ରୋହିମାଛ ବିନ୍ଧା ଯିବ, ମାଛ ଧରି ରାଜପ୍ରାସାଦରେ ଦେବ), ଆୟାମହାଜନ ସେବକ (ସୁନା ରୂପା ପିତ୍ତଳ ଦେବତାମାନଙ୍କୁ ମାଜଣା କରିବ, ତଡ଼ାଉ ଲାଗି କରି ବେଶ କରାଇବ ନାରାୟଣଙ୍କୁ ହାତରେ ଧରି ବିଜେ କରାଇବେ ଇତ୍ୟାଦି), ଭଣ୍ଡାର ଜଗିଆ ଫାରକ ଦଳ ସେବକ (ଭଣ୍ଡାର ଦ୍ୱାର ଜଗିବ, ପିଣ୍ଡିକା ଜଗିବ, ବେହରଣଠାରେ ଭଣ୍ଡାର ଆୟବ୍ୟୟ ଜଗିବ, ମେକାପ ସଙ୍ଗେ ଥିବ, ଭଣ୍ଡାର ମେକାପ ଗଲାବେଳେ ଝଡ଼ାସୋଧ କରି ଛାଡ଼ିବ, ରାତ୍ରରେ ଭଣ୍ଡାର ଜଗି ଶୋଇବ, ଯାତ୍ରୀମାନଙ୍କରେ ଦଇତାମାନଙ୍କୁ ଘରୁ ହକାରି ଆଣିବ, ପୁଷ୍ୟାଭିଷେକ ବେଳେ ଦଣ୍ଡଛତ୍ର ନେଲାବେଳେ ପହଣ୍ଡ ମଣାଇ ନେବ, ପଢ଼ିଆରୀଙ୍କି ଜଗିଥିବ, ସିଂହାରୀ ପଶୁପାଳକମାନଙ୍କୁ ଝଡ଼ାସୋଧ କରି ଛାଡ଼ିବ, ଶ୍ରୀଅଙ୍ଗାଭରଣ ଜଗିବ, ଘଟୁଆରିକି ଜଗିବ, ଯାତ୍ରାବେଳେ ଠାକୁରଙ୍କ ସଙ୍ଗେ ଜଗି ରହିବ, ଚୋରି ହେଲେ ମେକାପ ତିନିଭାଗେ ଦେବ ସେ ଭାଗେ ଦେବ), ସିଂହଦ୍ୱାର ପଢ଼ିଆରୀ ନିଯୋଗ, ପର୍ବଯାତ୍ରା ପଢ଼ିଆରୀ ଆସ୍ତାନ ପଢ଼ିଆରୀ (ପରିଛା ବେହରଣ ଜଗିବ, ପରିଛାକୁ ଉଆସରେ ଛାଡ଼ିବ), ବୃନ୍ଦାବନ ନାୟକ (ମଣ୍ଡଣି ବେଳକୁ ଜିନିଷ ଦେବ), ମଣ୍ଡଣି ଖୁଣ୍ଟିଆ (ମଣ୍ଡପ ରଥ ମଣ୍ଡିବ), ରଥକତା ଦଉଡ଼ି ବଳା ସେବକ, ଚାପଦଳାଇ ଆରିଆ ସେବକ (ଯବନ ଉପଦ୍ରବ ଲାଗି ମାଣିକପାଟଣା ଖାଲକାଟି ପାଟଣ ଦୁଇ ମୁହାଣଠାରେ ବୋଇତ ଡଙ୍ଗା ଘେନି ରହିଥିବ), ଭାଟ ସେବକ, ପଦ୍ମକଦଳୀ ତୋଟା ସେବକ (ଅମୃତପାଣ, ବନ୍ତଳ, ପାଟକପୁରା, ବିଳାସ, ଗନ୍ଧତୁଳସୀ, ମୁଗୁନି, ମଞ୍ଜିକଦଳୀ, ଦକ୍ଷିଣୀ ସାଗର, ପଦ୍ମକଦଳୀ ପ୍ରଭୃତି କଦଳୀ ଗଛ ଆରାଧିବ ଏବଂ ଫଳ ରୋଷଘରେ ପଏଠ କରିବ), ତୋଟାମାଳୀ, କ୍ଷେତ୍ରବୈଦ୍ୟ, ଶସ୍ତ୍ରବୈଦ୍ୟ, ଦୁଧଘର ସେବକ (ମହାଭୋଇ ସେବା ଦିଗୁଣ, ତିନିଗୁଣ, ବହଳ ଦୁଧ, ଅଧାମସର, ପାପୁଡ଼ି, ଚକାଦହି, ବସାଦହି, ଚଳାଦହି, ପିଠାଛେନା, ଲହୁଣି ଏମାନ ଉଜକରିବ, ଦୁଧ ମେଲଣ ଯାତ୍ରାରେ ବାରଗୋଠ ପଲ ଗାଈ ଘେନି ଆସିବ, ମକର ଦହି ବସାଇବ, ଜନ୍ମଯାତ୍ରାକୁ ଲହୁଣୀ ଦେବ), ବାରଗୋଠ ପଲିଇ ସେବକ (ଗାଈଗୋଠ ଗଣି ରଖିବ, ଦୁଧ ଆଣି ଦୁଧଘରେ ପଇଠ କରିବ, ଗାଈ ଜନ୍ମ କଲେ ଦେଉଳ ବେହରଣୁ ଲୋକ ନେଇ ଦେଖାଇବ, ଛ’ମାସରେ ଥରେ ଗାଈ ଗଣତି କରିବ, ଦୁଧ ବିକିବା କିମ୍ବା ପାଣି ମିଶାଇବା ପ୍ରମାଣିତ ହେଲେ ଦଣ୍ଡ ପାଇବ, ଦୁଧଘର ଜଗିବା ପାଇକ, ରାତ୍ରି ଦିବସ ଘର ଜଗିବ, ଦୁଧ ପରିମାଣ ପରିଛାକୁ ଜଣାଇବ), ଭିଆଣ ନିଯୋଗ ବିଶୋଇ ସେବକ (ଭୋଗ ହେବା ଲାଗି ଘିଅ ପ୍ରଭୃତି ଖଟିବ), ଗଉଡ଼ ନିଯୋଗ ବିଶୋଇ ସେବକ (ଏ ଦୁଧ ଆଣି ସିଠି କରଣ ପରିମୁଖେ ଭିଆଣ କୁଞ୍ଚାରେ ମପାଇ ଦେବ, ଗାଈ ଦୁହାଁଇବ), କୁମ୍ଭାର କୃର୍ତ୍ତିବାସ ବିଶୋଇ (ଭୋଗରନ୍ଧାକୁ ହାଣ୍ଡି ଦେବ, ସାତପୁରୀ ତେଲୁଣି, ମଙ୍ଗଳନାଡ଼ି ତେଲୁଣି ଘଣ୍ଟା ବାଜି ଏହା ଘରୁ ଆସିବ), ଲୁଣ ବିଶୋଇ ଗୁଆଟିଆଙ୍କ ବିଶୋଇ (ବିଡ଼ିଆକୁ ରୁଆ ଖଟିବ), ପାଟହାତୀ ମାହୁନ୍ତ ସେବକ, ଧାନଘର ସେବକ ଓ କୋଟାଇତ ସେବକ (ଚକୁରିଆ ନଉତିରେ ଧାନ ମାପି ଦେବ ଓରିଆକୁ ୨୭ ନଉତିକି ଚାଉଳ ୧୦ ଗଉଣି, ବଗଡ଼ାକୁ ପଚିଶା କୁଟାରେ ଧାନ ୧ ଖଣ୍ଡକୁ ଚାଉଳ ୧୦, ବଡ଼ଚାଉଳକୁ ୨୪ଶା କୁଟାରେ ଚାଉଳ ୧୦ ଗଉଣି, ପାଣିରେ ବତୁରାଇ ଧାନ କୁଟିବ ନାହିଁ। ଥରେ କୁଟା ନେଇ ଚାଉଳ ଦେଲେ ଆଉ ଥରେ ନେବ), ତାଡ଼ଣିଆ ମୁଦଲି ସେବକ (ଧାନ ଆସିଲେ ଏଥିରୁ ଅଗାଡ଼ି ପ୍ରଭୃତି ଉଡ଼ାଇ ସାଇତି ରଖିବ), ଧାନଘର ଜଗିଆ ପାଇକ, ଦେଉଳ ଆୟତନ ଭିତର ବାହାର ପହରା ସେବକ (ଦେଉଳ ଚାରିଦିଗ ପରିଷ୍କାର କରିବ), ପରିବାର ସେବକ ନିଯୋଗ ଗୁହାରିଆ ପ୍ରଧାନୀ ବ୍ରାହ୍ମଣ ସେବକ (ଏ ପରୀକ୍ଷା ବେହରଣ କରିଥିବ, ବ୍ରାହ୍ମଣ ସେବକମାନଙ୍କୁ ପରୀକ୍ଷା ଆଜ୍ଞା ପ୍ରମାଣେ ଡାକି ଆଣିବ, ପରୀକ୍ଷା ଆଜ୍ଞା ପ୍ରମାଣେ ସମସ୍ତ କାର୍ଯ୍ୟ କରିବ), ଚକୁରିଆ ଲେଙ୍କା ସେବକ (ଏ ପରୀକ୍ଷାଙ୍କୁ ସେବା କରିବ), ତୀର୍ଥମାଟିଆ ସେବକ (ତୀର୍ଥପୁଷ୍କରିଣୀମାନଙ୍କରୁ ବର୍ଷକୁ ବର୍ଷ ପଙ୍କ ବାହାର କରିବା), କ୍ଷେତ୍ର ଜଗିଆ ସେବକ (କ୍ଷେତ୍ର ଜଗିବ, ସବୁସାହିରେ ଚୋରି ହେଲେ ବୁଝିବ), ବାଦ୍ୟକାର ସେବକ (ଧୂପ, ଅବକାଶ, ପୁଷ୍ପାଞ୍ଜଳି, ପର୍ବ, ଯାତ୍ରା, ରଥଯାତ୍ରାରେ ଓ ପରୀକ୍ଷା ବୁଲି ବାହାରିଲେ ତାଙ୍କ ଆଗେ ବାଜା ବଜାଇବ), ଭୋଗ ପରୀକ୍ଷା ସେବକ (ଶାସ୍ତ୍ରଜ୍ଞ ବ୍ରାହ୍ମଣ ଏ ସେବା କରିବ, ପରୀକ୍ଷା ତଳେ ଏ ସେବକର ସମସ୍ତ ଅଧିକାର)।

ଏ ସମସ୍ତ ସେବକମାନେ ନିମ୍ନଲିଖିତ କେତେଗୋଟି ନିଯୋଗରେ ବିଭକ୍ତ–

୧. ପଣ୍ଡା ନିଯୋଗ, ୨. ପଶୁପାଳକ ନିଯୋଗ, ୩. ସୂପକାର ବା ସୁଆର ନିଯୋଗ, ୪. ପ୍ରତିହାରୀ ନିଯୋଗ, ୫. ଖୁଣ୍ଟିଆ ନିଯୋଗ, ୬. ଗରାବଡ଼ୁ ନିଯୋଗ, ୭. ବିମାନବଡ଼ୁ ନିଯୋଗ, ୮. ଦଇତା ନିଯୋଗ, ୧୦. ଭିତର ଛେଉ ନିଯୋଗ, ୧୧. ମେକାପ ନିଯୋଗ, ୧୨. ତଢ଼ାଉ ନିଯୋଗ, ୧୩. ଦେଉଳ କରଣ ନିଯୋଗ, ୧୪. ମୁଦିରଥ ନିଯୋଗ, ୧୫. ରାଜ ନିଯୋଗ।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Leave a Reply

Your email address will not be published. Required fields are marked *