ଓଡ଼ିଶା

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ରତ୍ନଭଣ୍ଡାର ଅସୁରକ୍ଷିତ ଥିବା ପ୍ରସଙ୍ଗରେ: ମୁଖ୍ୟମନ୍ତ୍ରୀଙ୍କ ନାଁ ଥିବା କାରଣରୁ ଏତଲା ଗ୍ରହଣ କରୁ ନାହିଁ ପୋଲିସ : ବିଜେପି

– ପୁରୀ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏତଲା ଦାୟର
– ୩ୟ ମହଲାର ପ୍ରତ୍ୟକ୍ଷ ଇଙ୍ଗିତରେ ପୋଲିସ କାର୍ଯ୍ୟରତ

ଭୁବନେଶ୍ୱର, ତା୧୩/୦୬ (ଓଡ଼ିଆ ପୁଅ) : ଚାବି ହଜିବା ଘଟଣାକୁ ଏକ ସାଧାରଣ ଘଟଣା ବୋଲି କହି ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟସରକାର ନିଜର ଅପରାଧୀକ ଷଡଯନ୍ତ୍ରକୁ ଚପାଇଦେବା ପାଇଁ ଅପଚେଷ୍ଟା କରୁଛନ୍ତି। ଭାରତୀୟ ପିଙ୍ଗଲ କୋର୍ଡର ୨୯୫(କ)ଅନୁଯାୟୀ ଏହା ଏକ ଧର୍ତବ୍ୟ ଅପରାଧ। ରତ୍ନଭଣ୍ଡାରର ଚାବି ହଜିବାକୁ ନେଇ ସମଗ୍ର ରାଜ୍ୟରେ ବିଶ୍ୱାସଜାତ ହୋଇଛି ଯେ, ଏହି ରତ୍ନଭଣ୍ଡାରର ଅଳଙ୍କାରକୁ କେହି ଦୃବୁର୍ତ ଚୋରି କରି ନେଇଥାଇ ପାରନ୍ତି। ଏହି ଅପରାଧୀକ ଷଡଯନ୍ତ୍ରରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟସରକାର ପ୍ରତ୍ୟକ୍ଷଭାବେ ସଂଶ୍ଲିଷ୍ଟ। ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ, ରାଜ୍ୟ ସରକାରଙ୍କ ମୁଖ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଚପାଇ ଦେବା ଭଳି ଅପରାଧୀକ ଷଡଯନ୍ତ୍ର ରଚନା କରିଛନ୍ତି। ରତ୍ନଭଣ୍ଡାରର ସୁରକ୍ଷାରେ ଦାୟୀତ୍ୱରେ ଥାଇ ମଧ୍ୟ ଆଇନର ଖୋଲା ଉଲ୍ଲଘଂନ କରି ରାଜ୍ୟ ସରକାର ଏବଂ ମନ୍ଦିର ପ୍ରଶାସନ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି। ଦାନ ସୂତ୍ରରେ ପାଇଥିବା ରତ୍ନ ଅଳଙ୍କାର ଓ ସୁନାଗହଣାକୁ ରତ୍ନଭଣ୍ଡାରରେ ୧୯୮୩ ମସିହାରୁ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନର ନାଜିରଖାନାରେ ରଖି ଗତ ଜୁନ୍ ୮ ତାରିଖ ଦିନ ଷ୍ଟେଟ ବ୍ୟାଙ୍କ ଲକରରେ ରଖିବା ପାଇଁ ନିଷ୍ପତି ନେବା ଶ୍ରୀମନ୍ଦିର ପ୍ରଶାସନ ଆଇନର ଖୋଲା ଉଲ୍ଲଂଘନ ହୋଇଛି। ଦାନ ସୁତ୍ରରେ ଆସିଥିବା ଅଳଙ୍କାରକୁ ନିୟମ ଉର୍ଦ୍ଧରେ ଯାଇ ରତ୍ନଭଣ୍ଡାର ବାହାରେ ଅର୍ଥାତ ବ୍ୟାଂକ ଲକରରେ ରଖି ୮୦ କୋଟି ହିନ୍ଦୁଙ୍କ ଧର୍ମୀୟ ଭାବନ ସହ ଖେଳି ବିଶ୍ୱାସ ଭଙ୍ଗ କରାଯାଇଛି। ଏହି ଅପରାଧୀକ କାର୍ଯ୍ୟ ପାଇଁ ଭାରତୀୟ ପିଙ୍ଗଲ କୋର୍ଡର୧୬୬, ୨୯୫(କ), ୩୭୯, ୪୨୪, ୪୨୫, ୪୨୬, ୪୨୭, ୪୩୪, ୧୨୦(ଖ) ଓ ୩୪ ଦଫା ଅନୁଯାୟୀ ଉପର ଲିଖିତ ଅଭିଯୋଗଗୁଡିକ ଦଣ୍ଡନୀୟ ଅପରାଧ ଅଟେ।

ଏହି ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସଂପୃକ୍ତଥିବା ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଆଇନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ପୁରୀ ସାଂସଦ, ଶ୍ରୀମନ୍ଦିର ପ୍ରଶାସନ କମିଟିର ସଦସ୍ୟ ଏବଂ ରତ୍ନଭଣ୍ଡାର ସବକମିଟିର ସଦସ୍ୟଙ୍କ ବିରୁଦ୍ଧରେ ତୁରନ୍ତ ଆଇନତଃ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ପୁରୀ ସିଂହଦ୍ୱାର ଥାନାରେ ବିଜେପି ତରଫରୁ ଏତଲା ଦେବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଯାଇଥିଲେ। ପ୍ରଥମେ ଏହି ମାମଲା ଯଥାର୍ଥ ବୋଲି ସ୍ୱୀକାର କରିଥିବା ପୁରୀ ସିଟି ଡିଏସପି ଏବଂ ୪ ଥାନାଧିକାରୀଙ୍କ ସମେତ ଉପସ୍ଥିତ ପୋଲିସ ଅଧିକାରୀ ପରବର୍ତ୍ତୀ ସମୟରେ ସଚିବାଳୟର ୩ୟ ମହଲା ଇଙ୍ଗିତରେ ଦୀର୍ଘ ୪ ଘଂଟାରୁ ଉର୍ଦ୍ଧ ସମୟ ଧରି ଏତଲାକାରୀ ଦଳକୁ ଅଯଥାରେ ଅପେକ୍ଷା କରାଇଥିଲେ। ବହୁ ବିତର୍କ ଓ ଆଲୋଚନା ପରେ ମନ୍ଦିର ପ୍ରଶାସକଙ୍କ ନାମ ଥିଲେ ଆମର କୈାଣସି ଆପତି ନଥିଲା, ମାତ୍ର ମୁଖ୍ୟମନ୍ତ୍ରୀଙ୍କ ନାମ ଥିବାରୁ ଆମେ ଏତଲା ରଖିବାକୁ ଅସମର୍ଥ ବୋଲି କହି ଭୟରେ ଥିବା ପୋଲିସ ଅଧିକାରୀମାନେ ଏତଲାକୁ ବଦଳାଇବା ପାଇଁ ଚାପ ମଧ୍ୟ ପ୍ରୟୋଗ କରିଥିଲେ। ଶେଷରେ ନିଜର ଅସହୟତା ପ୍ରକାଶ କରି ଏତଲା ଗ୍ରହଣ କରିନଥିଲେ ବୋଲି ଏତଲାକାରୀ ଦଳର ସଦସ୍ୟ ତଥା ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ, ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ବିରଂଚି ତ୍ରିପାଠୀ, ରମାରଂଜନ ବଳିୟାରସିଂହ, ପୁରୀ ଜିଲ୍ଲା ସଭାପତି ପ୍ରଭଂଜନ ମହାପାତ୍ର, ଆଶ୍ରୀତ ପଟ୍ଟନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ସେହିପରି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତିରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ସଂଗ୍ରାମ କେଶରୀ ନାୟକ, ସୁରେଶ ଜେନା, ସନ୍ତୋଷ ଜେନା, ରଶ୍ମିରଞ୍ଜନ ମହାପାତ୍ର, ଅଭିଶେକ ଆଚାର୍ଯ୍ୟ, ପ୍ରଶାନ୍ତ ମହାନ୍ତିଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ। ଏହା ବ୍ୟତୀତ ଭୁବନେଶ୍ୱର କମିଶନରରେଟ ପୋଲିସ ଅଧିନରେ ଥିବା ଅନ୍ୟ ଥାନା ମାନଙ୍କରେ ମଣ୍ଡଳ ସଭାପତିଙ୍କ ମାଧ୍ୟମରେ ମଧ୍ୟ ଏତଲା ଦାୟର କରାଯାଇଥିଲା। ସେହିପରି ରାଜ୍ୟର ବିଭିନ୍ନ ଥାନାରେ ବିଜେପି ପକ୍ଷରୁ ଏତଲା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top