ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ପାଳିତ:ମହାପ୍ରଭୁ ମକର ବେଶରେ ଦର୍ଶନ ଦେଲେ

ପୁରୀ, ୧୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରିତି ନୀତି ମତେ ରବିବାର ଶ୍ରୀ ମନ୍ଦିରରେ ପାଳିତ ହୋଇଛି ମକର ସଂକ୍ରାନ୍ତି। ଏହି ପରିପ୍ରେକ୍ଷୀରେ ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ୟତମ ଉତରାୟଣ ଯାତ୍ରା ପାଳିତ ହୋଇଥିଲା। ଏଥିପାଇଁ ସକାଳ ଆଳତୀ ଅବକାଶ ବଢିବା ପରେ ଫୁଟା ପହରଣ ଲାଗି ହେବା ସହ ତ୍ରୀମୂର୍ତିଙ୍କୁ ମକର ଚାଉଳ ଲାଗିହୋଇଥିଲା। ମଧ୍ୟାହ୍ନ୍ୱ ଦୀପ ପରେ ଅଧିବାସ ହୋଇଥିବା ମକର ଚାଉଳ, ଘିଅ, ନଡିଆ, ମସଲା, ଓ ଦୁଧସରମାନ ମହାପ୍ରଭୁଙ୍କ ଶ୍ରୀମୁଖକୁ ଅଣାଯାଇଥିଲା। ସେବକମାନେ ୩ ଟି ରପା ଥାଳିରେ ଏହି ଚାଉଳକୁ ମୁତୁମଳ କରି ରଖିଥିଲେ। ପରେ ଆଲାମଚଣ୍ଡି ମଦନ୍ଦିରରୁ ଯାଇଥିବା ମକର ତାଡରେ ରଖାଯାଇ ବେଢା ପରିକ୍ରମା କରାଯାଇଥିଲା। ପରେ ମହାଭୋଇ ସେବକମାନେ ବାଘ ମୁହାଁବାନ୍ଧି ଦୁଧ ଘର ଠାରୁ ଦହି ଛତା ଘଂଟ ଓ କାହାଳୀ ସହ ପଟୁଆରରେ ଆସି ତାହାକୁ ମହାସୁଆରଙ୍କ ଜିମା ଦେଇଥିଲେ। ହହପ ଦନାୟକମାନେ ବଡଦେଉଳକୁ ପରିକ୍ରମା କରି ମହାସୁଆରଙ୍କୁ ନାଳିମାନ ଓ ଛଚିପାନ ଭୋଗରେ ବଢିବା ନିମନ୍ତେ ପ୍ରଦାନ କରିଥିଲେ। ପ୍ରସାଦ ଲାଗିବା ପରେ ପଂଚୋପଚାରରେ ମହୋଣୀ କରାଯାଇଥିଲା। ଏହି ଅବସରରେ ଶ୍ରୀ ଜିଉଙ୍କୁ ମକରଚୂଳ ଲାଗିକରାଯାଇଥିଲା। ଘରେ ଘରେ ମଧ୍ୟ ମକର ଚାଉଳ ପ୍ରସ୍ତୁତ କରାଯାଇ ଘରର ଦେବାଦେବୀଙ୍କୁ ଅର୍ପଣ କରିଥିଲେ। ଗୃହସ୍ଥମାନେ, ଚାଉଳ, ମୂଆଁ, କଦଳୀ, ଛେନା, ସର, ଓ ଖୁଆର ମିଶ୍ରଣରେ ମକର ଚାଉଳ ପ୍ରସ୍ତୁତି କରାଯାଇ ମହାବୀରଙ୍କୁ ଭୋଗ କରାଯିବା ସହ ସମସ୍ତଙ୍କୁ ବଂଟନ କରାଯାଇଥିଲା। ମକର ସଂକ୍ରାନ୍ତିପାଇଁ ସମସ୍ତ ଯାଗା ଆଖଡାରେ ସ୍ୱାଦିଷ ମକର ଚାଉଳ ପ୍ରସ୍ତୁତ କରାଯାଇ ମହାବୀରଙ୍କୁ ଭୋଗ କରାଯିବା ସହ ସମସ୍ତଙ୍କୁ ବଂଟନ କରାଯାଇଥିଲା। ସହରରେ ଥବା ବିଭିନ୍ନ ଦେବାଦେବୀ ମନ୍ଦିରରେ ମକର ସଂକ୍ରାନ୍ତି ପାଇଁ ଶ୍ରଦ୍ଧାଳୁ ମାନଙ୍କର ବିଶେଷ ଭିଡ ଦେଖିବାକୁ ମିଳିଥିଲା। ଲୋକମାନେ ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରି ମନ୍ଦିରକୁ ଯାଇ ଦେବାଦେବୀଙ୍କୁ ଭୋଗ କରିଥିଲେ। ଅନେକ ମଠ ବାଡିରେ ମଧ୍ୟ ଠାକୁରଙ୍କୁ ମକର ଚାଉଳ ଭୋଗ କରାଯାଇଥିଲା।(ଫଟୋ ୟୌଜନ୍ୟ ପୁରୀ ୱେଭ୍ସ)

Leave a Reply

Your email address will not be published. Required fields are marked *