ଶ୍ରୀଜୀଉଙ୍କର ଦେବସ୍ନାନ ନୀତିଚୁଡ଼ାନ୍ତ

ପୁରୀ:୩୧ ମଇ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମହାପ୍ରଭୁଙ୍କ ଦେବସ୍ନାନ ପୂଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଶ୍ରୀମନ୍ଦିର ପ୍ରସାଶନ କାର୍ଯ୍ୟାଳୟରୋ ଅନୁଷ୍ଠିତ ନୀତି ସର୍ପକମିଟି ବୈଠକରେ ନିଷ୍ପତି ହୋଇଛି। ଜିଲ୍ଲାପାଳ, ଅରବିନ୍ଦ ଅଗ୍ରବାଲଙ୍କ ଅନୁଷ୍ଠିତ ବୈଠକରେ ଏହି ନେଇ ଆଲୋଚନା ହୋଇଥିଲା ଆସନ୍ତା ୨୨ତାରିଖରେ ରାଜେନ୍ଦ୍ରୀ ବିଶେଖ, ୨୩ରେ ରୁକୁଣୀ ହରଣ ଏକାଦଶୀ, ୨୪ରେ ଚମ୍ପକ ଦ୍ୱାଦଶୀ ତିନି ଅନୁଷ୍ଠିତ ହେବ। ଏହା ପରେ ୨୫ତାରିଖରେ ଦଇତାଙ୍କ ମନ୍ଦିର ପ୍ରବେଶ, ୨୬ରେ ଚାର ବନ୍ଦ, ୨୭ରେ ସେନାପଟା ଲାଗି ଅନୁଷ୍ଠିତ ହେବ। ଦେବସ୍ନୋନ ଦିଘଟ ଅନୁଯାଇ, ଭୋର ୫ଟା ମଙ୍ଗଳା ପର୍ଣା ନୀତି ଅନୁଷ୍ଠିତ ହେବ। ଭୋର ୫ଟା ୩୦ରୁ ୭ଟା ୩୦ ମଧ୍ୟରେ ପହଣ୍ଡି ହେବ, ସକାଳ ୮ଟାରେ ମଙ୍ଗଳା ଆରତି ୮ଟା ୩୦ରେ ମଇଲମ, ୯ଟାରେ ତାଡ଼କା ତିନି, ୯ଟା ୩୦ରେ ଅଧୋର ପୋଛା, ୧୦ଟାରେ ଅବକାଶ, ୧୦ଟା ୩୦ରେ ଦେଶଶେଷ ହେବ, ୧୦ଟା ୪୦ରେ ଦେଶହୋମ ହେବ ୧୧ଟାରେ ସୂର୍ଯ୍ୟ ପୂଜା, ୧୧ଟା୨୦ରେ ଦ୍ୱାର ପାଳ ପୂଜା ୧୨ଟାରୁ ୨ଟା ମଧ୍ୟରେ ଜଳବିେ.ପୂଜାସ୍ନାନ ହେବ। ଅପରାହ୍ନ୨ଟା ୩୦ରେ ନୁଆଲୁଗାଲାଗି ୩ଟା ‘୦ରେ ଛେରା ପହଁରାହେବ। ଅପରାହ୍୪ଟାରୁ ୫ଟା ରେ ମହାପ୍ରଭୁଙ୍କ ହାତୀ ବେଶଅନୁଷ୍ଠିତତ ହେବ। ୫ଟାରେ ମହନ୍ତ ସାଢି ବନ୍ଦା, ୫ଟା ୩୦ରୁ ୭ଟା ୩୦ ଘଂଟ ଚକା, ସମାଳଧୂପହେବ। ୭ଟା ୩୦ରୁ ୯ଟା ୩୦ ସାଅଣମେଲା ହେବ, ସେହି ଭଳି ୧୦ଟାରେ ବାହୁଡ଼ାପହଣ୍ଡି, ରାତ୍ର୨ଟା ସୁନାଚିତା ଓ ରାହୁ ରେଖା ବଇଲମ ନୀତି ଅନୁଷ୍ଠିତ ହେବ। ସର୍ବକମିଟି ବୈଠକରେ ନୀତି ପ୍ରସାଶକ ପ୍ରଦିବ ଦାସ ପରିଚାଳନା କମିଟ ସଦସ୍ୟ ନିଳକଂଟମହାପାତ୍ର, ମାଧବ ମହାପାତ୍ର, ମାଧବ ପୂଜା ପଣ୍ଡ, ଅନନ୍ତ ତିଆଡ଼ି, ସିଧେସ୍ୱର ମହାପାତ୍ର ଓ ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *