Home ଜାତୀୟ ଶ୍ରୀଦେବୀଙ୍କ ଦେହାନ୍ତ,ବଲିଉଡ ସ୍ତବ୍ଧ!

ଶ୍ରୀଦେବୀଙ୍କ ଦେହାନ୍ତ,ବଲିଉଡ ସ୍ତବ୍ଧ!

139

ଭୁବନେଶ୍ୱର;୨୫,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ଦେହାନ୍ତ ହୋଇଯାଇଛି।ବଲିଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କର ୫୪ ବର୍ଷରେ ଦେହାନ୍ତ ହୋଇ ଯାଇଛି।ଦୁବାଇରେ ସ୍ୱାମୀ ବୋନି କାପୁରଙ୍କର ଭଣଜା ବିବାହ ଭୋଜି ଯୋଗ ଦେବାକୁ ଯାଇଥିବା ଅବସରରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହି ସମୟରେ ତାଙ୍କ ସହ ପତି ବୋନି କାପୁର ଓ ସାନ ଝିଅ ଖୁସୀ ତାଙ୍କ ସାଙ୍ଗରେ ଥିବା ଜଣାପଡିଛି। ଶ୍ରୀଦେବୀଙ୍କ ମୃତ୍ୟୁ ଖବର ସମଗ୍ର ବଲିଉଡ ଜଗତକୁ ସ୍ତବ୍ଧ କରିଦେଇଛି।ମୃତ୍ୟୁ ଖବର ପାଇବା ପରେ ମୁମ୍ବାଇ ସ୍ଥିତ ତାଙ୍କ ଅନ୍ଧେରି ବାସଭବନ ବାହାରେ ଲୋକଙ୍କର ଭିଡ ଲାଗିରହିଛି।ଆଜି ତାଙ୍କ ମରଶରୀରକୁ ମୁମ୍ବାଇ ଅଣାଯିବ ବୋଲି ସୂଚନା ମିଳିଛି।ଶ୍ରୀଦେବୀ ଖୁଦାଗୱା, ମିଷ୍ଟର ଇଣ୍ଡିଆ, ଚାନ୍ଦିନୀ, ହିମତବାଲା ଭଳି ଅନେକ ସୁପରହିଟ୍ ଫିଲ୍ମରେ ଦମଦାର ଅଭିନୟ କରି ଖ୍ୟାତି ଛାଡିଯାଇଛନ୍ତି।ସେ ହିନ୍ଦୀ ସିନେମା ସହ ତେଲଗୁ,ମାଲୟାଲମ ଓ କନଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।ଫିଲ୍ମ ଜଗତ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୧୩ ମସିହାରେ ପଦ୍ମଶ୍ରୀ ସମ୍ମାନରେସମ୍ମାନୀତ କରାଯାଇଥିଲା।୧୯୯୬ ମସିହାରେ ସେ ବୋନି କପୁରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଶ୍ରୀଦେବୀ ତାମିଲନାଡୁର ଶିବକାଶିରେ ୧୯୬୩ ଅଗଷ୍ଟ ୧୩ରେ ଜନ୍ମଲାଭ କରିଥିଲେ।ପିଲାଟି ବେଳରୁ ଅଭିନୟ କରିବା ଆରମ୍ଭ କରିଦେଇଥିଲେ ସେ। ମାତ୍ର ୪ ବର୍ଷ ବୟସରେ ତାମିଲ ଫିଲ୍ମ ‘ତୁନାଇଭାନ’ରେ ମୁରଗା ଚରିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।
୧୯୭୫ରେ ହିନ୍ଦି ସିନେମା ଜୁଲିରେ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ।ତାପରେ ବଲିଉଡକୁ ଗୋଟିକ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇ ଚାଲିଲେ। ୧୯୯୭ ମସିହାରେ ବଲିଉଡ ଫିଲ୍ମ ‘ଜୁଦାଇ’ ପରେ ଶ୍ରୀଦେବୀ ୧୫ ବର୍ଷ ବଲିଉଡ ପରଦାରୁ ୧୫ ବର୍ଷ ଗାଏବ ରହିଥିଲେ । ୨୦୧୨ ମସିହାରେ ‘ଇଂଲିଶ ବିଙ୍ଗଲିଶ’ ଫିଲ୍ମ ଜରିଆଲେ ପୁଣି ବଲିଉଡକୁ ସେ ଫେରିଥିଲେ। ଏହି ଫିଲ୍ମଟି ସୁପରହିଟ ହୋଇଥିଲା।୨୦୧୭ରେ ଶ୍ରୀଦେବୀଙ୍କ ‘ମମ’ ମୁଭି ରିଲିଜ ହୋଇଥିଲା।ଏହାଥିଲା ରୁପ କି ରାନୀ ଶ୍ରୀଦେବୀଙ୍କ ୩ଶହ ତମ ଫିଲ୍ମ।ତାଙ୍କ ସୁନ୍ଦର ଆଖି ସାଙ୍ଗକୁ,ସୁନ୍ଦର ନୃତ୍ୟ ଏବଂ ତାଙ୍କ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ମତୁଆଲା କରୁଥିଲେ ।
ଶ୍ରୀଦେବୀଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଷ୍ଟ୍ରପତି,ତେନ୍ଦୁଲକର,ବିଭିର୍ଣ୍ଣ ଦଳର ନେତା,ବଲିଉଡର ପ୍ରାୟ ସମସ୍ତ ବଡ଼ ବଡ଼ ହସ୍ତୀ ଟ୍ୱିଟ୍ କରି ଶ୍ରୀଦେବୀଙ୍କ ଅଚାନକ ନିଧନରେ ଶୋକ ପ୍ରକାଶ କରିଛନ୍ତି। I

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.