ଶ୍ରୀଜିଉଙ୍କର ସେନାପଟ୍ଟା ପାଇଁ ବହୁଳ ବୃକ୍ଷ ଚିହ୍ନଟ

ପୁରୀ:୨୨/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଗାମୀ ସ୍ନାନ ଯାତ୍ରା ଓ ରଥଯାତ୍ରା ସମୟରେ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଆବଶ୍ୟକୀୟ ସେନାପଟ୍ଟା ଓ ବାହୁଟି ପାଇଁ ବହୁଳ ବୃକ୍ଷ ଚିହ୍ନଟ ହୋଇଛି। ସତ୍ୟବାଦୀ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ନୃସିଂହପ୍ରସାଦ ମିଶ୍ରଙ୍କ ବାଡିରେ ଥିବା ବହୁଳ ଗଛକୁ ଏଥିନିମନ୍ତେ ଚିହ୍ନଟ କରାଯାଇଛି। ଶ୍ରୀମନ୍ଦିର ତତ୍ୱାବଧାରକ ସୁଦର୍ଶନ ମେକାପ, ଭୋଇ ସର୍ଦ୍ଦାର ରବି ଭୋଇ, ଦୁର୍ବ ଭୋଇ, ସାକ୍ଷୀଗୋପଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ପ୍ରମୁଖ ଏହି ବୃକ୍ଷକୁ ଚିହ୍ନଟ କରିଛନ୍ତି। ଏହି ଚିହ୍ନଟ ସମୟରେ ସତ୍ୟବାଦୀ ତହସିଲଦାର ବିନୋଦ କୁମାର ସ୍ୱାଇଁ ପ୍ରାକ୍ତନ ଏବିଡିଓ ସିଦ୍ଦେଶ୍ୱର ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷା ସଶ୍ମିତା ପ୍ରଧାନ, କିଶୋର ମହାପାତ୍ର, ଶଙ୍କର୍ଷଣ ପ୍ରଧାନ. ସୋମନାଥ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ୨୩ତାରିଖ ନିର୍ଜଳଳା ଏକାଦଶୀ ତିଥିରେ ବହୁଳ କାଠଶଗଡି ଶ୍ରୀକ୍ଷେତ୍ରକୁ ଆସିବ।

Leave a Reply

Your email address will not be published. Required fields are marked *