ଶ୍ରୀମନ୍ଦିରର ଦ୍ୱିତୀୟ ଦିନ ଯାଞ୍ଚ କାର୍ଯ୍ୟରେ ସାମିଲ ହେଲା ଚେନ୍ନାଇ ଓ ଖଡଗପୁର ଆଇଆଇଟି

ପୁରୀ:୨୧/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଲଗାତାର ଭାବେ ଦ୍ୱିତୀୟ ଦିନରେ ଶ୍ରୀମନ୍ଦିରର ଗର୍ଭଗୃହ, ନାଟମଣ୍ଡପ, ଜୟବିଜୟ ଦ୍ୱାରର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଆଜି ଯାଞ୍ଚ ପ୍ରକ୍ରିୟାରେ ଏଏସ୍ଆଇ କୋର କମିଟି ସଦସ୍ୟଙ୍କ ସମେତ ଆଇଆଇଟି ଖଡଗପୁରର ଡେପୁଟି ଡାଇରେକ୍ଟର ପ୍ରଫେସର ଏସ.କେ. ଭଟ୍ଟାଚାର୍ଯ୍ୟ, ଆଇଆଇଟି ମାଡ୍ରାସର ଷ୍ଟକଚରାଲ ଇଞ୍ଜିନିୟର ପ୍ରଫେସର ଅମ୍ଳାନ ସେନଗୁପ୍ତା, ସଂରକ୍ଷଣ ବିଭାଗ ମୁଖ୍ୟ ପ୍ରଫେସର ଅରୁଣ ମେନନ୍ ଆଦି ନାଟ ମଣ୍ଡପର ବାସ୍ତବ ସ୍ଥିତିକୁ ଯାଞ୍ଚ କରାଯାଇଥିବା ବେଳେ ସେଥିରେ ୩ଟି ବିମର ସ୍ଥିତି ଦୁର୍ବଳ ଥିବା ସ୍ପଷ୍ଟ ହୋଇଛି, ତେବେ ଆଗକୁଚ ଯେଭଳି ପଥର କିମ୍ବା ପ୍ଲାଷ୍ଟର ନଖସିବ ସେନେଇ ଆଜି ପୁରୀ ପାନ୍ଥ ନିବାସ ଠାରେ ସ୍ୱତନ୍ତ୍ର ବୈଠକ ବସି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପଟେ ଆଜି ନାଟମଣ୍ଡପକୁ ଯାଞ୍ଚ୍ କରିଛନ୍ତି ଆଇଆଇଟି ଖଡଗପୁର ଏବଂ ମାଡ୍ରାସରୁ ଆସିଥିବା ବିଶେଷଜ୍ଞ ଦଳ, ସମ୍ପୂର୍ଣ୍ଣ ଯାଞ୍ଚ ସରିବା ପରେ କିଭଳି ତାର ମରାମତି ଏବଂ ସରଂକ୍ଷଣ କରାଯିବ ଏନେଇ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି କୋର କମିଟି ଅଧ୍ୟକ୍ଷ ଜି.ସି ମିତ୍ର।

Leave a Reply

Your email address will not be published. Required fields are marked *