ଶ୍ରୀମନ୍ଦିରରେ ପ୍ରଳମ୍ବାଶୁର ବଦ୍ଧ ନୀତି

ପୁରୀ:୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶୁକ୍ରବାର ଶ୍ରୀକୃଷ୍ଣଙ୍କ ଲୀଳା ଗ୍ରମରେ ଶ୍ରୀମନ୍ଦିରରେ ପ୍ରଳମ୍ବାଶୁର ବଦ୍ଧ ବେଶ ନୀତି ପାରମ୍ପାରିକ ମତେ ସମ୍ପନ୍ନ ହୋଇଛି। ଏଥିପାଇଁ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀବଳଭଦ୍ରଙ୍କର ପ୍ରଳମ୍ବଶୁର ବଦ୍ଧ ବେଶ ଅନୁଷ୍ଠିତ ହୋଇଥିଲା। ପ୍ରଳମ୍ବଶୁର ବଦ୍ଧ ବେଶରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥିଲେ। ବଳଭଦ୍ରଙ୍କ ଦସୁଇ ହସ୍ତରେ ହଳ ଓ ମୂଷଳ ଶୋଭା ପାଉଥିଲା। ପ୍ରାୟ ୪ଫୁଟ ଉଚ୍ଚର କାଠ ନିର୍ମିତ ପ୍ରଳମ୍ବାଶୁର ମୂର୍ତ୍ତି ରତ୍ନ ସିହାଂସନରେ ଶ୍ରୀବଳଭଦ୍ରଙ୍କ ନିମ୍ନ ଭାଗରେ ରଖାଯାଇଥିଲା। ସେହି ଅସୁରର ସ୍କନ୍ଧ ଓ ଦୁଇ ଭୁଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ଏହି ବେଶରୁ ସ୍ପଷ୍ଟ ବାରିହୋଇ ପାରୁଥିଲା। ଏହି ବେଶରେ ଜଗନ୍ନାଥ ବଲ୍ଲଭ ମଠରୁ ଆସିଥିବା ଦୁଇ ଗୋଟି ବଡ କୋରା ଶ୍ରୀହସ୍ତରେ ଲାଗି ହୋଇଥିଲା। ଏହି ବେଶ ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ସରିବା ଯାଏଁ ରହିଥିଲା। ସନ୍ଧ୍ୟା ଧୂପ ପରେ ରାମକୃଷ୍ଣ ଦକ୍ଷିଣ ଘରୁ ସିହାଂସନକୁ ବିଜେ ହୋଇ ଆଜ୍ଞାମାଳ ପ୍ରାପ୍ତ ପୂର୍ବକ ମହାଜନ ସେବକଙ୍କ ହସ୍ତରେ ଜଗମୋହନ ସ୍ଥିତ ଖଟ ଉପରେ ବିଜେ କରିଥିଲେ। ଦୋଳମଣ୍ଡପ ସାହି ପକ୍ଷରୁ ପ୍ରଳମ୍ବଶୁର ବଦ୍ଧ ଲୀଳା ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ପ୍ରଳମ୍ବାଶୁର ବଦ୍ଧ ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ଲାଗି ରହିଥିଲା।(ଫଟୋ ପୀଉଷ ମହାନ୍ତି)

Leave a Reply

Your email address will not be published. Required fields are marked *