ଜିଲ୍ଲା ପରିକ୍ରମା

ଶ୍ରୀଜଗନ୍ନାଥ ପ୍ରଚାର ସମିତି ପକ୍ଷରୁ ମହା ସଂସ୍କୃତିର ଜାଗରଣ ଯାତ୍ରା ଆରମ୍ଭ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –  ଭଦ୍ରକର ପ୍ରସିଦ୍ଧ କାଳୀପୂଜା ମେଳା ସମାରୋହରେ ଶ୍ରୀଜଗନ୍ନାଥ ପ୍ରଚାର ସମିତି ପକ୍ଷରୁ ‘ମହା ସଂସ୍କୃତିର ଜାଗରଣ ଯାତ୍ରା’ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ଜଗନ୍ନାଥ ପ୍ରଚାର ମସିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଆଶୀର୍ବାଚକ ଭାବେ ଓଡିଶା ଓଁକାର ପରିଷଦର ସଭାପତି ଶରତ ଚନ୍ଦ୍ର ମହାପାତ୍ର , ମୁଖ୍ୟ ଅତିଥି ଭାବେ ଜିଲ୍ଳା ପ୍ରକଳ୍ପ ଅଧିକାରୀ ମଧୁସୂଦନ ମିଶ୍ର, ମୁଖ୍ୟବକ୍ତା ଭାବେ ଘାସଫଲର ସମ୍ପାଦକ ବିଷ୍ଣୁ ସେଠୀ, ସମ୍ମାନିତ ବକ୍ତା ଭାବେ ବରିଷ୍ଠ ଅଧିବକ୍ତା ନିରାକାର ଜେନା ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସମାରୋହର ମଧ୍ୟାହ୍ନରେ ସମାଜସେବୀ ଶିଶିର କୁମାର ମିଶ୍ର ଶ୍ରୀଜଗନ୍ନାଥଙ୍କୁ ବନ୍ଦନା କରିଥିଲେ । ଅତିଥିମାନେ ପ୍ରଦିପ ପ୍ରଜ୍ୱଳନ କରି ସମାରୋହକୁ ଉଦ୍ଘାଟନ କରିବା ପରେ ଶରତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସମିତିର ମୁଖ୍ୟ ଆବାହକ ଶରତ ଚନ୍ଦ୍ର ସାହୁ ଉତ୍ତରୀୟ ଦେଇ ଅତିଥିମାନଙ୍କ ସମ୍ବର୍ଦ୍ଧିତ କରିଥିଲେ । ସମିତିର ଉପଦେଷ୍ଟା ପଦ୍ମଲୋଚନ ମହାପାତ୍ର ସମିତିର ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ । ଶ୍ରୀଜଗନ୍ନାଥ ଭାବ ଓ ସମର୍ପିତ ପ୍ରାଣର ଦେବତା ବୋଲି ବକ୍ତାମାନେ ଉଲ୍ଲେଖ କରିଥିଲେ । ବୈଠକ ପୂର୍ବରୁ ଶ୍ରୀଜଗନ୍ନାଥ ସଂସ୍କୃତି ମଥୁରାପୁର ଓ ବାଂଶବାଗ ସଂକୀର୍ତ୍ତନ ମଣ୍ଡଳୀ ଚରମ୍ପା ବଜାର ପରିକ୍ରମା କରିଥିଲେ । ଅନୁଷ୍ଠିତ ସମାରୋହରେ ବିଶ୍ୱମୈତ୍ରୀ ନାୟକ, ରବିନ୍ଦ୍ର ମହାନ୍ତି, ସମିତିର ସହ ଆବାହକ ଧନେଶ୍ୱର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିବା ବେଳେ ବାବୁଲାଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top