ଶ୍ରୀମନ୍ଦିର ଠିକା ପରିମଳ କର୍ମଚାରୀଙ୍କ ଗଣଧାରଣା

ପୁରୀ, ୨୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଏହ୍ଲାଇଛି ଶ୍ରୀମନ୍ଦିର ଠିକା ପରିମଳ କର୍ମଚାରୀ ସଂଘ। ଛଟେଇ କର୍ମଚାରୀଙ୍କ ପୁନର୍ବାର ପୁନଃ ନିଯୁକ୍ତି ଦାବିରେ ସଂଘ ପକ୍ଷରୁ ଶନିବାର ଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଅହୋରାତ୍ର ଗଣଧାରଣା ଆରମ୍ଭ କରିଛନ୍ତି। ସଂଘର ସଭାପତି ଶରତ ରାୟ ଗୁରୁ, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ଦେଓ ସଂହପାଦକ ମନୋଜ କୁମାର ବାରିକଙ୍କ ନେତୃତ୍ୱରେ ଠିକା କର୍ମଚାରୀ ମାନେ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ କରି ଏହି ଧାରଣାରେ ବସିଛନ୍ତି। ବେଆଇନ ଭାବେ ଛଟେଇ ହୋଇଥିବା ୨୪ ଜଣ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସର୍ବନିମ୍ନ ମଜୁରୀ ବର୍ଦ୍ଧିତ ହାରରେ ପ୍ରଦାନ କରିବା, ନିଯୁକ୍ତି ଠାରୁ ସମସ୍ତ କର୍ମଚାରୀଙ୍କ ଇପିଏଫ ଓ ଇଏସଆଇ ଦାଖଲ କରିବା, ସାପ୍ତାହିକ ଓ ସରକାରୀ ଛୁଟି ଦିନରେ ସବୈତନକ ଛୁଟି ପ୍ରଦାନ କରିବା, ବିନୋଦ କୟୋର ଟେକିଂଙ୍ଗ ସଂସ୍ଥାକୁ କଳା ତାଲିକା ଭୁକ୍ତ କରିବା ଆଦି ୧୧ ଦଫା ଦାବି ନେଇ ଏହି ଧାରଣା ଦିଆଯାଇଛି। ଯମ୍ବେଶ୍ୱର ଜେନା, ଶିବ ଭୋଇ, ରମେଶ ଭୋଇ, ରବିନାରାୟଣ ସାହୁ, ଜେନା, ରବିନାରାୟଣ ସାହୁ, ସୁଶାନ୍ତ ଦାସ, ନାରଣ ବାରିକ, କୈଳାସ ଚନ୍ଦ୍ର ନାୟକ, ସନ୍ତୋଷ ବେହୋରା, ନିରଜଂନ ବାରିକ.ସୁବାସ ପ୍ରଧାନ, ବସନ୍ତ ଭୋଇ ପ୍ରମୁଖ ଏହି ଧାରଣାରେ ସାମିଲ ହୋଇଥିବା ବେଳେ କର୍ମଚାରୀଙ୍କ ଦାବିକୁ ସମର୍ଥନ ଜଣାଇ ବରିଷ୍ଠ ସେବାୟତ ଦାମୋଦର ମହାସୁଆର ମଧ୍ୟ ଏହି ଧାରଣାରେ ସାମିଲ ହୋଇଚନ୍ତି।

Leave a Reply

Your email address will not be published. Required fields are marked *