ଓଡ଼ିଶା

ଶ୍ରୀମନ୍ଦିର ଫାଉଣ୍ଡେସନ ଫଣ୍ଡର ଦୁରୂପଯୋଗ ପ୍ରସଙ୍ଗରେ : ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଲା ବିଜେପି

ଭୁବନେଶ୍ୱର, ୧୯/୦୬ (ଓଡ଼ିଆ ପୁଅ): ଶ୍ରୀମନ୍ଦିରକୁ ଦାନ ସୂତ୍ରରେ ମିଳୁଥିବା ସମସ୍ତ ଅଳଙ୍କାର ଗୁଡିକର ରକ୍ଷଣାବେକ୍ଷଣ ଦାୟୀତ୍ୱ ହେଉଛି ଶ୍ରୀ ଜଗନ୍ନାଥ ମନ୍ଦିର ଫାଉଣ୍ଡେସନ ଫଣ୍ଡ କମିଟିର। ଶ୍ରୀମନ୍ଦିର ଫାଉଣ୍ଡେସନ ଫଣ୍ଡର ଦୁରୂପଯୋଗ ଘଟଣାରେ ଫାଉଣ୍ଡସେନର ଅଧ୍ୟକ୍ଷ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ୫ ଜଣ ସଦସ୍ୟ ଯଥା- ଆଇନମନ୍ତ୍ରୀ, ଆଇନ ସଚିବ, ଅର୍ଥ ସଚିବ, ପୁରୀ ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ ୧୩, ୧୩(୧)ଗ, (ଘ)ଏବଂ(ଙ)ଓ ଭାରତୀୟ ପିଙ୍ଗଲ କୋର୍ଡର ୧୬୬, ୪୦୬, ୪୦୯, ୧୨୦(ଖ)/୩୪, ୩୭୯, ୪୨୪, ୪୨୫, ୪୨୬, ୪୨୭, ୪୩୪, ୪୬୭, ୪୬୮ ଓ ଅନ୍ୟାନ୍ୟ ଧାରା ଅନୁଯାୟୀ ଆଜି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏତଲା ଦେଇଛନ୍ତି।

ଦାନ ସୂତ୍ରରେ ମିଳିଥିବା ରତ୍ନ ଅଳଙ୍କାରକୁ ଆଇନର ଖୋଲାଖୋଲି ଉଲଘଂନ କରି ରତ୍ନଭଣ୍ଡାରରେ ରଖିବା ପରିବର୍ତେ ଅଳଙ୍କାର ଗୁଡିକୁ ପ୍ରଥମେ ନାଜିର ଖାନା ଏବଂ ପରେ ଷ୍ଟେଟବ୍ୟାଙ୍କ ଲକରରେ ରଖାଯାଇଥିଲା। ଯାହା ୧୯୬୦ର ଶ୍ରୀମନ୍ଦିର ନିୟମାବଳୀର ଧାରା ୭କୁ ତୀବ୍ର ଉଲ୍ଲଘଂନ କରୁଛି ବୋଲି ଏତଲାରେ ବିଜେପି ଦର୍ଶାଇଛି। ମୁଖ୍ୟମନ୍ତ୍ରୀ ନିଜେ ଶ୍ରୀମନ୍ଦିର ଫାଉଣ୍ଡେସନ ଫଣ୍ଡର ଅଧ୍ୟକ୍ଷ ଥିବାବେଳେ ଆଇନର ଉଲ୍ଲଘଂନ କରାଯାଇ ଦାନ ସୂତ୍ରରେ ମିଳିଥିବା ୧୮ କେଜି ୨୬୧ ଗ୍ରାମ ଅଳଙ୍କାର ଓ ୧୧୯ କେଜି ରୂପାକୁ ରତ୍ନ ଭଣ୍ଡାରରେ ରଖାନଯାଇ ନାଜିର ଖାନାରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସେଥିମଧ୍ୟରୁ ୧୪ କେଜି ୫୬୦ ଗ୍ରାମ ରତ୍ନ ଅଳଙ୍କାରକୁ ଷ୍ଟେଟବ୍ୟାଙ୍କ ଲକରରେ ରଖାଯାଇଥିଲାବେଳେ ବାକି ୩ କେଜି ୭ଶହ ୧ଗ୍ରାମ ଅଳଙ୍କାରର କୌଣସି ହିସାବ ମିଳୁନାହିିଁ। ଯାହା ଦୁର୍ନୀତି ନିବାରଣ ଆଇନର ଧାରା ୧୩ ଅନୁଯାୟୀ ଏକ ଧର୍ତବ୍ୟ ଅପରାଧ ବୋଲି ଏତଲାରେ ବିଜେପି ଦର୍ଶାଇଛି।

ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା ବାଟରେ ଯିବ ବୋଲି କହୁଥିବାବେଳେ ଆଜି ଆଇନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚିଛି। ଫାଉଣ୍ଡେସନ ଫଣ୍ଡ କମିଟିର ଚେୟାରମ୍ୟାନ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ଓଡିଶାବାସୀଙ୍କ ପାଖରେ ଉତରଦାୟୀ। ଗୋଟିଏ ପଟେ ରତ୍ନ ଭଣ୍ଡାରର ଚାବି ହଜିବା ଏବଂ ଅନ୍ୟପଟେ ଖୋଦ୍ ମୁଖ୍ୟମନ୍ତ୍ରୀ ଫାଉଣ୍ଡେସନ ଫଣ୍ଡ କମିଟିର ଚେୟାରମ୍ୟାନ ଥାଇ ମଧ୍ୟ ନିଜ କର୍ତବ୍ୟରୁ ଦୂରେଇ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆଇନତଃ ଏକ ଅପରାଧ ବୋଲି ବିଜେପି ସାଘାଂତିକ ଅଭିଯୋଗ ଆଣିଛି। ଭାରତୀୟ ପିଙ୍ଗଲ କୋର୍ଡର ଧାରା ୪୦୬, ୪୦୯ ଏବଂ ଦୁର୍ନୀତି ନିବାରଣ ଆଇନ ଧାରା ୧୩ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏଥିରୁ ଖସିଯାଇ ପାରିବେ ନାହିଁ।

ପ୍ରକାଶଥାଉ କି ଗତ ୧୩ ତାରିଖ ଦିନ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ପୁରୀ ସିଂହଦ୍ୱାରା ଥାନାରେ ଏତଲା ଦେଇଥିଲେ ବି ପୋଲିସ ଏପର୍ଯ୍ୟନ୍ତ ମକୋଦ୍ଦମା ରୁଜୁ କରିନାହିଁ। ଅଚାନକ ଭାବେ ସେହିଦିନ ରାତିରେ ଏକ ଡୁପ୍ଲିକେଟ୍ ଚାବି ମିଳିବା ଦର୍ଶାଇ ରାଜ୍ୟସରକାର ଓଡିଶାବାସୀଙ୍କୁ ପୁଣି ଥରେ ବିଭ୍ରାନ୍ତି କରାଇବାକୁ ଚେଷ୍ଟା କରିଥିଲେ। ଏସଂପର୍କରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ବିଜେପିର ଏକ ପ୍ରତିନିଧୀଦଳ ଭେଟି ଘଟଣା ସଂପର୍କରେ ଜଣାଇବା ପରେ ଡିଜି ଏତଲା ରୁଜୁ କରିବା ପାଇଁ ସଂପୃକ୍ତ ଥାନାକୁ ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୋକଦ୍ଦମା ରୁଜୁ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଏତଲା ଦେବା ସମୟରେ ରାଜ୍ୟ ବିଜେପି ପ୍ରତିନିଧୀ ମଣ୍ଡଳୀରେ ଶ୍ରୀ ମହାନ୍ତିଙ୍କ ସମେତ ଅନ୍ୟତମ ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ଡ.ଲେଖାଶ୍ରୀ ସାମନ୍ତସିଂହାର, ଯୁବମୋର୍ଚ୍ଚା ରଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top