ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ: ଏହି ଗୁପ୍ତ ନୀତି ପାଇଁ ମହାପ୍ରଭୁଙ୍କର ଚାରିଘଣ୍ଟା ସର୍ବସାଧାରଣ ନୀତି ବନ୍ଦ

ପୁରୀ, ୧୩/୧୧(ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଧାରଣ ନୀତି ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ୍ର ଗୁପ୍ତନୀତି ପାଇଁ ଅପରାହ୍ନ ୩ଟା ଠାରୁ ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ପରମ୍ପରା ଅନୁଯାୟୀ ଦଇତାପତି ସେବକ ଶ୍ରୀଜିଉଙ୍କୁ ପଇତା ଲାଗି କରିଥିଲେ। ମଧ୍ୟାହ୍ନ ଧୂପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହୋଇଥିଲା। ବାଡଗ୍ରାହୀ ରତ୍ନସିହାଂସନ ଉପରକୁ ଯାଇ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ପଇତା ଲାଗି କରିଥିଲେ।

Leave a Reply

Your email address will not be published. Required fields are marked *