Home ଓଡ଼ିଶା ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ

ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ

178

ପୁରୀ, ୨୯/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆଜି ଭ୍ରାଦବ ଶୁକ୍ଲ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ପାଳିତ ହୋଇଥିଲା। ଏଥିପାଇଁ ଶନିବାର ଶ୍ରୀମନ୍ଦିର ରେ ସକାଳ ଧୂପ ସରିବା ପରେ ମହାପ୍ରଭୁ ଙ୍କ ସର୍ବାଙ୍ଗ ମହାସ୍ନାନ ହୋଇ କର୍ପୂର ଲାଗି ବେଶ ବଢିବା ପରେ ମଧ୍ୟାହ୍ନ ଧୂପ ଉଠିଥିଲା। ପରେ ତିନି ବାଡ ରେ ବନ୍ଦାପନା ପରେ କଳସ ଓ ବରୁଣ ପୁଜା କରାଯାଇଥିଲା। ଦକ୍ଷିଣ ଘର ଭୋଗ ସରିବା ପରେ ମହାଜନ ସେବକମାନେ ଶ୍ରୀକୃଷ୍ଣଙ୍କୁ ରତ୍ନ ସିଂହାସନରେ ବିଜେ କରାଇବା ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡିପ୍ରସାଦ ଲାଗି କରିଥିଲେ। ପରେ ସର୍ବୋତ୍ର ଭଦ୍ରମଣ୍ଡଳରେ ସୁବର୍ଣ୍ଣର ବାମନ ପ୍ରତିମାକୁ ବିଜେ କରାଯାଇଥିଲା। ଏଠାରେ ଗର୍ଭୌଦକ ଓ ଜନ୍ମନୀତି ସଂପାଦନା କରାଯାଇଥିଲା। ଏହା ପରେ ଖୀର, ଲହୁଣୀ, କୋରା, ମଣୋହି, ପ୍ରସାଦ ଲାଗି। ଭଣ୍ଡାର ଘରୁ ପତିମହାପାତ୍ରଙ୍କ ହସ୍ତରେ ଶ୍ରୀଦୁର୍ଗାଦେବୀଙ୍କ ବିଜେ, ବସୁନ୍ଧରା ଯଜ୍ଞୋପବିତ୍ରା, ଶୀତଳ ଭୋଗ, ପନ୍ତି ଦୁଧ ମଣୋହି ପ୍ରସାଦ ଲାଗି ଓ ବନ୍ଦାପନା ଆଦି ନୀତି ମାନ ଅନୁଷ୍ଠିତ ହୋଇଥିଲା। ସଂନ୍ଧ୍ୟା ଧୂପ ପରେ ଇନ୍ଦ୍ର ଧ୍ୱଜ ପୂଜା କରାଯାଇଥିଲା। ଏଥିପାଇଁ ବାଉଁଶରେ ସପ୍ତମେଘ ପ୍ରସ୍ତୁତ କରାଯାଇ ଯୋଡା ଯାଇଥିଲା। ପରେ ରୋଷରୁ ଦୁଇ ଓଳି ଅନ୍ନପନ୍ତିରେ ବଢାଯିବା ପରେ ପୂଜାପଣ୍ଡା ପଂଚଉପଚାରରେ ଭୋଗ କରିଥିଲେ। ସୂଚନା ଯୋଗ୍ୟ ବର୍ଷକରେ କେବଳ ଏହି ଦିନ ସଂଖୁଡି ଭୋଗ ରୋଷ ଘରୁ ବାହାରକୁ ଆସିଥାଏ। ଭୋଗ ସରିବା ପରେ ଠାକୁରଙ୍କୁ ବନ୍ଦାପନା କରାଯାଇଥିଲା। ଏହାକୁ ଇନ୍ଦ୍ରଧ୍ୱଜ ପୁଜା ବା ଇନ୍ଦ୍ରଧ୍ୱଜ ବନ୍ଦାପନା କୁହାଯାଏ। ପରମ୍ପରା ଅନୁଯାୟୀ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ସପ୍ତମେଘ ବନ୍ଧା ହୋଇ ରହିଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.