ଶ୍ରୀନଅରରେ ନେପାଳ ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ସାହା ଦେବ

ପୁରୀ;୧୦/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ): ପୁରୀ ଗସ୍ତରେ ଥିବା ନେପାଳ ନରେଶ ଜ୍ଞାନେନ୍ଦ୍ର ବୀରବିକ୍ରମ ସାହା ଦେବ ଗତକାଲି ଶ୍ରୀନଅରକୁ ଆସି ଗଜପତି ଦିବ୍ୟସିଂହ ଦେବ ମହାରାଣୀଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିଥିଲେ। ଗଜପତିଙ୍କ ନିମନ୍ତ୍ରଣ କ୍ରମେ ନେପାଳ ନରେଶ ଶ୍ରୀନଅରକୁ ଆସିଥିଲେ। ଏହି ପରିପ୍ରେକ୍ଷୀରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପାରିକ ରୀତିନିତୀ ଅନୁଯାୟୀ ନେପାଳ ନରେଶଙ୍କୁ ସ୍ୱାଗତ ଜଣାଇ ଶ୍ରୀନଅରକୁ ପାଛୋଟି ନେଇଥିଲେ। ଏହା ପରେ ଗଜବତି ମହାରାଜା ରାଜଗୁରୁ ଜ୍ୟୋତିଷ ମଙ୍ଗଳାସ୍ତକ ବୋଲିଥିଲେ। ଦେବୀ ପ୍ରସାଦ ରାଜଗୁରୁ ଏବଂ ସୁଧାଶୁଂ ରାଜଗୁରୁ ନେପାଳ ନରେଶଙ୍କୁ ମଙ୍ଗଳାର୍ପଣ କରିଥିଲେ। ଗଜପତି ନେପାଳ ନରେଶଭ୍କ ଉତରୀୟ ଓ ଉପହାର ପ୍ରଦାନ କରିଥିଲେ। ନେପାଳ ନରେଶ ମଧ୍ୟ ଗଜପତି ମହାରାଜ, ମହାରାଣୀଙ୍କୁ ଭେଟି ପ୍ରଦାନ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଆଲୋଚନା ହୋଇଥଇଲା। ପରେ ଚା, ଜଳଖିଆ ଖାଇ ଶ୍ରୀନଅରରୁ ବିଦାୟ ନେଇଥିଲେ ନେପାଳ ନରେଶ।

Leave a Reply

Your email address will not be published. Required fields are marked *