ଜିଲ୍ଲା ପରିକ୍ରମା

ଶ୍ରୀଜଗନ୍ନାଥ ଧର୍ମ ମାନବ ଜୀବନ ପାଇଁ ଚକ୍ଷୁ ସ୍ୱରୂପ

ପୁରୀ:୧୪/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନେତ୍ରୋତ୍ସବ ବିଧି ଭାରତୀୟ ଆଧ୍ୟାତ୍ମିକ ସଂସ୍କୃତିରେ ଏକ ବିରଳ ଓ ଅନନ୍ୟ ପରମ୍ପରା ଶ୍ରୀଜଗନ୍ନାଥ ହିଁ ପ୍ରଜ୍ଞାନବ୍ରହ୍ମ ତେଣୁ ଶ୍ରୀଜଗନ୍ନାଥ ଧର୍ମ ଓ ଦର୍ଶନ ମାନବ ଜୀବନ ପାଇଁ ମାର୍ଗଦର୍ଶିକା ଓ ପ୍ରଚକ୍ଷୁ ସ୍ୱରୂପ। ପବିତ୍ର ନେତ୍ରୋସ୍ୱବ ତିଥି ଓ ନବଯୌବନ ଦର୍ଶନରେ ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ତରଫରୁ ଏକ ଆଲୋଚନାଚକ୍ର ଭକ୍ତ ସାଲବେଗ ସମାଧି ପୀଠରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଶ୍ରୀଗୁଣ୍ଡିଚା ଉନ୍ମୋଚନ ହୋଇଥିଲା। ଟ୍ରଷ୍ଟ ଉପଦେଷ୍ଟା ବରିଷ୍ଠ ଦଇତାପତି ରଘୁନାଥ ଦାସ ମହାପାତ୍ର। ଅନ୍ୟତମ ଅତିଥି ଭାବେ ଡ଼ାଃ ରବିନାରାୟଣ ସାମନ୍ତ, ବିଜୟଲକ୍ଷ୍ମୀ ସାହୁ, ଓଡ଼ିଶା ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡ଼ଃ ହରିପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଗବେଷକ ମଦନ ମୋହନ ମହାପାତ୍ର ଆଧ୍ୟାତ୍ମିକ ପତ୍ରିକାର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶିକ୍ଷାବିତ୍ ଶିବସୁନ୍ଦର ମିଶ୍ର। ଏହି ଅବସରରେ ମୀନକେତନ ଦାସ, ସ୍ୱର୍ଣ୍ଣଲତା ତ୍ରିପାଠୀ, ଡ଼ଃ ଲକ୍ଷ୍ମୀଡଧର ସୁବୁଦ୍ଧି, ଅନିମା ପଟ୍ଟନାୟକ ଓ ସୁଧା ପଟ୍ଟନାୟକ କବିତା ମିଶ୍ର ଓ ବନ୍ଦନା ଆଚାର୍ଯ୍ୟ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ପରିଶେଷରେ ଟ୍ରଷ୍ଟ ସଦସ୍ୟ ଭବାନୀ ପ୍ରସାଦ ବଳିଆରସିଂ ଧନ୍ୟବାଦ ଦେଇଥିଲେ। ପରିଚାଳନାରେ ସହଯୋଗ କରିଥିଲେ ଅଶୋକ କୁମାର ଆଢ୍ୟ, ପବିତ୍ର କୁମାର ମହାନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top