ଓଡ଼ିଶା

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆନ୍ଦୋଳନ

ପୁରୀ:୧୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅଭିନବ ଆନ୍ଦୋଳନ ଶ୍ରୀମନ୍ଦିର ସମ୍ମୁଖରେ ସେନା ପକ୍ଷରୁ ମୁଷ୍ଟି ଭିକ୍ଷା କରାଯାଇଛି। ସୁପ୍ରିମକୋର୍ଟରେ ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ମାମଲା ଲଢ଼ିବାକୁ ଏଭଳି ପ୍ରୟାସ କରାଯାଇଛି। ବିଶେଷ କରି ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ତୀବ୍ର ବିରୋଧ କରିଛି। ଶ୍ରୀଜଗନ୍ନାଥ ସେନା ଶ୍ରୀମନ୍ଦିରରେ ପରିଚାଳନା ସଂସ୍ଥାର ଓ ଦର୍ଶନ ବ୍ୟବସ୍ଥାର ଶୃଙ୍ଖଳା ଆଣିବା ପାଇଁ ଆବେଦନକାରୀ ମୃଣାଳିନୀ ପାଢ଼ୀ କରିଥିବା ଆବେଦନର ଅନେକ ତଥ୍ୟ ଦର୍ଶାଇଛନ୍ତି। ସୁପ୍ରିମକୋର୍ଟରେ ମାମଲା ଓ ଛୁଟି ଦିନ ଥାଇ ମଧ୍ୟ ଶୁଣାଣି ପଛରେ ପୁରୀ ସାଂସଦ ପୀନାକି ମିଶ୍ରଙ୍କର ସମ୍ପୃକ୍ତି ଥିବାରୁ ତାଙ୍କ ଇସ୍ତଫା ଦାବି କରିଛି ସେନା। ଏଥିସହ ଆଠ ଦଫା ଦାବି ନେଇ ସୁପ୍ରିମକୋର୍ଟରେ ମାମଲା ଲଢ଼ିବା ପାଇଁ ଅର୍ଥର ଅଭାବ ଥିବାରୁ ସେନା ପୁରୀରୁ ମୁଷ୍ଟିଭିକ୍ଷା ଆରମ୍ଭ କରି ସମଗ୍ର ରାଜ୍ୟ ବ୍ୟାପୀ ଏହା କରିବ ବୋଲି କହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top