ଓଡ଼ିଶା

ଶ୍ରୀଦେବୀଙ୍କର ମୃତ୍ୟୁ ଏବେ ସନ୍ଦେହ ଘେରରେ: ୨ ଦିନ ହୋଟଲ ରୁମ୍ ରୁ ବାହାରକୁ ଆସି ନଥିଲେ, ଆଜି ହେବ ଅନ୍ତିମ ସଂସ୍କାର

ଦୁବାଇ/ମୁମ୍ବାଇ ୨୫-୨ (ଓଡ଼ିଆ ପୁଅ) ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀ (୫୪)ଙ୍କର ପାର୍ଥିବ ଶରୀର ସୋମବାରଦିନ ଦୁବାଇରୁ ମୁମ୍ବାଇ ଅଣାଯିବ। ପାର୍ଥିବ ଶରୀରକୁ ଆଣିବା ପାଇଁ ଅନିଲ ଅମ୍ବାନୀଙ୍କର ପ୍ରାଇବେଟ ଜେଟ ଦୁବାଇ ପହଁଚି ଯାଇଛି। ଆଜି ଦିୱିପ୍ରହର ଜୁହୁ ର ମୁକ୍ତିଧାମରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଅନ୍ୟ ପକ୍ଷରେ, ତାଙ୍କର ମୃତ୍ୟୁକୁ ନେଇ କିଛି ସନ୍ଦେହ ମଧ୍ୟ କରାଯାଉଛି। ଶ୍ରୀଦେବୀଙ୍କର ଶନିବାର ରାତ୍ରୀରେ ଦୁବାଇରେ କାର୍ଡିଏକ ଆରେଷ୍ଟରେ ପରଲୋକ ହୋଇଥିଲା। ଶ୍ରୀଦେବୀ ନିଜର ୫ ଦଶକର କ୍ୟାରିଅରରେ ଆକ୍ଟିଙ୍ଗ ବଳରେ ସିଲ୍ଭର ସ୍କ୍ରୀନରେ ଛାଇଯାଇଥିଲେ। ସେଥିପାଇଁ ତାଙ୍କୁ ପ୍ରଥମ ମହିଳା ସୁପରଷ୍ଟାର କୁହାଯାଇଥାଏ। ଶ୍ରୀଦେବୀଙ୍କୁ ୨୦୧୩ ରେ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନୀତ କରାଯାଇଥିଲା।

ପୁଲିସ ହୋଟଲର ସମ୍ପୂର୍ଣ୍ଣ ଫ୍ଲୋର ସିଲ୍ କରିଛି ଦୁଇଦିନ ରୁମ୍ ରୁ ବାହାରି ନଥିଲେ ଶ୍ରୀଦେବୀ

ମିଡ଼ିଆ ରିପୋର୍ଟ୍ସ ମୁତାବକ, ପତି ଏବଂ ଝିଅ ମୁମ୍ବାଇ ଫେରିବା ପରେ ଶ୍ରୀଦେବୀ ଦୁବାଇର ହୋଟଲ ରୁମରେ ଏକୁଟିଆ ଥିଲେ। ମୃତ୍ୟୁ ପୂର୍ବରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବାହରକୁ ମଧ୍ୟ ବାହାରି ନଥିଲେ। ଶନିବାର ରାତିରେ ବାଥରୁମରେ ବେହୋସ ହେବା ପରେ ତାଙ୍କୁ ହସ୍ପିଟାଲ ପହଁଞ୍ଚାଯାଇଥିଲା। ଦୁବାଇ ପୁଲିସ ହୋଟେଲର ସମ୍ପୂର୍ଣ୍ଣ ଫ୍ଲୋର ସିଲ୍ କରି ଦେଇଛି ଯାହାଫଳରେ ଜରୁରୀ ଆବଶ୍ୟକ ପଡ଼ିଲେ ଜାଞ୍ଚ କରାଯାଇପାରିବ।

୨୯ ଟି ସର୍ଜରୀ କରି ଥିଲେ ଶ୍ରୀଦେବୀ
– ପରିବାର ମୁତାବକ, ଶ୍ରୀଦେବୀଙ୍କୁ ହୃଦୟ ଜନିତ ରୋଗ ନଥିଲା। କସ୍ମେଟିକ ସର୍ଜରୀ ମୃତ୍ୟୁର କାରଣ ସହିତ ଯୋଡ଼ାଯାଉଛି।
– ଶ୍ରୀଦେବୀ ୨୯ଟି ସର୍ଜରୀ କରିଥିଲେ। ଗୋଟିଏ ଭୁଲ ହେବାପରେ ଡାଏଟ ପିଲ୍ସ ଏବଂ ଏଣ୍ଟି ଏଜିଙ୍ଗ ଔଷଧ ନେଉଥିଲେ।
– ଫ।ରେନ୍ସିକ ରିପୋର୍ଟ ପରେ ହିଁ ମର ଶରୀର ପରିବାରକୁ ଦିଆଯିବ। ପୋଷ୍ଟମୋର୍ଟମ ଏବଂ ଅନ୍ୟ ରିପୋର୍ଟରେ କିଛି ସଂଦିଗ୍ଧ ମିଳିଲେ ପାର୍ଥିବ ଶରୀରକୁ ପରିବାରକୁ ଦେବାପାଇଁ ସମୟ ଲାଗିପାରେ।
– ଦୁବାଇରେ ବିଦେଶୀ ନାଗରିକଙ୍କର ଅସ୍ଵାଭାବିକ ମୃତ୍ୟୁ ଉପରେ କାନୁନୀ ପ୍ରକ୍ରିୟା ପୂରା ହେବାପାଇଁ ଦିନେ-ଦୁଇଦିନ ଦିନ ଲାଗିଥାଏ।

ବାଥରୁମରେ ବେହୋସ ମିଲିଥିଲେ ଶ୍ରୀଦେବୀ

– ଶ୍ରୀଦେବୀ ପତି ବୋନୀ କାପୁର ଏବଂ ଝିଅ ଖୁସୀ ସହିତ ଦୁବାଇର ହୋଟଲ (ଅମୀରାତ ଟା।ୱାର)ରେ ରହିଥିଲେ, ସେହି ହୋଟେଲର ବାଥରୁମରେ ସେ ବେହୋସ ମିଳିଥିଲେ।

– ଗଲ୍ଫ ନ୍ୟୁଜର, ହୋଟଲର ସୂତ୍ରରୁ ଜଣାପଡ଼ିଛିଯେ, ବାଥରୁମ୍ ରେ ହିଁ ତାଙ୍କୁ ହୃଦଘାତ ପଡ଼ିବାରୁ ସେଠାରେ ସେ ପଡ଼ିଯାଇଥିଲେ।

୧୯୯୬ ରେ କରିଥିଲେ ବୋନୀ କାପୁରଙ୍କ ସହ ବିବାହ

– ଶ୍ରୀଦେବୀ ଫିଲ୍ମ ପ୍ରଡ୍ୟୁସର ବୋନୀ କାପୁରଙ୍କର ୧୯୯୬ ରେ ବିବାହ ହୋଇଥିଲା। ଦୁଇଜଣଙ୍କର ଲଭ ଷ୍ଟୋରୀ ଫିଲ୍ମ ମି. ଇଣ୍ଡିଆ (୧୯୮୭)ର ସୁଟିଂ ସମୟରୁ ଆରମ୍ଭ ହୋଇଥିଲା।

– ଶ୍ରୀଦେବୀଙ୍କର ଡେବ୍ୟୁ ୧୯୭୮ ରେ ସୋଲହବାଂ ସାବନରେ ଆରମ୍ଭ ହୋଇଥିଲା। ହିମ୍ମତବାଲା (୧୯୮୩), ମବାଲୀ (୧୯୮୩), ତୋହଫା (୧୯୮୪), ନଗୀନା (୧୯୮୬), ଆଖିର ରାସ୍ତା (୧୯୮୬), କର୍ମା (୧୯୮୬), ମି. ଇଣ୍ଡିଆ (୧୯୮୭) ଏବଂ ଚାଂଦନୀ (୧୯୮୯) ସମେତ ଅନେକ ଫିଲ୍ମରେ କାମ କରିଛନ୍ତି।

– ୧୯୮୩ ରେ କମଲ ହାସନଙ୍କ ସହିତ ଆସିଥିବା ଫିଲ୍ମ ସଦମାରେ ତାଙ୍କର ଅବିନୟକୁ ବହୁତ ପସନ୍ଦ କରାଯାଇଥିଲା। ୧୯୮୯ର ଚାଲବାଜ, ୧୯୯୧ରେ ଲମ୍ହେଂ ଏବଂ ୧୯୯୨ ରେ ଆସିଥିବା ଖୁଦା ଗବାହରେ ସେ ଡବଲ ରୋଲରେ ନଜର ଆସିଥିଲେ। ୧୯୯୬ ରେ ସେ ଶାହରୁଖ ଖାନଙ୍କର ସହିତ ଆର୍ମୀରେ କାମ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top