ଶ୍ରୀଜଗନ୍ନାଥ ତତ୍ତ୍ୱ ଆଲୋଚନା ଚକ୍ର

ପୁରୀ ୪/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀମଦନ୍ଦିରରେ ଚତୁର୍ଦ୍ଧାମୂତତ୍ତିଙ୍କ ପୂଜାବିଧିର ସମ୍ବିଧାନ ବାମଦେବ ସଂହିତା। ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ସେଥିରେ ଅନେକ ତଥ୍ୟ ରହିଛି। ଶ୍ରୀଜଗନ୍ନାଥ ତତ୍ତ୍ୱର ଏହା ଏକ ପ୍ରମାଣିକ ଗ୍ରନ୍ଥ ବୋଲି ଗବେଷକ ମତ ଦେଇଛନ୍ତି। ବାମଦେବ ପକ୍ଷରୁ ଶ୍ରୀଜଗନ୍ନାଥ ଶୀର୍ଷକ ଆଲୋଚନା ଚକ୍ର ରବିବାର ଶ୍ରୀନାଲ୍ କୋ ତତ୍ତ୍ୱ ସନ୍ଧାନ ପରିଷଦ ପକ୍ଷରୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଅନୁଷ୍ଠିତ ହୋଇଛି। ସସଭାପତି ପ୍ରଫେସର ଗୋପାଳକୃଷ୍ଣ ଦାଶ ସେଥିରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଡଃ ଶ୍ରୀନିବାସ ଆଚାର୍ଯ୍ୟ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ କୂଳ ସଚିବ ପ୍ରଫେସର ପ୍ୟାରିମୋହନ ପଟ୍ଟନାୟକ ଅଧ୍ୟାପକ ଡଃ ଉମେଶ ମହାପାତ୍ର, ଚିନରା, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ଡଃ ସିଦ୍ଦେଶ୍ୱର ମହାପାତ୍ର, ଅଧ୍ୟାପକ ଡଃ ନୃସିଂହ ଚରଣ ସାହୁ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମିଶ୍ର, ଗବେଷପକପ ନାରାୟଣ ନନ୍ଦ, ସାହିତ୍ୟିକ ଶଙ୍କର୍ଷଣ ମଙ୍ଗରାଜ, ସତ୍ୟନାରାୟଣ ମିଶ୍ର, ଅଧ୍ୟାପକ ସୁନିଲ ରଥ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧ୍ରୁବଚରଣ କର, ଡଃ କଲ୍ୟାଣୀ ନନ୍ଦୀ, ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ଦାସ, ଡଃ ଶୈଳବାଳା ଦାଶ, ନକୁଳ ଚରଣ ସ୍ୱାଇଁ, ଶ୍ୟାମ ପ୍ରକାଶ ସେନାପତି, ନବକିଶୋର ରଥ ଏବଂ କୋଟେଶ ଚନ୍ଦ୍ର ପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସେମାନେ କହିଲେ ବ୍ରହ୍ମାଙ୍କ ଆର୍ବିଭାବ କାଳରୁ ଶ୍ରୀନାରାୟଣ ନୀଳମାଧବ ରୂପେ ପୁରୁଷେୋତ୍ତମ କ୍ଷେତ୍ରରେ ବିରାଜମାନ କରିଥିଲେ। ଶ୍ରୀପୁରୁଷେୋତ୍ତମ କ୍ଷେତ୍ର ହେଉଛି ଶଙ୍ଖକ୍ଷେତ୍ର। ଗଦାକ୍ଷେତ୍ର ଭାବେ ଯାଜପୁରର ବିରଜାପୀଠ ପରିଚିତ। ଭୁବନେଶ୍ୱର ଏକାମ୍ର କ୍ଷେତ୍ରକୁ ଚକ୍ରକ୍ଷେତ୍ର କୁହାଯାଏ। କୋଣାର୍କ ପଦ୍ମକ୍ଷେତ୍ର ଭାବେ ପ୍ରସିଦ୍ଧ ଅର୍ଜନ କରିଥିଲେ। ସତୀ ପାର୍ବତୀ ଦକ୍ଷ ଯଜ୍ଞରେ ଝାସ ଦେଇ ପ୍ରାଣ ବିସର୍ଜନ କରିଥିଲେ। ସତୀଙ୍କ ଅଦ୍ଧଦଗ୍ଧ ଶରୀରର କିଛି ଅଂଶ ଶଙ୍ଖକ୍ଷେତ୍ରର ରୋହିଣୀକୁଣ୍ଡ ପାଖରେ ପଡିଥିଲା। ଯାହା ବିମଳା ଶକ୍ତିପୀଠ ଭାବେ ପ୍ରସିଦ୍ଧ ଅର୍ଜନ କରିଛି। ଦେବୀ ବିମଳା ଭୈରବୀ ଏବଂ ଶ୍ରୀଜଗନ୍ନାଥ ଭୈରବ ଅଟନ୍ତି। ସତ୍ୟଯୁଗର ଜ୍ୟେଷ୍ଠ ପୂର୍ଣ୍ଣମୀରେ ମହାପ୍ରଭୁ ଏଠାରେ ଆର୍ବିଭାବ ହୋଇଥିଲେ। ତାହାକୁ ସ୍ନାନୋତ୍ସବ ଭାବେ ପାଳନ କରାଯାଇଛି। ଶ୍ରୀଜଗନ୍ନାଥ ପରମ ରହସ୍ୟମୟ। ଦେବତାମାନେ ମଧ୍ୟ ତାଙ୍କ ରହସ୍ୟ ଭେଦ କରିପାରିନାହାନ୍ତି। ଓଡିଶାରେ ଶୈବ ଧର୍ମ ପ୍ରଚାର ଏବଂ ଶୈବ ଧର୍ମରୁ ବୈଷଷ୍ଣବ ଧର୍ମପ୍ରତି ମନ ପରିବର୍ତ୍ତନର ସନ୍ଧିକ୍ଷଣରେ ବାମଦେବ ସଂହିତା ରଚନା ହୋଇଥିବା ବକ୍ତାମାନେ ମତ ଦେଇଛନ୍ତି। ଯୁଗ୍ମ ସମ୍ପାଦକ ଅନାମ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *