ଜିଲ୍ଲା ପରିକ୍ରମା

ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବୈାଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ବୈଠକ

ବୌଦ୍ଧ, ୧ା୦୮(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବ୍ରାହ୍ମଣ ସମାଜର ଏକ ସାଧାରଣ ବୈଠକ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସଭାପତି ଅଚ୍ୟୁତାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂପାଦକ ଶଙ୍କର ପ୍ରସାଦ ପୁରୋହିତ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ପ୍ରକାଶ କରିଥିଲେ ଏବଂ ରଥଯାତ୍ରା ସମୟରେ ଶାନ୍ତିଶୃଙ୍ଖଳାରେ ପହଣ୍ଡି ହୋଇଥିବାରୁ ସମସ୍ତ ବ୍ରାହ୍ମଣମାନଙ୍କୁ କୃତଜ୍ଞତା ଜଣାଇଥିଲେ। ସଦସ୍ୟ ଦେବାଶିଷ ପୁରୋହିତ ବ୍ରାହ୍ମଣ ସମାଜର କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରିବା ସହିତ ସଂଗଠନକୁ କିପରି କାର୍ଯ୍ୟାନ୍ୱିତ କରାଯାଇ ପାରିବ ତାଉପରେ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇ ଆଲୋଚନା କରାଯାଇଥିଲା। ଜିଲ୍ଲାର ସମସ୍ତ ବ୍ରାହ୍ମଣମାନଙ୍କୁ ନେଇ ଏକ ସଦସ୍ୟତା ଅଭୀଯାନ କରିବା ପାଇଁ କମିଟି ଗଠନ କରାଯାଇଥିଲା। ଏଥିରେ ଆବାହକ ଦେବାଶିଷ ପୁରୋହିତ, ଶଙ୍କର ପ୍ରସାଦ ମିଶ୍ର, ପ୍ରଦୋଷ କୁମାର ମିଶ୍ର, ସୁଧିର କୁମାର ମହାପାତ୍ର, ସଂଜୟ ଶଙ୍କର ପୁରୋହିତ, ମିନୁପ୍ରସାଦ ମିଶ୍ର, ମାନସ ପୁରୋହିତ, ସୁଧାଂଶୁ ମହାପାତ୍ର, ରଞ୍ଜୀତ ମହାପାତ୍ର, ସୁଶାନ୍ତ ମହାପାତ୍ର ଓ ରାମ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା। ବ୍ରାହ୍ମଣ ସମାଜର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ୨୦ଜଣ ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ଶଙ୍କର ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top