ଓଡ଼ିଶା

ଶ୍ରୀଜଗନ୍ନାଥଙ୍କ ଜମି ଆଇନ ଅନୁଯାୟୀ ମହାପ୍ରଭୁଙ୍କ ନାମରେ ରେକର୍ଡ କରିବା ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ:୩୧ ମଇ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନା ଆଗାମୀ ରଥଯାତ୍ରା ଶ୍ରୀମନ୍ଦିର ରୀତିନୀତି ପ୍ରଶାସନିକ ବ୍ୟବସ୍ଥା ରାଜସ୍ୱ ସମ୍ପର୍କିତ ସମୀକ୍ଷା କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଆଇନ ଅନୁଯାୟୀ ମହାପ୍ରଭୁଙ୍କ ନାଁରେ ରେକର୍ଡ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଶ୍ରୀମନ୍ଦିରରେ ଭକ୍ତ ଦର୍ଶାନାର୍ଥୀଙ୍କ ଆହତ ଜନିତ ଚିକିତ୍ସାର ମଧ୍ୟ ବ୍ୟବସ୍ଥା ହେବ। ସେହିପରି ହବିଷ୍ୟାଳୀଙ୍କ ପାଇଁ ୩୮କୋଟି ଟଙ୍କା ବ୍ୟୟରେ ସ୍ଥାୟୀ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଏହାଛଡା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱର୍ଣ୍ଣ ଆଭୂଷଣ ଦାନ କରିବା ପାଇଁ ଇଚ୍ଛୁକ ଭକ୍ତଙ୍କୁ ମଧ୍ୟ ସ୍ୱର୍ଣ୍ଣ ଅଳଙ୍କାର ଦାନ କରିବା ପାଇଁ ଆଇନମନ୍ତ୍ରୀ ଅନୁରୋଧ କରିଛନ୍ତି। ଶ୍ରୀମନ୍ଦିର ଜଗମୋହନ ମରାମତି ଶେଷ ହୋଇଛି। ନାଟ ମନ୍ଦିରର ମରାମତି କାର୍ଯ୍ୟ ମଧ୍ୟ ଠିକ୍ ସମୟରେ ଶେଷ ହେବ। ଏବେ ରତ୍ନ ଭଣ୍ଡାରର ପୁନଃ ଯାଞ୍ଚ କିମ୍ବା ମରାମତି ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ। ସେହିପରି ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା ଓ ରୀତିନୀତି ପାଇଁ ଆବଶ୍ୟକୀୟ ଖଟ, ଶେଯ, ପାଲିଙ୍କି ଆଦିର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସମୀକ୍ଷା ବୈଠକ ପରେ ଆଇନମନ୍ତ୍ରୀ ପ୍ରକାଶ କରିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ଆଇନ ସଚିବ, ଦେବୋତ୍ତର କମିଶନର, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ପି ସାର୍ଥକ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ସମୀକ୍ଷା ପୂର୍ବରୁ ଦଇତା ନିଯୋଗର କିଛି ସଦସ୍ୟ ଆଇନମନ୍ତ୍ରୀଙ୍କୁ ଭେଟି ବକେୟା ପାଉଣା ଓ ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାର ବୃଦ୍ଧି ନେଇ ଆଲୋଚନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top