ଶ୍ରୀମନ୍ଦିରରେ ପୌଷ ପୂର୍ଣ୍ଣିମା ଶ୍ରୀଜିଉଙ୍କ ରାଜ୍ ରାଜେଶ୍ୱର ବେଶ

ପୁରୀ, ୨/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଅଭିଷେକ ଉତ୍ସବ ଶ୍ରୀମନ୍ଦିରରେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି।ପୂର୍ଣ୍ଣିମା ଅବସରରେ ସକାଳ ଧୂପ ପୂଜା ସମୟରେ ପ୍ରତିହାରୀ ନିଯୋଗ ସମ୍ମୁଖରେ ହୋମ କରାଯାଇଥିଲା। ଏହା ପରେ ମହାସ୍ନାନ ଓ ବେଢା ପୂଜା କରାଯାଇଥିଲା।ଏହାପରେ ଶୀତଳ ଭୋଗ ଡାକି ଯାଇ ଛେକ ଆସିବା ପରେ ଶ୍ରୀଅଙ୍ଗରେ ପ୍ରସାଦ ଲାଗିବତି ପଞ୍ଚୋପୂଚାର ପୂଜା ବିଧିରେ ଜଳଲାଗି କରାଯାଇଥିଲା। ଏହି ଦେବାଭିଷେକ କେବଳ ଜଗନ୍ନାଥଙ୍କ ବାଡରେ କରାଯାଇଥିଲା। ଏହାପରେ ଶ୍ରୀଦେବୀ ଆଜ୍ଞାମାଳ ପାଇଁ ସାତପାହାଚ ନିକଟରେ ଥିବା ପାଲିଙ୍କିରେ ବସି ଲକ୍ଷ୍ମୀକୁ ମନ୍ଦିରକୁ ଯାଇଥିଲେ। ପୁଷ୍ୟାଭିଷେକ ନୀତିସଂପନ୍ନ ହେବାପରେ ଠାକୁର ମାନଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀଦେବୀ ବାହୁଡା ବିଜେ କରି ଶ୍ରୀଅଙ୍ଗ ଲାଗି ହୋଇଥିଲେ। ଦଣ୍ଡଛତ୍ର ସଂସ୍କାର କରାଯାଇ ସିଂହାସନକୁ ଉଠାଯାଇଥିଲା। ଭିତରକୁ ମହାପାତ୍ର ଲକ୍ଷ୍ମଣ ରୂପେ ଦଣ୍ଡ ଛତ୍ର ଓ ପାଳିଆ ଭଣ୍ଡାର ମେକାପ ହନୁମାନ ରୂପେ ଦଣ୍ଡଛତ୍ର ମୂଳୁ ଧାରଣ କରିଥିଲେ। ପୂଜା ବଢି ପାଣି ପରିବା ପରେ ନିତିବାଡର ବନ୍ଦାପନା କରାଯାଇଥିଲା। ମହାପ୍ରଭୁଙ୍କୁ ଫୁଲସର ଓ ଫୁଲ ଆୟୋଧ ଲାଗି କରାଯାଇଥିଲା। ଜଣେ ସେବକ ହାତରେ ବରବା ଧାରଣ କରି ଶ୍ରୀଜଗନ୍ନାଥଙ୍କ ବାଡରେ ଠିଆ ହୋଇଥିଲେ। ଦକ୍ଷିଣ ଘର ଭୋଗ ସରିବା ପରେ ରଘୁନାଥ ଭିତର ସିଂହାସନକୁ ବିଜେ ହୋଇ ଆଜ୍ଞାମାଳ ପାଇ ସାତପାହାଚ ନିକଟରେ ପାଲିଙ୍କିରେ ବସି ଲକ୍ଷ୍ମୀଙ୍କ ମନ୍ଦିରକୁ ବାହାର ଅଭିଷେକ ନିମନ୍ତେ ଯାଇଥିଲେ। ଏଠାରେ ଉଦ୍ରାସନରେ ବିଜେ ହେବା ପରେ ମହାସ୍ନାନ ବଢିଥିଲା। ସରଘରୁ ଭୋଗ ଆସି ବନ୍ଦପନା ପରେ ରଘୁନାଥ ବାହୁଡା ବିଜେ କରି ଦକ୍ଷିଣ ଘରକୁ ବିଜେ କରିଥିଲେ। ପୈାଷ୍ୟ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାର୍ଘ୍ୟ ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା। ମହାପ୍ରଭୁଙ୍କ ଦର୍ଶନ ସହ ଆଶିର୍ବାଦ କାମନା କରିଥିଲେ ଭକ୍ତଜନ।

Leave a Reply

Your email address will not be published. Required fields are marked *