Home ଓଡ଼ିଶା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଜଗପତି ମହାରାଜାଙ୍କୁ ଚିଠି ଲେଖିଲେ ବଳଭଦ୍ରଙ୍କ ବାଡଗ୍ରାହୀ

ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଜଗପତି ମହାରାଜାଙ୍କୁ ଚିଠି ଲେଖିଲେ ବଳଭଦ୍ରଙ୍କ ବାଡଗ୍ରାହୀ

131

ପୁରୀ, ୧୩/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀମନ୍ଦିର ପ୍ରାଚୀନ ପରମ୍ପରା ବିଧି ବିଧାନ ଓ ମର୍ଯଦାର କ୍ଷୁର୍ଣ୍ଣ ନକରି ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରିବାକୁ ଗଜପତିଙ୍କୁ ନିବେଦନ କରିଛନ୍ତି ପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀ। ଗତକାଲି ଶ୍ରୀମନ୍ଦିର ପ୍ରଶାସନ ସହ ଦଇତାପତିମାନଙ୍କ ବୈଠକ ପରେ ପରମ୍ପରା ଭଙ୍ଗ ହେବା ନେଇ ଆଶଙ୍କା ଉପୁଜିବା ଆଶଙ୍କା କରି ଗଜପତି ମହାରାଜାଙ୍କୁ ଏପରି ଚିଠି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ରଥ ନିର୍ମାଣ କାର୍ଯ୍ୟ ଜୋର ସୋରରେ ଚାଲିଥିବା ବେଳେ ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡକୁ ନେଇ ସ୍ୱାବ ସଂଗ୍ରହ ପାଇଁ ଆଜି ଆରମ୍ଭ ହୋଇଛି ପ୍ରକ୍ରିୟା। ପରମ୍ପରା ଭଙ୍ଗ ହେଉଥିବା ଆଶଙ୍କ ବ୍ୟକ୍ତ କରି ପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର ଗଜପତି ମହାରାଜାଙ୍କୁ ଏକ ପତ୍ର ଲେଖିଛନ୍ତି। ସ୍ନାନଯାତ୍ରା ଓ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ପାଇଁ ସେ ଚିଠିରେ ନିବେଦନ କରିଛନ୍ତି। ଗତ ଅକ୍ଷୟତୃତୀୟାରେ ଶ୍ରୀମନ୍ଦିର ଭିତରେ ହୋଇଥିବା ରଥ ଅନୁକୂଳ ନୀତିକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ୧୯୭୭ ମସିହାରେ ରଥ, ଚକ ଭାଙ୍ଗିଯାଇ ଅଘଟଣ ହୋଇଥିଲେ ମଧ୍ୟ ଦୁଇଦିନ ମଧ୍ୟରେ ଚକ ନିର୍ମାଣ କରାଯାଇ ଗୁଣ୍ଡିଚା ମନ୍ଦିରକୁ ରଥ ଗଡିଥିବାର ନଜିର ରହିଛି। ରଥଯାତ୍ରାକୁ ନେଇ ଅନେକ ଗୁଡିଏ ବିଧି ପରମ୍ପରା ରହିଥିବାରୁ ପରମ୍ପରା ଭଙ୍ଗ ହେଲେ ବିରୋଧାଭାଷ ହୋଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.