ଶ୍ରୀମନ୍ଦିର ଚାରିପାଖେ ଡିଜେ ବାଜିବା ମନା

ପୁରୀ, ୨୩/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀମନ୍ଦିର ଚାରିପାଖରେ ଡିଜେ ବାଜିବା ଉପରେ କଟକଣା ଜାରି କରିଛି ପ୍ରଶାସନ। ଏନେଇ ଉପଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ପଦକ୍ଷେପ ନିଆଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ବୈଠକରେ ଡିଜେ ମାଲିକମାନେ ଯୋଗ ଦେଇଥିଲେ। ସୂଚନା ମୁତାବକ ଶ୍ରୀମନ୍ଦିର ଚାରିପାଖରେ ଡିଜେ ବାଜିଲେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ୍ ପହଡରେ ବ୍ୟାଘତ ହେଉଛି। ଜନ ବହୁଳ ଅଞ୍ଚଳ ହେଉଥିବାରୁ ଅଧିକ ଶବ୍ଦ ପ୍ରଦୂଷଣ ହୋଇଛି। ପର୍ଯ୍ୟଟକମାନେ ବିରକ୍ତି ହେଉଛନ୍ତି। ଟ୍ରାଫିକ ଜାମ୍ ହେଉଛି। ଏନେଇ ଶ୍ରୀମନ୍ଦିର ଚାରିପାଖରେ ବସବାସ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି। ତେଣୁ ଏଭଳି ଡିଜେ ବାଜିବା ବ୍ୟବସ୍ଥାକୁ ନିଷିଦ୍ଧ କରାଯାଇଛି। ଆସନ୍ତା ୨୨ପରେ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରାଯିବ। ଡିଜେ ମାଲିକମାନେ ଏନେଇ କୌଣସି ଅର୍ଡର ରଖିବେ ନାହିଁ। ପ୍ରଶାସନ ଓ ପୁଲିସ ମଧ୍ୟ କୌଣସି ପ୍ରକାର ଡିଜେ ବାଜିବା ଉପରେ ଅନୁମତି ଦେବ ନାହିଁ। ଏହାଛଡା ସହରରେ ଡିଜେ ଯାଉଥିଲେ ଡିଜେ ମାଲିକମାନେ ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ଓ ଫୋନ୍ ନମ୍ବର ସମସ୍ତେ ଦେଖିଲା ଭଳି ଉଲ୍ଲେଖ କରିବେ। ୬୦ଡେସିବେଲରୁ ଅଧିକ ଜୋରରେ ଡିଜେ ଓ ଡାକବାଜି ବଜାଇବା ନାହିଁ। କେହି ଅଭିଯୋଗ କଲେ କିମ୍ବା ପୁଲିସ ଦ୍ୱାରା ଧରା ପଡିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବୈଠକରେ ଚେତାବନୀ ଦିଆଯାଇଛି। ଡିଜେ ଯାଉଥିବା ବେଳେ ଅଶାଳୀନ ବ୍ୟବହାର ଓ ଗୀତ ବାଜିବା ଉପରେ ମଧ୍ୟ ସମ୍ପୂର୍ଣ୍ଣ କଟକଣା କରାଯାଇଛି। ବୈଠକରେ ସିଟି ଡିଏସ୍ପି ପ୍ରଭାତ ରାଉତରାୟ, ଟାୁନ ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ, ସମୁଦ୍ରକୂଳ ଥାନା ଆଇଆଇସି ବିଶ୍ୱରଞ୍ଜନ ସେନାପତି, ବାସେଳୀ ସାହି ଥାନା ଆଇଆଇସି ଗିରିଜା ଶଙ୍କର ପଟ୍ଟନାୟକ, ଟାଉନ ଥାନା ଆଇଆଇସି ଉମା ଶଙ୍କର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *