ଜିଲ୍ଲା ପରିକ୍ରମା

ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ ଓ ନୂଆ ପୁଅକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପବ୍ରଳ ଭିଡ

ପୁରୀ ୪/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସୋମବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ନନ୍ଦ ଉତ୍ସବ। ନନ୍ଦ ଉତ୍ସବ ଉପଲକ୍ଷେ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ମଙ୍ଗଳା ଆଳତୀ ସରିବା ପରେ ମହାଜନ ସେବକମାନେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାକୁ ହାତରେ ବିଜେ କରି ଆଣି ଦୋଳିରେ ବସାଇଥିଲେ। ଦକ୍ଷିଣ ଘରୁ ମଦନମୋହନ ମଧ୍ୟ ଆସି ଦୋଳିରେ ବିଜେ ହୋଇଥିଲେ। ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି ପରେ ସିହାଂସନରୁ ଓହ୍ଲା ଯାଇଥିଲା। ଏହାପରେ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବାଡରେ ଷଠୀ ମାର୍କଣ୍ଡୀ ପୂଜା କରାଯାଇଥିଲା। ଓୂପ ସରିବା ପରେ ପାଣି ପଡି ଧୋହ ପଖାଳ ହୋଇଥିଲା। ପତିମହାପାତ୍ର ଭଣ୍ଡାର ଘରୁ ଶ୍ରୀଦୁର୍ଗାଙ୍କୁ ବିଜେ କରାଇ ସିହାଂସନ ନିକଟରେ ପହଞ୍ଚିବା ପରେ ପୂଜାପଣ୍ଡା ଦେବୀ ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗା ଦେବୀଙ୍କୁ ପ୍ରଦନା କରିଥିଲେ। ଆଜ୍ଞାମାଳ ପ୍ରାପ୍ତ ହୋଇ ଶ୍ରୀ ଦୁର୍ଗା ଜଗମୋହନ ଦୋଳି ଆଗରେ ପଡିଥିବା ଖଟୁରୀ ଉପରେ ବିଜେ ହୋଇଥିଲେ। ଏଠାରେ ବିଜୁଳି କନ୍ୟା ମାରିବା ନୀତି ସମ୍ପନ୍ନ ହୋଇଥିଲା। ଜଣେ ସେବକ କାଠରେ ନିର୍ମିତ ଏକ ବିଜୁଳି କନ୍ୟାକୁ ନେଇ ପଳାଇଥିଲେ। ଏହାପରେ କପୂର ଆଳତି ହୋଇ ଶ୍ରୀଦୁର୍ଗା ଦେବୀ ଭଣ୍ଡାର ଘରକୁ ବାହୁଡା ବିଜେ କରିଥିଲେ। ଏହାପରେ ନନ୍ଦ ଉତ୍ସବ ନିମନ୍ତେ ଦୋଳିରେ ଥିବା ରାମକୃଷ୍ଣ ମଦନମୋହନକୁ ସେଠାରୁ ଏଖ ଖଟୁଲି ଉପରେ ବିଜେ କରାଇଥିଲା। ତିନି ବିଗ୍ରହଙ୍କର ମାଜଣା, ମାଳଫୁଲ ଲାଗି ଓ ବେଶ ପୂର୍ବକ ସାତ ପାହାଚ ଦ୍ୱାରରେ ଥିବା ପାଲିଙ୍କିରେ ବିଜେ ହୋଇ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ଥିବା ଖଟ ଉପରେ ବିଜେ ହୋଇଥିଲେ। ଏହାପରେ ଭିତରକୁ ନନ୍ଦରାଜ ଉପରେ ଶ୍ରୀନଅରକୁ ଯାଇ ଫେରିଆସି ସ୍ନାନ ମଣ୍ଡପ ଠାରେ ବସିଥିଲେ। ତାତି ଲେଙ୍କା ଦୁଇଟି ଦୁହାଳି ଗାଈ ଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ଆଣିଥିଲେ। ଘରତିଆ ଗୌଡ ପୁତ୍ର ଜନ୍ମ ହେବା ଖବର ନନ୍ଦ ରାଜାଙ୍କୁ ଦେବା ସହ ତାଙ୍କର ଲୁଗା ଫେରକୁ ଧରି ଭିଡି ଭିଡି ଲକ୍ଷ୍ମୀଙ୍କ ମନ୍ଦିର ନିଟକୁ ଆଣିଥିଲେ। ନନ୍ଦମହାରାଜା ଆସି ଦୋହନ କରିଥିଲେ। ଚଳନ୍ତି ପ୍ରତିମାକୁ ରୂପା ପିଙ୍ଗଣରେ ଦୁଗ୍ଧ ସମର୍ପଣ, ପ୍ରସାଦ ଲାଗି ଓ ରାଶିକୋରା ମୃଣୟୀ କରିଥିଲେ। ଏହାପରେ ବନ୍ଦାପନା ନୀତି ସମାପନ କରାଯାଇଥିଲା। ନନ୍ଦରାଜା ପୁଅମାନଙ୍କୁ ଧରି ଜଗମୋହନରେ ବନ୍ଧାହୋଇଥିବା ଦୋଳିରେ ବିଜେ କରିଥିଲେ। ଏହାପରେ ରାମକୃଷ୍ଣ ମଦନମୋହନ ଚଳନ୍ତିପ୍ରତିମାମାନେ ଦକ୍ଷିଣ ଘରକୁ ବିଜେ ହୋଇଥିଲେ। ନନ୍ଦ ଉତ୍ସବରେ ଶ୍ରୀଜିଉମାନଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top