ଶ୍ରୀକ୍ଷେତ୍ର ଶ୍ରୀ ସମ୍ମାନ ଓ ଶ୍ରୀକ୍ଷେତ୍ର ରତ୍ନ ପ୍ରଦନ ସମାରୋହ

ପୁରୀ, ୨୯/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଉତ୍କଳ ଗୌରବ ମଧୁସୂଦନ ଜୟନ୍ତୀ କମିଟି ପକ୍ଷରୁ ୧୭୦ ତମ ମଧୁ ଜୟନ୍ତୀ ଓ ୪୬ ତମ ସଙ୍କଳ୍ପ ଦିବସ ସମାରୋହ ସଦଭାବନା ଗୃହରେ ପାଳିତ ହୋଇଯାଇଛି। ଚିତରଂଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅଧିବକ୍ତା ପୁସ୍କର ମହାପାତ୍ର ଓ ଆଦିତ୍ୟ ହୃଦୟ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଆଜିର ଯୁବ ସମାଜ ମଧୁବାବୁଙ୍କ ଚିନ୍ତାଧାରା ଓ କାର୍ଯ୍ୟକାରୀ ଉପରେ କାର୍ଯ୍ୟ କରିପାରିଲେ ତାହାହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ। ମଧୁବାବୁଙ୍କ ଆଦର୍ଶରେ ପ୍ରକୃତ ଅନୁପ୍ରାଣିତ ହେବାକୁ ଅତିଥି ଦ୍ୱୟ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟ ବ୍ୟବସ୍ଥାପକ ପିତବାସ ମିଶ୍ର ଭାଷଣ ଦେଇଥିବା ବେଳେ ଶ୍ୟାମ ପ୍ରକାଶ ସେନାପତି ମଂଚ ସଚାଂଳନ କରିଥିଲେ। ଏହି ଅବସରରେ ସାହିତ୍ୟିକ ସ୍ୱର୍ଗତଃ ଚନ୍ଦ୍ରଶେଖର ରଥ, ସ୍ୱର୍ଗତଃ ନାଟ୍ୟ ନିର୍ଦ୍ଦେଶକ ରାଧାକୃଷ୍ଣ ମହାପାତ୍ର ଓ ଅଭିନେତା ରଘୁନାଥ ମିଶ୍ରଙ୍କୁ ମରଣୋତର ଶ୍ରୀକ୍ଷେତ୍ର ରତ୍ନ ପ୍ରଦାନ କରାଯାଇଥିଲା। ଏହା ସହିତ କବି କାମଦେବ ମହାରଣା, କଣ୍ଠଶିଳ୍ପୀ ଶ୍ରୀକର ପ୍ରସାଦ ପାଢୀ, ନୃତ୍ୟ ଶିଳ୍ପୀ କବିତା ଦାସ, ପ୍ରଭାତ ବରାଳ, ଚିତ୍ର ଶିଳ୍ପୀ ମାନସୀ ରଥ, ଦେବୀ ପ୍ରସାଦ ଦାସ, ସଂଙ୍ଗଠକ ଆଲୋକ ଦାସ, ବିବିଧ ପ୍ରତିଭାରେ ପ୍ରତିଭା ଦାସ ଓ ମଙ୍ଗଳା ଚରଣ ସାହୁଙ୍କୁ ଶ୍ରୀକ୍ଷେତ୍ର ଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଶେଷରେ ଷ୍ଟାଲିନ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *