ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ:୧୮/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ସଂସ୍କାର ଓ ପରିଚାଳନା ନେଇ ମାନ୍ୟବର ସୁପ୍ରିମକୋର୍ଟ ନେଇଥିବା ୧୨ଟି ଅନ୍ତରଣୀୟ ପ୍ରସ୍ତାବ ମଧ୍ୟରୁ ୯ଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ତେବେ କାର୍ଯ୍ୟକାରୀ ହେବାକୁ ଥିବା ୯ଟି ପ୍ରସ୍ତାବକୁ ତୀବ୍ର ବିରୋଧ କରିଛି ଛତିଶା ନିଯୋଗ। ଗତ ୧୩ତାରିଖରେ ହୋଇଥିବା ଛତିଶା ନିଯୋଗ ବୈଠକରେ ୧୨ଟି ପ୍ରସ୍ତାବ ମଧ୍ୟରୁ ୯ଟି ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା। ଏହି ୯ଟି ପ୍ରସ୍ତାବ ଉପରେ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚଜାଳନା କମିଟି ବୈଠକରେ ଆଲୋଚନା କରାଯାଇ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ୯ଟି ପ୍ରସ୍ତାବ ମଧ୍ୟରୁ ଶ୍ରୀମନ୍ଦିର ରୋଷଘର ପରିଚାଳନା ଏବଂ ଯାତ୍ରୀ ପରିଶଯ୍ୟା ବା ଗାଇଡ୍ଙ୍କ ପାଇଁ ପରିଚୟ ପତ୍ର ନେଇ ଅଧିକ ଆଲୋଚନା ନିମନ୍ତେ ଦୁଇଟି ସବ୍କମିଟି ଗଠନ କରାଯାଇଛି। ଏକ ମାସ ପର୍ଯ୍ୟନ୍ତ ଗଜପତି ଅନୁଷ୍ଠିତ ରହୁଥିବାରୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ ପାଇଁ ଅଧିକ ସମୟ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ର ପ୍ରଶାସକ କହିଛନ୍ତି। ତେବେ ମାନ୍ୟବର ସୁପ୍ରିମକୋର୍ଟଙ୍କର ଅନ୍ତରଣୀୟ ୧୨ଟି ପ୍ରସ୍ତାବ ମଧ୍ୟରୁ ୧, ୨ ଓ ୧୨ନଂ ଅର୍ଥାତ୍ ଦାନଦକ୍ଷିଣା ଓ ପିଣ୍ଡିକା ଉପରେ କଟକଣା ବଂଶାନୁକ୍ରମିକ ସେବା ତଥା ଏବଂ ଶ୍ରୀମନ୍ଦିର ଆଇନର ସଂଶୋଧନ ନେଇ ଅଧିକ ତର୍ଜମାର ଆବଶ୍ୟକତା ଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟିର ସଦସ୍ୟ ତାଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସବ୍କମିଟି ଗଠନ କରାଯାଇଛି। ଛତିଶା ନିଯୋଗ ବୈଠକରେ ୧୨ଟି ପ୍ରସ୍ତାବ ମଧ୍ୟରୁ କୌଣସି ଗୋଟିଏ ପ୍ରସ୍ତାବ ଗ୍ରହଣ କରାଯାଇନଥିବା ପ୍ରେସ୍ ଇସ୍ତାହାରରେ ଉଲ୍ଲେଖ କରାଯାଇଛି। ପରିଚାଳନା କମିଟି ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ସିସିଟିଭି ଦୃଶ୍ୟ ଯାଞ୍ଚ ପରେ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ୨୪ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ବ୍ରହ୍ମବିଭ୍ରାଟ ସମ୍ପର୍କରେ ଗଠିତ କମିଟି ରିପୋର୍ଟ ଦେଇନଥିବାରୁ ସେପ୍ଟେମ୍ବର ଶେଷ ସୁଦ୍ଧା ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ ଓ ଏସ୍ପି ସାର୍ଥକ ଷଡଙ୍ଗୀଙ୍କ ସମେତ ପରିଚାଳନା ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *