ଶ୍ରୀଚୈତନ୍ୟ ଆଶ୍ରମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକରେ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଶ୍ରୀ ଚୈତନ୍ୟ ଆଶ୍ରମରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ପମୀ ମହୋତ୍ସବ ତିନିଦିନ ବ୍ୟାପୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଥମ ଦିବସରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ଓ ବକ୍ତୃତା ପ୍ରତିଯୋଗୀତା ଏବଂ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିବସରେ ୧୦୮ ଗୀତାପାଠ ସନ୍ଧ୍ୟାରେ ପ୍ରବଚନ ସହ ରାତ୍ରରେ ଅଭିଷେକ କରାଯାଇଥିଲା। ଶେଷଦିନ ଅର୍ଥାତ୍ ସେପ୍ଟେମ୍ବର ୪ ତାରିଖର ନନ୍ଦୋତ୍ସବ ପାଳନ କରାଯିବା ସହ ପ୍ରଥମ ଦିବସରେ ବକ୍ତୃତା ଓ ବେଶ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା। ଶ୍ରୀ ଚୈତନ୍ୟ ଆଶ୍ରମର ପ୍ରତିଷ୍ଠାତା ତଥା ଅମୃତଦର୍ଶନ ପତ୍ରିକାର ସମ୍ପାଦକ ପଣ୍ଡିତ୍ ସଂଗ୍ରାମ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଆରକ୍ଷୀ ଅଧିକ୍ଷକ ବିକାଶଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ସମ୍ମାନ୍ନିତ ଅତିଥିଭାବେ ଅନ୍ୟତମ ଆରକ୍ଷୀଅଧିକ୍ଷକ କୈଳାସ ଚନ୍ଦ୍ର ପରିଡ଼ା ଯୋଗଦେଇଥିଲେ। ପ୍ରାରମ୍ଭରେ ଆଶ୍ରମର ପରିଚାଳକ ଦେବବ୍ରତ ଦାସ ବ୍ରହ୍ମଚାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଏହି ଆଧାତ୍ମକ କାର୍ଯ୍ୟକ୍ରମର ସଂର୍ପକରେ ସୂଚନା ଦେଇଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ଶ୍ରୀମଦ୍ ଗୀତାରେ ଶ୍ରୀକୃଷ୍ଣଙ୍କ ବିଷୟରେ ବକ୍ତୃତା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସନ୍ସାଇନ୍ ମିଶନ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଆଲିସା ବିଶ୍ୱାଳ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ସେହି ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଅନୁପମ ଦାସ ଓ ତୃତୀୟ ସ୍ଥାନରେ ସତ୍ୟସାଇ ବିଦ୍ୟାବିହାରର ସପ୍ତମ ଶ୍ରେଣୀର ଛାତ୍ରୀ ଆର ଏସ ଅମୃତା, । ସେହିପରି ବେଶ ପ୍ରତିଯୋଗିତାରେ ସାହାଡ଼ା ଏଲଏନ ପବ୍ଲିକ୍ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ରୀ ସ୍ନେହା ସାମନ୍ତ ପ୍ରଥମ ହୋଇଥିବା ବେଳେ ଦିଶା ସ୍ମାର୍ଟ କିଡ଼ିଜ୍ ସ୍କୁଲର ଦ୍ୱତୀୟ ଶ୍ରେଣୀର ଛାତ୍ରୀ ମନୋସ୍ୱିନୀ ମହାପାତ୍ର ଏବଂ ସନ୍ସାଇନ୍ ସ୍କୁଲର ଦ୍ୱିତୀୟ ଶ୍ରେଣୀର ଉର୍ମି ଦାସ ଓ ଏସବିଡ଼ି ସ୍କୁଲର ସୋନମ ଜୋଲିକୁ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦେବବ୍ରତ ଦାସ ବ୍ରହ୍ମଚାରୀ, ସୁରୋଜ ସାହୁ, ହିମାଂଶୁ ସାହୁ ସମେତ ଆଶ୍ରମର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ। ଏହି ଆଧ୍ାତ୍ମିକ କାର୍ଯ୍ୟକ୍ରମରେ ବହୁଶ୍ରଦ୍ଧାଳୁ ଥଥା ସାଧୁସନ୍ଥମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *