ଶ୍ରୀକ୍ଷେତ୍ର ଶିକ୍ଷାମନ୍ଦିର ବାର୍ଷିକ କ୍ରୀଡା

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶ୍ରୀମନ୍ଦି ଶିକ୍ଷା ମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିର ଅଧ୍ୟକ୍ଷ ବିମଳ ପ୍ରଭାତ ଦାସ ଗୁରୁବାର ପୂର୍ବାହ୍ନରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରି ଉଦଘଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଦୌଡ, ସଟଫୁଟ, ଡିସକସ, ଲଙ୍ଗ ଜମ୍ପ, ହାଇ ଜମ୍ପ ଆଦି ପ୍ରତିଯୋଗିତା କରାଯାଇଥିଲା। ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ରାଜଲକ୍ଷ୍ମୀ ମହାନ୍ତି, ତିଳୋତମା ମହାନ୍ତି, ପୂର୍ଣ୍ଣମାସୀ ମହାପାତ୍ର, ଭକ୍ତ ଚରଣ ମହାନ୍ତି, ଶଙ୍କର ରାଜଗୁରୁ, ତିଳୋତମା ସାହୁ, ପ୍ରଜ୍ଞା ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଗଣ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *