ଓଡ଼ିଶା

ଶ୍ରୀମନ୍ଦିର ଜନଶୁଣାଣି

ପୁରୀ, ୧୦-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀମନ୍ଦିର ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ପରେ ହୋଇଥିବା ଜନ ଶୁଣାଣି। ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ତିନି ଜଣିଆ କମିଟି, ଜନସାଧାରଣ, ଭକ୍ତ, ସେବାୟତ, ବୁଦ୍ଧିଜୀବୀଙ୍କ ଠାରୁ ମତାମତ ସଂଗ୍ରହ କରିଥିଲା। ତେଣୁ ସେବାୟତ ଓ ଅନ୍ୟ କେତେକ ସଂଗଠନ ସୁପ୍ରିମକୋର୍ଟ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଦେଇନଥିବା ବେଳେ କମିଟିର ଏଭଳି ଶୁଣାଣିକୁ ବିରୋଧ କରିଥିଲେ। ତେଣୁ ଜନସାଧାରଣଙ୍କ ମତ ଓ ଭାରତର ଧର୍ମପୀଠ ଗୁଡିକର ରୀତିନୀତି ଓ ବ୍ୟବସ୍ଥା ଅନୁଧ୍ୟାନ କରିବା ପରେ କମିଟି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ ବୋଲି କହିଛି। ଶ୍ରୀମନ୍ଦିର ସମ୍ପର୍କରେ ସୁପ୍ରିମକୋର୍ଟ ୧୨ଟି ନିର୍ଦ୍ଦେଶାବଳୀ ରାଜ୍ୟ ସରକାର ଓ ପ୍ରଶାସନ କାର୍ଯ୍ୟ କରିବାକୁ ଯାଉଛନ୍ତି। ଏହି ପ୍ରକ୍ରିୟାରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ବରିଷ୍ଠ ପ୍ରଶାସକ ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଗଠନ କରିଥିବା କମିଟି ଆଜି ଜନସାଧାରଣଙ୍କ ଠାରୁ ମତ ସଂଗ୍ରହ କରିଥିଲେ। କମିଟିର ସଦସ୍ୟ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ମହିମୋହନ ତ୍ରିପାଠୀ ମଧ୍ୟ ଜନଶୁଣାଣିରେ ଭାଗ ନେଇଥିଲେ। ତେଣୁ ସୁପ୍ରିମକୋର୍ଟ ଏହି କମିଟିକୁ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଦେଇନଥିବା ବେଳେ କମିଟି କିଭଳି ଶୁଣାଣି କରୁଛି ବୋଲି ସେବାୟତମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଏପରିକି ସେବାୟତଙ୍କ ସହ ଅନ୍ୟ କେତେକ ସଂଗଠନ ମଧ୍ୟ ଜନଶୁଣାଣି ସର୍ବସାଧାରଣ ସ୍ଥାନରେ କରିବା ପାଇଁ ପାଟିତୁଣ୍ଡ କରିବା ସହ ଧାରଣାରେ ବସିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top