ଜିଲ୍ଲା ପରିକ୍ରମା

ଶ୍ରୀଜଗନ୍ନାଥ-ବୁଦ୍ଧ ଶୀର୍ଷକ ଆଲୋଚନାଚକ୍ର

ପୁରୀ:୨୭/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ପବିତ୍ର ଗୁରୁପୂର୍ଣ୍ଣିମା ବା ବ୍ୟାସପୂର୍ଣ୍ଣିମା ଅବସରରେ ଆଷାଢ ପୂର୍ଣ୍ଣିମାର ଗୁରୁତ୍ୱକୁ ନେଇ ଶ୍ରୀଜଗନ୍ନାଥ ଓ ବୁଦ୍ଧ ଶୀର୍ଷକ ଆଲୋଚନାକୁ ଐତିହ୍ୟ ସୁରକ୍ଷା ପରିଷଦ, ପୁରୀ ଓ ବୋଧିଚକ୍ରର ମିଳିତ ଆନୁକୂଲ୍ୟରେ ଷ୍ଟେସନ ରୋଡ଼ ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଐତିହ୍ୟ ସୁରକ୍ଷା ପରିଷଦର ସଭାପତି ଶିବସୁନ୍ଦର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ବରିଷ୍ଠ ଦଇତାପତି ସେବକ ରଘୁନାଥ ଦାସ ମହାପାତ୍ର। ସେ କହିଲେ, ମହର୍ଷି ବ୍ୟାସଦେବଙ୍କର ମହତ ବାଣୀ ସମୂହ ସଂସାରକୁ ଉଜ୍ଜୀବିତ କରିଛି ଯାହା ଭଗବତ୍ ଚେତନାରୁ ହିଁ ମିଳିଥାଏ। ଅନନ୍ତ କୋଟି ତତ୍ୱର ମାଲିକ ମଉଡ଼ମଣିଗ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଅପାର କରୁଣାରୁ ଏ ଜଗତରେ ପଶୁ ଠାରୁ କୀଟପତଙ୍ଗ ପର୍ଯ୍ୟନ୍ତ ସମସ୍ତେ ଗୁରୁଙ୍କର ଆଶ୍ରିତ ଯାହା ବିଭିନ୍ନ ଶାସ୍ତ୍ର ଆଦି ଉପନିଷଦରେ ବର୍ଣ୍ଣିତ। ମୁଖ୍ୟବକ୍ତା ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡ଼ଃ ହରିପ୍ରସାଦ ମିଶ୍ର ଯୋଗଦେଇ କହିଲେ, ଦ୍ୱାଦଶ ଶତାଦ୍ଦୀ ପୂର୍ବରୁ ପୁରୁଷୋତମ ଉପାସନା ମନ୍ଦିରରେ ଥିଲେ। ପରବର୍ତି ସମୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବେଶ ହେବା ପରେ ଶ୍ରୀଜଗନ୍ନାଥ ହିଁ ବୁଦ୍ଧ ବୋଲି ପରିଗଣିତ ହେଲେ। ଶ୍ରୀଜଗନ୍ନାଥ ଓ ବୁଦ୍ଧ ଦୁହେଁ ଭିନ୍ନ ହେଲେ ହେଁ ଅଭିନ୍ନ ବୋଲି ମତ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡ଼ଃ ଅଭିମନ୍ୟୁ ଭୂୟାଁ, ଉପ-ନଗରପାଳ ଶ୍ରୀମତୀ ଶାନ୍ତିଲତା ପ୍ରଧାନ, ବୋଧିଚକ୍ରର ସଭାପତି ସୁଶ୍ରୀ ହରପ୍ରିୟା ସାହୁ, କବୟିତ୍ରୀ ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ମଚାଂସୀନ ଥିଲେ। ପ୍ରାରମ୍ଭରେ ବୋଧିଚକ୍ରର ସମ୍ପାଦକ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଐତିହ୍ୟ ସୁରକ୍ଷା ପରିଷଦର ସମ୍ପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଡ଼ଃ ରମାକାନ୍ତ କର ବେଦାବୃତି ଓ ଗୀତାପାଠ କରିଥିଲେ। ଶ୍ରୀ ସାହୁ କହିଲେ ଶ୍ରୀଜଗନ୍ନାଥ ଧର୍ମ ଉପାସନା, ରିତୀନିତୀ ଏବଂ ବୁଦ୍ଧଦେବଙ୍କ ମଧ୍ୟରେ ଥିବା ମାନବିକ ମୂଲ୍ୟବୋଧର ଗଭୀରତା ସହିତ ସାମାଜିକ, ଧାର୍ମିକ, ରାଜନୈତିକ ମୂଲ୍ୟବୋଧକୁ ଜାଗ୍ରତ କରାଇ ପାରିଅଛି। ଏହି ଅବସରରେ ସୂର୍ଯ୍ୟ ମନ୍ଦିରର ବରିଷ୍ଠ ସେବକ ନାରାୟଣ ପୁଷ୍ପାଳକ ଓ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁଙ୍କୁ ବ୍ୟାସପୂର୍ଣ୍ଣିମା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉପାସକ ଉମେଶଚନ୍ଦ୍ର ଦାସ ବୁଦ୍ଧବନ୍ଦନା ଗାନ କରିଥିଲେ। ଉତ୍ସବରେ ଡ଼ଃ ତୁଳସୀ ଓଝା, ଡ଼ଃ ବଳରାମ ରଥ, ବିପିନ ଦଳାଇ, ଜୟନ୍ତୀ ମହାପାତ୍ର, ମାନସ କୁମାର ଦାସ, ଅଶୋକ ମହାପାତ୍ର, ସୁନିଲ ରଥ, ନାରାୟଣ ନନ୍ଦ, ପବିତ୍ର ମହାନ୍ତି, ରବିନାରାୟଣ ସାହୁ, ରଶ୍ମିତା ନନ୍ଦ, ପୁଷ୍ପା ପାତ୍ର, ଅଶୋକ ଆଢ୍ୟ ପ୍ରମୁକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ ଭାବାନୀ ପ୍ରସାଦ ବଳିଆରସିଂ, ତପନ କୁମାର ସେଠୀ। ପରିଶେଷରେ ପୁରୁଷୋତମ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top