ଶ୍ରୀଜଗନ୍ନାଥ ସାଂସ୍କୃତିକ ପରିଷଦ ତରଫରୁ ବାହୁଡ଼ା ଯାତ୍ରା ସମ୍ପନ୍ନ

ଅନୁଗୋଳ, ୨୫/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକସ୍ଥିତ ଶ୍ରୀଜଗନ୍ନାଥ ସାଂସ୍କୃତିକ ପରିଷଦ ତରଫରୁ ଏକାଦଶୀ ତିଥିରେ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା ସମ୍ପନ୍ନ ହେବାପରେ ପହଣ୍ଡି କରାଯାଇ ଶ୍ରୀଜୀଉଙ୍କୁ ରଥାରୁଢ଼ କରାଯାଇଥିଲା। ବାହୁଡ଼ା ଯାତ୍ରାରେ ପ୍ରଭୁଙ୍କୁ ଦର୍ଶନ କରିବାପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଡାହୁକ ଭାବେ ବୈାଦ୍ଧର ପାଲାଗାୟକ କରୁଣାକର ବଗର୍ତ୍ତୀ କାର୍ଯ୍ୟ ସମ୍ପାଦନା କରିଥିଲେ। ଘଂଟ, ଶଙ୍ଖ, ମୃଦଙ୍ଗର ତାଳେ ତାଳେ ବେଲାଦୁଲା ଗ୍ରାମ କମ୍ପି ଉଠିଥିବା ବେଳେ ଗ୍ରାମର ଗ୍ରାମବାସୀ, ମାଁ ମାଉଲୀ ଯୁବକ ସଂଘ ଏବଂ ସରସ୍ୱତୀ ପୂଜା କମିଟି ମିଳିତଭାବେ ଶାନ୍ତିଶୃଙ୍ଖଳା ଭାବେ ସମସ୍ତ ଦାୟିତ୍ୱ ବହନ କରିଥିଲେ। ସିଂହଦ୍ୱାରରେ ରଥ ପହଂଚିବାପରେ ଲକ୍ଷ୍ମୀ ନାରାୟଣ କଳି ଶୁଣିବାପାଇଁ ରାତ୍ର ୮ଘଟିକା ପର୍ଯ୍ୟନ୍ତ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା। ଶ୍ରୀ ଜଗନ୍ନାଥ ପରିଷଦର ସଭାପତି ପ୍ରତାପ ମେହେର, ସମ୍ପାଦକ ରାମକୃଷ୍ଣ ମେହେର, ସଦସ୍ୟ ଭଜମନ ମେହେର, ସରୋଜ, ଭୁବନ, କୈଳାସ, କୈାଶିକ, କେଶବ ମେହେର ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ସାହାଯ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *