ଅନୁଗୁଳ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନବୀନ ସରକାରକୁ ଦାୟୀ କରି ଥାନାରେ ଏତଲା ଦେଲା ଆଠମଲ୍ଲିକ ବିଜେପି

ଅନୁଗୋଳ, ୧୨/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ର ତରଫରୁ ମଙ୍ଗଳବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା, ଏ ସମ୍ପର୍କରେ ରାଜ୍ୟ ସରକାରଙ୍କର ନିଷ୍କି୍ରୟତା ତଥା ଜଗନ୍ନାଥ ସଂସ୍କୃତି ପ୍ରତି କୁଠାରଘାତ ଓ ମହାପ୍ରଭୁଙ୍କ ଅମୂଲ୍ୟ ସମ୍ପତି ଲୁଟ ପ୍ରତିବାଦରେ ରାଜ୍ୟ ବ୍ୟାପି ହେଉଥିବା ଆନ୍ଦୋଳନକ୍ରମରେ ଆଠମଲ୍ଲିକ ଥାନା ଅଧିକାରୀଙ୍କୁ ଲିଖିତ ଏତଲା ଦିଆଯାଇଛି। ବିଜେପିର ଅଭିଯୋଗ ଅନୁସାରେ ଓଡ଼ିଶାର ଅନନ୍ୟ ପରିଚୟ ହେଉଛି ଜଗନ୍ନାଥ ଧାମ। କିନ୍ତୁ ବର୍ତମାନ ସରକାର ଏହି ସଂସ୍କୃତି, ଏହାର ସମ୍ପତି ତଥା ନବ କଳେବର ପରମ୍ପରାକୁ ଧ୍ୱଂସ କରି ଖୋଲାଖୋଲି ଭାବେ ସମ୍ପତି ଲୁଟ କରିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ନିଦ ହଜେଇ ଦେଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବାର ୨ ମାସ ପରେ ପ୍ରଶାସନ ଜାଣିବା ସତ୍ୱେ ଥାନାରେ ଏତଲା ଦିଆଯାଇ ନାହିଁ। ଏହାର ରହସ୍ୟ କଣ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରା ଯାଇଛି। ଏ ସମ୍ପର୍କରେ ବିଜେପିର ଏକ ପ୍ରତିନିଧି ଦଳ ଶ୍ରୀମନ୍ଦିର ଯାଇ ଭକ୍ତଗଣ ଓ ଅନ୍ୟମନାଙ୍କ ସହ ଆଲୋଚନା କରିବାସହ ପୂରୀ ଗୋବର୍ଦ୍ଧନ ପୀଠଣ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବାପରେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛି। କିନ୍ତୁ ସରକାରଙ୍କ ପାଖରେ କୈାଣସି ଉତର ଦେଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ତେବେ ରାଜ୍ୟ ସରକାର ଜନମତକୁ ବିଭ୍ରାନ୍ତ କରି ଭକ୍ତଙ୍କୁ ଭୂଆଁ ବୁଲାଇବା ପାଇଁ ହଠାତ୍ ଜଣେ ଅବସରପ୍ରାପ୍ତ ଜଷ୍ଟିସଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କମିଶନ ବସାଇଛନ୍ତି। ଅତୀତରେ ଚାରି ଚାରି ଥର ବିଭିନ୍ନ ଘଟଣାରେ ନ୍ୟାୟିକ ତଦନ୍ତ କରାଯାଇଛି। ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବାସହ ମାସ ମାସ ବ୍ୟାପି କମିଶନ ତାଙ୍କର ତଦନ୍ତ ରିପୋର୍ଟ ଦେଇଛନ୍ତି। କିନ୍ତୁ ସରକାର ଉକ୍ତ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ସେ ସମ୍ପର୍କରେ ଜଣସାଧାରଣଙ୍କୁ ତଥ୍ୟ ଲୁଚାଇଛନ୍ତି। ଏଣୁ ବିଶ୍ୱ ବ୍ୟାପି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମାନସିକତାକୁ ଶକ୍ତ ଆଘାତ ଦେଇଥିବା ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କ ଆସ୍ଥା ହରାଇ ସାରିଥିବା ଜନ ବିରୋଧୀ, ଜଗନ୍ନାଥ ବିରୋଧୀ ତଥା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚୋରିେ ସମ୍ପୃକ୍ତ ଥିବା ଚୋର ଡକାୟତମାନଙ୍କୁ ଘଂଟ ଘୋଡ଼ାଉଥିବା ତଥା ସୁରକ୍ଷା ଦେଉଥିବା ନବୀନ ସରକାରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଇନଜୀବୀ ଭବାନୀ ପ୍ରସାଦ ଜ୍ୟୋତିଷରାୟ, ନଗର ସଭାପତି ଅଂଜନୀ କୁମାର ପ୍ରଧାନ, ନଗର ଉପସଭାପତି ସୁଶାନ୍ତ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ରାଜେଶ କୁମାର ମିଶ୍ର, ସମୀର କୁମାର ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମକର୍ତାଙ୍କ ତରଫରୁ ଥାନା ଅଧିକାରୀଙ୍କୁ ଉକ୍ତ ଏତଲା ପ୍ରଦାନ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top