ଶ୍ରୀମନ୍ଦିରକୁ ଦଶମୂଳ ବିଜେ

ପୁରୀ:୦୮/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମହାପ୍ରଭୁଙ୍କ ଅଣବସରର ଦଶମୀ ତିଥିରେ ଶ୍ରୀମନ୍ଦିରକୁ ବିଜେ କରିଛି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ। ରବିବାର ଅପରାହ୍ନରେ ରାଜବୈଦ୍ୟ ପ୍ରସ୍ତୁତ କରି ଦଶମୂଳ ମୋଦକ ଶ୍ରୀମନ୍ଦିରକୁ ନେଇ ଯାଇଥିଲେ। ଅତ୍ୟନ୍ତ ଶୁଦ୍ଧପୁତ ଭାବେ ରାଜ୍ୟ ବୈଦ୍ୟ କୁଡୁଆରେ ଏହି ଦଶମୂଳ ମୋଦକକୁ ମନ୍ଦିରକୁ ନେଇଥିଲେ। ସୂଚନାଯୋଗ୍ୟ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଏହି ମହୋଶଧିକୁ ମହାପ୍ରଭୁ ସେବନ କରିବା ପରେ ସୁସ୍ଥ ହେବେ। ଅଣବସରରେ ଥିବା ମହାପ୍ରଭୁଙ୍କୁ ମଙ୍ଗଳବାର ଏହି ଦଶମୂଳ ଲାଗି କରାଯିବ। ବୈଦ୍ୟଗଣ ଏହି ଦଶମୂଳ ମୋଦକକୁ ଶ୍ରୀମନ୍ଦିର ନେବା ପରେ ଏହାକୁ ଦାରଦ ମଧ୍ୟରେ ରଖାଯାଇଛି। ଜ୍ୱର ରୋଗରେ ପୀଡିତ ମହାପ୍ରଭୁଙ୍କ ଶୁଶ୍ରୁସା ପାଇଁ ରାଜ ବୈଦ୍ୟମାନେ ଏହି ଦଶମୂଳ ମହୋଶଧି ଯୋଗାଇଥାନ୍ତି। ପ୍ରାୟ ଏକମାସ ପୂର୍ବରୁ ରାଜବୈଦ୍ୟ ଏହି ଦଶମୂଳ ମହଶୋଧି ପ୍ରସ୍ତୁତ କରିବା ଆରମ୍ଭ କରିଥାନ୍ତି। ଶାଳପର୍ଣ୍ଣୀ, ଗମ୍ଭାରୀ, କଣିବଧୁ, ନବାଙ୍କ କୋଳି, ମଣକଣା, କୃଷ୍ଣପନ୍ନି, ବେଲ, ଖଣିବୋଧ, ଅଟ୍ଟଳି, ଖୁଆ, ସଙ୍କରାନ୍ତି, ଗୋଖରା ଛେଲି ଓ ଚେରରେ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥାଏ। ଏକମାସ ପୂର୍ବରୁ ଏହି ସବୁ ଚେରମୂଳିକୁ ସଂଗ୍ରହ କରାଯାଇ ଖରାରେ ଶୁଖାଯାଇଥାଏ। ଖରାରେ ଶୁଖିଲା ପରେ ସେଗୁଡିକୁ ଗୁଣ୍ଡ କରାଯାଇଥାଏ। ସ୍ନାନପୂର୍ଣ୍ଣମୀ ପରେ ମୋଦକର ପ୍ରସ୍ତୁତ ପର୍ବ ଆରମ୍ଭ ହୋଇଥାଏ। ଏହି ସବୁ ଛେଲି ଓ ଚେରଗୁଣ୍ଡକୁ ଦଶମୀ ତିଥିରେ ଏକତ୍ର କରାଯାଇ ରନ୍ଧା ଯାଇଥାଏ। ଘିଅ, ସର, ମହୁ, କର୍ପୂର ଆଦିର ମିଶ୍ରଣରେ ପ୍ରସ୍ତୁତ ପାଗରେ ଏହାକୁ ରନ୍ଧା ଯାଇଥାଏ। ରାଜବୈଦ୍ୟ ଏହାକୁ ଲଡୁ ପରି ଗୋଲାକାର ଆକୃତିର ପରି ମୋଦକ ପ୍ରସ୍ତୁତ କରିଥାନ୍ତି। ପଠିତ ରହିଛି ଏହି ଦଶମୂଳ ସେବନରେ ମହାପ୍ରଭୁ ସୁସ୍ଥ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *